Categories: ଜାତୀୟ

ସାବରମତୀ ଆଶ୍ରମରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ଅହମ୍ମଦାବାଦ,୬।୩: ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ ଭାରତ ଗସ୍ତରେ ଅଛନ୍ତି। ସେ ବୁଧବାର ଅଷ୍ଟ୍ରେଲିଆରୁ ଅହମ୍ମଦାବାଦରେ ପହଞ୍ଚିଥିଲେ। ଏଠାରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ତାଙ୍କୁ ବିମାନବନ୍ଦରରେ ସ୍ବାଗତ କରିଥିଲେ। ଏହା ପରେ ଆନ୍ଥୋନି ସାବରମତୀ ଆଶ୍ରମ ପରିଦର୍ଶନ କରିଥିଲେ। ତାଙ୍କ ସହ ବାଣିଜ୍ୟ ଏବଂ ପର୍ଯ୍ୟଟନ ମନ୍ତ୍ରୀ ଡନ ଫାରେଲ, ସମ୍ବଳ ମନ୍ତ୍ରୀ ତଥା ଉତ୍ତର ଅଷ୍ଟ୍ରେଲିଆ ମ୍ୟାଡେଲିନ କିଙ୍ଗ ଏବଂ ଏକ ଉଚ୍ଚ ସ୍ତରୀୟ ବ୍ୟବସାୟ ପ୍ରତିନିଧୀ ଅଛନ୍ତି। ଏଠାରେ ସେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ମଧ୍ୟ ଦେଖିବେ। ଏଥିସହ ଦିଲ୍ଲୀରେ ପହଞ୍ଚିବା ପୂର୍ବରୁ ସେ ମାର୍ଚ୍ଚ ୯ରେ ମୁମ୍ବାଇ ଗସ୍ତ କରିବେ।
ଭାରତ ଯିବା ପୂର୍ବରୁ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ସହ ଆମର ସମ୍ପର୍କକୁ ମଜଭୁତ କରିବାକୁ ଆମର ଏକ ଐତିହାସିକ ସୁଯୋଗ ରହିଛି। ଏହି ଗସ୍ତ ଭାରତ ସହ ଆମର ସମ୍ପର୍କକୁ ଗଭୀର କରିବା ଏବଂ ସ୍ଥିରତା ଏବଂ ବିକାଶ ପାଇଁ ଏକ ଶକ୍ତି ହେବା ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ।

Share