ପ୍ରଧାନମନ୍ତ୍ରୀ ପ୍ରଚଣ୍ଡଙ୍କୁ ୨୩ ମାର୍ଚ୍ଚ ସୁଦ୍ଧା ହାସଲ କରିବାକୁ ହେବ ବିଶ୍ୱାସ ମତ

କାଠମାଣ୍ଡୁ,୨୭ ।୨: ନେପାଳରେ ରାଜନୈତିକ ଅସ୍ଥିରତା ଜାରି ରହିଛି । ମାର୍ଚ୍ଚ ୨୮ ସୁଦ୍ଧା ପ୍ରଧାନମନ୍ତ୍ରୀ ପୁଷ୍ପା କମଲ ଦହଲଙ୍କୁ ସଂସଦର ନିମ୍ନ ଗୃହ-ପ୍ରତିନିଧି ସଭାରେ ବିଶ୍ୱାସମତ ହାସଲ କରିବାକୁ ପଡିବ । ରାଷ୍ଟ୍ରୀୟ ପ୍ରଜାତାନ୍ତ୍ରୀକ ପାର୍ଟିର ମୁଖ୍ୟ ଓ ପ୍ରଚଣ୍ଡ ସରକାରରେ ଉପପ୍ରଧାନମନ୍ତ୍ରୀ ରାଜେନ୍ଦ୍ର ଲିଂଗଦେନଙ୍କ ୩ ମନ୍ତ୍ରୀଙ୍କ ସହ ଇସ୍ତଫା ଦେବାସହ ସରକାରଙ୍କ ସମର୍ଥ ପ୍ରତ୍ୟାହାର ଘୋଷଣା କରିଛନ୍ତି ।

ଏଭଳି ପରିସ୍ଥିତିରେ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ରାଷ୍ଟ୍ରପତି ନିର୍ବାଚନରେ ସ୍ପଷ୍ଟ ସଂଖ୍ୟା ଗରିଷ୍ଠତା ହାସଲ କରୁଥିବା ଜଣାପଡିଛି । ଏହାମଧ୍ୟ ସୂଚାଇ ଦେଉଛି ଯେ ସରକାରଙ୍କର ଆଉ ଆବଶ୍ୟକ ସମର୍ଥନ ନାହିଁ । ତେବେ ନେପାଳର ସମ୍ବିଧାନର ଧାରା ୧୦୦ର ଧାରା-୨ ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ଦଳ କିମ୍ବା ମିଳିତ ମଞ୍ଚ ବିଭାଜନ ହେବାର ୩୦ ଦିନ ମଧ୍ୟରେ ଆସ୍ଥା ଭୋଟ ପାଇବାକୁ ପଡିବ । ଏଭଳି ପରିସ୍ଥିତିରେ ଗୃହରେ ସଦସ୍ୟଙ୍କ ସଖ୍ୟା ଦୃଷ୍ଟିରୁ ନେପାଳର ସବୁଠାରୁବଡ ରାଜନୈତିକ ଦଳ ନେପାଳ କଂଗ୍ରେସ ଖୁବଶୀଘ୍ର ଏକ ନୂତନ ସରକାର ଗଠନ କରିବାର ସୁଯୋଗ ପାଇପାରେ, କାରଣ ଆରପିପି ବ୍ୟତୀତ ପ୍ରଚଣ୍ଡର କିଛି ସହଯୋଗୀ ଦଳ ଅଛନ୍ତି ଯେଉଁମାନେ ସେମାନଙ୍କ ଉପରେ ସନ୍ତୁଷ୍ଟ ନୁହେଁ ।

Share