ସ୍ବାସ୍ଥ୍ୟକର୍ମୀଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ, ଐତିହାସିକ ଉପଲବ୍ଧି ପାଇଁ ଜଣାଇଲେ ଅଭିନନ୍ଦନ…

ନୂଆଦିଲ୍ଲୀ,୨୦।୭ : କରୋନା ମହାମାରୀ ବିରୋଧରେ ଟିକାକରଣ ଅଭିଯାନରେ ଭାରତ ୨୦୦ କୋଟି ଲକ୍ଷ୍ୟ ପୂରଣ କରିଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ବ୍ୟକ୍ତିଗତ ଭାବେ ଦେଶର ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଚିଠିକୁ କୋଓ୍ବିନ୍‌ ଲଗଇନ ଆଇଡିରୁ ଡାଉନଲୋଡ କରାଯାଇପାରିବ।

ଜୁଲାଇ ୧୭ ରେ, ଦେଶ ୨୦୦କୋଟି କରୋନା ଟିକା ଦେବାରେ ଏକ ରେକର୍ଡ ସୃଷ୍ଟି କରିଥିଲା। ୧୬ ଜାନୁୟାରୀ ୨୦୨୧ ରୁ ଦେଶରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ଦେଶ ମାତ୍ର ୧୮ ମାସ ମଧ୍ୟରେ ଏହି ସଫଳତା ହାସଲ କରିଛି। ଏହା ପରେ ଭାରତ ଟିକାକରଣରେ ବିଶ୍ୱର ଦ୍ୱିତୀୟ ଦେଶ ହୋଇପାରିଛି। ଏହି ତାଲିକାରେ ଚାଇନା ଭାରତଠାରୁ ପାଦେ ଆଗରେ ରହିଛି।

Share