ଭାଇରାଲ ଭିଡିଓରେ ଫିନ୍‌ଲାଣ୍ଡ ପ୍ରଧାନମନ୍ତ୍ରୀ

ହେଲସିଙ୍କି,୧୯।୮:ଫିନ୍‌ଲାଣ୍ଡ ପ୍ରଧାନମନ୍ତ୍ରୀ ସାନ୍ନା ମାରିନ ଏକ ପାର୍ଟିରେ ତାଙ୍କ ବନ୍ଧୁମାନଙ୍କ ସହ ନିଶାଗ୍ରସ୍ତ ଅବସ୍ଥାରେ ନାଚୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିରୋଧୀ ଦଳ ଏହାର କଡ଼ା ସମାଲୋଚନା କରିଛି। ପ୍ରଧାନମନ୍ତ୍ରୀଙ୍କ ଡ୍ରଗ୍ସ ପରୀକ୍ଷା ଲାଗି ବିରୋଧୀମାନେ ଦାବି କରିଛନ୍ତି। ପାର୍ଟିରେ ମଦ ପିଇଥିବା ମାରିନ ସ୍ବୀକାର କରିଛନ୍ତି। ସେହି ସମୟରେ ଭିଡିଓ କରାଯାଉଥିବା ସମ୍ପର୍କରେ ସେ ଅବଗତ ଥିଲେ। କିନ୍ତୁ ଏହା ସର୍ବସାଧାରଣରେ ପ୍ରକାଶ ପାଇଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି। ନାଚିବା ଓ ଗାଇବା ବେଆଇନ କାର୍ଯ୍ୟ ନୁହେଁ। ନିଜ ବ୍ୟବହାରରେ ପରିବର୍ତ୍ତନର ଆବଶ୍ୟକତା ଥିବା ସେ ଅନୁଭବ କରୁନାହାନ୍ତି ବୋଲି କହିଛନ୍ତି।

Share