Categories: ଜାତୀୟ

ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦେଶବାସୀଙ୍କୁ ନୂଆ ବର୍ଷ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସେ ଟୁଇଟ କରି କହିଛନ୍ତି, ୨୦୨୩ ବର୍ଷ ସମସ୍ତଙ୍କ ପାଇଁ ସୁଖମୟ ହେଉ। ଏହା ଆଶା, ସୁଖ ଏବଂ ଅନେକ ସଫଳତାରେ ପରିପୂର୍ଣ୍ଣ ହେଉ। ସମସ୍ତେ ଉତ୍ତମ ସ୍ବାସ୍ଥ୍ୟର ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ।

ସକାଳ ୭ଟା ୫୧ରେ ପ୍ରଧାନମନ୍ତ୍ରୀ ଟୁଇଟ କରିବାର ପ୍ରାୟ ଦୁଇଘଣ୍ଟା ମଧ୍ୟରେ ପ୍ରାୟ ୩୦୦୦ ଲୋକ ପ୍ରଧାନମନ୍ତ୍ରୀଙ୍କ ରିଟୁଇଟ କରିଛନ୍ତି। ୨୩ ହଜାରରୁ ଅଧିକ ଲୋକ ଏହାକୁ ଲାଇକ କରିଛନ୍ତି। ୫୦ ହଜାରରୁ ଅଧିକ ଲୋକ ଏହାକୁ ଦେଖିଛନ୍ତି।

Share