ଏହି ଦେଶରେ କରୋନା ପଜିଟିଭ୍‌ ମହିଳାଙ୍କ ସହ ଅସଦାଚରଣ ହେବାରୁ ପ୍ରଧାନମନ୍ତ୍ରୀ ଦେଲେ ଇସ୍ତଫା

ଉଲାନବାଟର,୨୨।୧ : ମଙ୍ଗୋଲିଆର ପ୍ରଧାନମନ୍ତ୍ରୀ ଖୁରେଲସୁଖ ଉଖନା ସଂସଦରେ ତାଙ୍କର ଇସ୍ତଫାପତ୍ର ଦାଖଲ କରିଛନ୍ତି। କାରଣ ମଙ୍ଗୋଲିଆର ଜଣେ କରୋନା ପଜିଟିଭ୍‌ ମହିଳାଙ୍କ ସହ ଅସଦାଚରଣ କରାଯାଇଥିଲା। ମହିଳାଙ୍କ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମଙ୍ଗୋଲିଆର ରାଜଧାନୀ ଉଲାନବାଟରରେ ପ୍ରାୟ ୫୦୦୦ ଲୋକ ପ୍ରତିବାଦ କରିଥିଲେ। ଫଳରେ ପ୍ରଧାନମନ୍ତ୍ରୀ ଇସ୍ତଫା ଦେଇଥିଲେ। ସେ ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି, ମୁଁ ଏହି ପଦରୁ ଇସ୍ତଫା ଦେଉଛି। କାରଣ ଜନସାଧାରଣଙ୍କ ଦାବିକୁ ସମ୍ମାନ ଜଣାଉଛି। ଏହି ସମଗ୍ର ଘଟଣାର ଦାୟିତ୍ୱ ଗ୍ରହଣ କରି ମୁଁ ଏହି ଇସ୍ତଫା ଦେଉଛି।

Share