Categories: ଜାତୀୟ

ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ: ଏଠି ମିଳିବ ସବୁ ପ୍ରଧାନମନ୍ତ୍ରୀଙ୍କ ସହ ଜଡିତ ସମସ୍ତ ତଥ୍ୟ

ନୂଆଦିଲ୍ଲୀ,୧୪ ।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପ୍ରଧାନମନ୍ତ୍ରୀ ସଂଗ୍ରହାଳୟର ଉଦଘାଟନ କରିବେ । ଦିଲ୍ଲୀର ନେହେରୁ ସ୍ମାରକ ମ୍ୟୁଜିୟମ ଓ ଲାଇବ୍ରେରୀ ପରିସରରେ ଏହା ନିର୍ମାଣ କରାଯାଇଛି । ଦିଲ୍ଲୀର ଯେଉଁ ତିନିମୂର୍ତ୍ତି ଭବନ ଆଜି ପର୍ଯ୍ୟନ୍ତ ନେହେରୁ ମେମୋରିଆଲ ମ୍ୟୁଜିୟମ ଭାବେ ପରିଚିତ ଥିଲା ଏହା ଏବେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଭାବେ ପରିଚତ ହେବ ।
ଏହି ନବନିର୍ମିତ ସଂଗ୍ରହାଳୟର ଉଦ୍‌ଘାଟନ ଗୁରୁବାର ସକାଳ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ । ଏହି ସଂଗ୍ରହାଳୟରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କଠାରୁ ଆରମ୍ଭ କରି ଏବେକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କ ପର୍ଯ୍ୟନ୍ତ ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଜୀବନ ଦର୍ଶନକୁ ବିସ୍ତାର ଭାବେ ସଂଗୃହିତ କରାଯାଇଛି ।

ଏହି ସଂଗ୍ରହାଳୟ ପାଇଁ ପ୍ରଧାନମନ୍ତ୍ରୀମାନଙ୍କ ସହ ଜଡିତ ତଥ୍ୟ ଦୂରଦର୍ଶନ, ଫିଲ୍ମ ଡିଭିଜନ, ସଂସଦ ଟିଭି, ପ୍ରତିରକ୍ଷା ମନ୍ତ୍ରଣାଳୟ, ମିଡିଆ ହାଉସ(ଦେଶ –ବିଦେଶ), ପ୍ରିଣ୍ଟ ମିଡିଆ, ବିଦେଶୀ ସମାଚାର ଏଜେନ୍ସି, ବିଦେଶ ମନ୍ତ୍ରଣାଳୟର ତୋପଖାନା ଆଦି ସଂସ୍ଥାରୁ ଏକାଠି କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ସହ ଜଡିତ ବହୁମୂଲ୍ୟ ତଥ୍ୟ ଯୋଗାଡ କରିବାକୁ ସେମାନଙ୍କ ପରିବାର ସହ ମଧ୍ୟ ସମ୍ପର୍କ କରାଯାଇଛି । ସାମଗ୍ରୀ ଗୁଡିକ ସ୍ଥାୟୀ ଲାଇସେନ୍ସରେ ହାସଲ କରାଯାଇଛି । ଅଭିଲେଖାଗାରରେ କିଛି ବ୍ୟକ୍ତିଗତ ବସ୍ତୁ, ଉପହାର ଓ ଭାଷଣ ତଥା ବିଚାରଧାରାକୁ ସଂଗୃହିତ କରାଯାଇଛି ।

Share