Categories: ଜାତୀୟ

କାଶୀ ମନ୍ଦିର କର୍ମଚାରୀଙ୍କ ପାଇଁ ୧୦୦ ଯୋଡ଼ା ଜୋତା ପଠାଇଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ, ୧୦।୧ : କାଶୀର ମନ୍ଦିର କର୍ମଚାରୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦୦ ଯୋଡ଼ା ଜୋତା ପଠାଇଛନ୍ତି। ଏଭଳି କରି ପ୍ରଧାନମନ୍ତ୍ରୀ ପୁଣି ଥରେ ହୃଦୟ ଜିଣିବା କାମ କରିଛନ୍ତି। କାଶୀକୁ ସ୍ବଚ୍ଛ ରଖୁଥିବା କର୍ମୀଙ୍କ ଲାଗି ପ୍ରଧାନମନ୍ତ୍ରୀଙ୍କ ଏଭଳି ଉପହାର ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ଯେତେବେଳେ ପ୍ରଧାନମନ୍ତ୍ରୀ କାଶୀ କରିଡରର ଉଦଘାଟନ କରିବାକୁ ଯାଇଥିଲେ, ସେତେବେଳେ ସେ ଜାଣିବାକୁ ପାଇଲେ ଯେ କାଶୀ ପରିସରରେ ଚମଡା ଜୋତା ପିନ୍ଧିବା ନିଷେଧ, କିନ୍ତୁ ସେହି ସମୟ ମଧ୍ୟରେ ସେଠାରେ ଥିବା ସମସ୍ତ ମନ୍ଦିର କର୍ମଚାରୀ ଖାଲି ପାଦରେ ମନ୍ଦିର ସେବା କରୁଥିବା ଦେଖାଯାଇଥିଲା। ତେଣୁ ପ୍ରଧାନମନ୍ତ୍ରୀ ସେମାନଙ୍କ ପାଇଁ ଜୋତା ପଠାଇଛନ୍ତି।

ସମସ୍ତ ମନ୍ଦିର କର୍ମଚାରୀ ପ୍ରଧାନମନ୍ତ୍ରୀଙ୍କଠାରୁ ଉପହାର ପାଇବା ପରେ ବହୁତ ଖୁସି ଅଛନ୍ତି ଏବଂ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଣିକି ସମସ୍ତ ମନ୍ଦିର କର୍ମଚାରୀ ଝୋଟରେ ନିର୍ମିତ ଏହି ଜୋତା ପିନ୍ଧି ମନ୍ଦିର ପରିସରରେ କାମ କରିବେ। ମନ୍ଦିର ପରିସରରେ ପୁରୋହିତ, ସେବକ, ସୁରକ୍ଷାକର୍ମୀ, ପରିମଳ କର୍ମଚାରୀ ଏବଂ ଅନ୍ୟମାନଙ୍କ ଲାଗି ପ୍ରଧାନମନ୍ତ୍ରୀ ଝୋଟ ଜୋତା ଅର୍ଡର କରିଥିଲେ।

ପ୍ରବଳ ଥଣ୍ଡାରେ ମଧ୍ୟ ମନ୍ଦିର କର୍ମଚାରୀମାନେ ଖାଲିପାଦରେ କାମ କରୁଥିଲେ। ଏବେ ସେମାନଙ୍କୁ ଝୋଟ ଜୋତା ସୁରକ୍ଷା ଦେବ ବୋଲି ମନ୍ଦିର କର୍ମଚାରୀମାନେ କହିଛନ୍ତି।

Share