ଜାପାନରେ ପ୍ରଧାନମନ୍ତ୍ରୀ, ଜୟ ଶ୍ରୀ ରାମ ସ୍ଲୋଗାନ…

ଟୋକିଓ, ୨୩।୫ : କ୍ୱାଡ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନରେ ପହଞ୍ଚିଛନ୍ତି। ଏହି ସମୟ ମଧ୍ୟରେ ଟୋକିଓରେ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରାଯାଇଛି। କ୍ୱାଡ ସମ୍ମିନଳୀରେ ଅଂଶଗ୍ରହଣ କରିବା ବ୍ୟତୀତ ପ୍ରଧାନମନ୍ତ୍ରୀ ଦୁଇ ଦିନିଆ ଜାପାନ ଗସ୍ତରେ ଅଛନ୍ତି। ଏହା ସୋମବାର ଠାରୁ ଆରମ୍ଭ ହେଉଛି।

ଭାରତ, ଜାପାନ, ଆମେରିକା ଏବଂ ଅଷ୍ଟ୍ରେଲିଆର ନେତାମାନେ କ୍ୱାଡ ସୁରକ୍ଷା ସଂଳାପରେ ଅଂଶଗ୍ରହଣ କରିବେ। ଜାପାନରେ ରହୁଥିବା ପ୍ରବାସୀ ଭାରତୀୟ ମାନେ ଜୟ ଶ୍ରୀ ରାମର ସ୍ଲୋଗାନ ଦେଇଥିଲେ। ଏଥିସହ ଏହି ସମୟରେ ପିଏମ ମୋଦିଙ୍କୁ ଭାରତ ମାତାର ସିଂହ ବୋଲି ମଧ୍ୟ କହିଛନ୍ତି। ଲୋକମାନେ ହାତରେ ପୋଷ୍ଟର ଧରି ଠିଆ ହୋଇଥିଲେ। ସେଥିରେ ଲେଖା ଥିଲା ଯିଏ ୩୭୦ ରଦ୍ଦ କରିଛନ୍ତି ସେ ଟୋକିଓକୁ ଆସିଛନ୍ତି।

Share