ଜରିମାନା ଦେଲେ ପ୍ରଧାନମନ୍ତ୍ରୀ

ନରଓ୍ବେ ପ୍ରଧାନମନ୍ତ୍ରୀ ଏର୍ନା ସୋଲବର୍ଗ କୋଭିଡ୍‌-୧୯ ନିୟମ ଭାଙ୍ଗି ଜରିମାନା ଦେଇଛନ୍ତି। ତାଙ୍କ ଜନ୍ମଦିନ ପାଳନ ପାଇଁ ଏକ ପାରିବାରିକ ଉତ୍ସବର ଆୟୋଜନ କରାଯାଇଥିଲା। ସେଠାରେ ସେ ସୋସିଆଲ ଡିଷ୍ଟାନ୍ସିଂ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କଠାରୁ ୨୦,୦୦୦ କ୍ରାଉନ୍‌ (୨,୩୫୨ ଡଲାର) ଜରିମାନା ଆଦାୟ କରାଯାଇଥିବା ପୋଲିସ ମୁଖ୍ୟ ଓଲେ ସେଭେରୁଡ୍‌ ଶୁକ୍ରବାର ସୂଚନା ଦେଇଛନ୍ତି। ଦୁଇଥର ପ୍ରଧାନମନ୍ତ୍ରୀ ହୋଇଥିବା ଏର୍ନା ସରକାରୀ କଟକଣା ସତ୍ତ୍ୱେ ପରିବାରର ୧୩ ସଦସ୍ୟଙ୍କୁ ନେଇ ଗତମାସରେ ଏକ ମାଉଣ୍ଟେନ ରିସର୍ଟରେ ତାଙ୍କ ୬୦ତମ ଜନ୍ମଦିନ ପାଳନ କରିଥିଲେ। ଗତ ମାର୍ଚ୍ଚରୁ ନରଓ୍ବେରେ କରୋନା ଭାଇରସ୍‌ ସଂକ୍ରମଣ ବଢ଼ିବାରେ ଲାଗିଛି।

Share