Posted inଜାତୀୟ

ସାବରମତୀ ଆଶ୍ରମରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ଅହମ୍ମଦାବାଦ,୬।୩: ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ ଭାରତ ଗସ୍ତରେ ଅଛନ୍ତି। ସେ ବୁଧବାର ଅଷ୍ଟ୍ରେଲିଆରୁ ଅହମ୍ମଦାବାଦରେ ପହଞ୍ଚିଥିଲେ। ଏଠାରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ତାଙ୍କୁ ବିମାନବନ୍ଦରରେ ସ୍ବାଗତ କରିଥିଲେ। ଏହା ପରେ ଆନ୍ଥୋନି ସାବରମତୀ ଆଶ୍ରମ ପରିଦର୍ଶନ କରିଥିଲେ। ତାଙ୍କ ସହ ବାଣିଜ୍ୟ ଏବଂ ପର୍ଯ୍ୟଟନ ମନ୍ତ୍ରୀ ଡନ ଫାରେଲ, ସମ୍ବଳ ମନ୍ତ୍ରୀ ତଥା ଉତ୍ତର ଅଷ୍ଟ୍ରେଲିଆ ମ୍ୟାଡେଲିନ କିଙ୍ଗ ଏବଂ ଏକ ଉଚ୍ଚ ସ୍ତରୀୟ ବ୍ୟବସାୟ ପ୍ରତିନିଧୀ ଅଛନ୍ତି। ଏଠାରେ ସେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ମଧ୍ୟ ଦେଖିବେ। ଏଥିସହ ଦିଲ୍ଲୀରେ ପହଞ୍ଚିବା ପୂର୍ବରୁ ସେ ମାର୍ଚ୍ଚ ୯ରେ ମୁମ୍ବାଇ ଗସ୍ତ କରିବେ।
ଭାରତ ଯିବା ପୂର୍ବରୁ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ସହ ଆମର ସମ୍ପର୍କକୁ ମଜଭୁତ କରିବାକୁ ଆମର ଏକ ଐତିହାସିକ ସୁଯୋଗ ରହିଛି। ଏହି ଗସ୍ତ ଭାରତ ସହ ଆମର ସମ୍ପର୍କକୁ ଗଭୀର କରିବା ଏବଂ ସ୍ଥିରତା ଏବଂ ବିକାଶ ପାଇଁ ଏକ ଶକ୍ତି ହେବା ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ତାତି ଥମିନି, ଆଶ୍ରୟ ପାଇଁ ଜାଗା ନାହିଁ: ଲୋକେ ହଟହଟା

ବରଗଡ଼,୨୩।୪(ପ୍ରେମାନନ୍ଦ ଖମାରୀ): ତାପମାତ୍ରା ଥମିବାର ନଁା ନେଉ ନାହିଁ। ବରଗଡ଼ ଜିଲାରେ ଦିନକୁଦିନ ତାପମାତ୍ରା ବଢ଼ି ଚାଲିଛି। ତାତି ସାଙ୍ଗକୁ ଗୁଳୁଗୁଳି, ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ଆହୁରି…

ଯୁଗେ ଯୁଗେ ଇଚ୍ଛାମୃତ୍ୟୁ

ଣସି କାରଣରୁ ବ୍ୟକ୍ତି ଇଚ୍ଛାକରି ମୃତ୍ୟୁକୁ ଆଦରି ନେବା ହେଉଛି ଇଚ୍ଛାମୃତ୍ୟୁ, ଯାହା ପୁରାଣ ପୃଷ୍ଠା ମଣ୍ଡନକରି ପାଠକର ମନ ହୃଦୟକୁ ଆନ୍ଦୋଳିତ କରେ। ରାମାୟଣ ଯୁଦ୍ଧର…

ଓଡ଼ିଶାରେ ଗଛର ବିବିଧତା

ପ୍ରକୃତି ଓଡ଼ିଶାକୁ ଗଛର ବିବିଧତାରେ ଭରିଦେଇଛି । ଓଡ଼ିଶାର ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ବିକାଶ ପାଇଁ ଗଛର ବିବିଧତାର ସୁରକ୍ଷା ଏବଂ ବିକାଶ ଆବଶ୍ୟକ। ଭାରତୀୟ…

ଶାକାହାରୀ ଦୟାଳୁ କି

ନାଥୁରାମ ଗଡ୍‌ସେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲେ। ସେ କ’ଣ ଶାକାହାରୀ ଥିଲେ କି? ହିନ୍ଦୁ ପୁରାଣ ଅନୁଯାୟୀ, ପର୍ଶୁରାମ ଅନେକ ପିଢ଼ିର କ୍ଷତ୍ରିୟଙ୍କୁ ହତ୍ୟା କରିଥିଲେ।…

ଆଜି ବିଜ୍‌ନେସ ଏମିନେସ୍ସ ଆଓ୍ବାଡର୍‌ସ-୨୦୨୬: ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୪: ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ଆନୁକୂଲ୍ୟରେ ଗୁରୁବାର ହୋଟେଲ ସ୍ବସ୍ତି ପ୍ରିମିୟମରେ ବିଜ୍‌ନେସ ଏମିନେସ୍ସ ଆଓ୍ବାଡର୍‌ସ-୨୦୨୬ ଆରମ୍ଭ ହେବାକୁ ଯାଉଛି। ଏହି ଅବସରରେ ଯୋଗ ଦେବାକୁ ଥିବା…

ବଢୁଛି ଖରା, ପିଇବାକୁ ପାଣି ନାହିଁ

କେନ୍ଦ୍ରାପଡ଼ା,୨୩ା୪(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ପାରଦ ୪୦ ଡିଗ୍ରୀ ଉପରେ ଅଛି। ମହାନଦୀ, ବାହ୍ମଣୀ ଓ ବୈତରଣୀ ସିଷ୍ଟମରେ ଥିବା ୭ ନଦୀ ଶୁଖିଲା ପଡ଼ିଛିି। ଜନଜୀବନ…

୩ ଗାଁରେ ପାଣି ସଙ୍କଟ: ଟ୍ରାଏଲ ସରିଛି, କାର୍ଯ୍ୟକ୍ଷମ ହେଉନି ପାନୀୟ ପ୍ରକଳ୍ପ

ଲୋଇସିଂହା,୨୩।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ପାଇଁ ସମସ୍ତ ପ୍ରସ୍ତୁତି ସରି ଯାଇଛି। ଏପରି କି ପ୍ରକଳ୍ପରୁ ପାନୀୟ ଜଳ ଯୋଗାଣ ଟ୍ରାଏଲ ମଧ୍ୟ କରାଯାଇଛି। ଏହାସତ୍ତ୍ୱେ ବଲାଙ୍ଗୀର…

ଆଉ ସିଗାରେଟ୍‌ କିଣିପାରିବେନି ଯୁବପିଢି: ସରକାର ନେଲେ ବଡ଼ ନିଷ୍ପତ୍ତି

ଲଣ୍ଡନ,୨୩ା୪:ବ୍ରିଟେନ୍‌ରେ ଭବିଷ୍ୟତ ପିଢ଼ିଙ୍କ ପାଇଁ ସିଗାରେଟ୍‌ କିଣା ନିଷିଦ୍ଧ କରିବା ଲାଗି ପାର୍ଲାମେଣ୍ଟରେ ଏକ ବିଲ୍‌ ଗୃହୀତ ହୋଇଛି। ଟବାକୋ ଆଣ୍ଡ ଭେପ୍‌ସ ବିଲ୍‌ ଅନୁଯାୟୀ, ୨୦୦୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri