Categories: ଜାତୀୟ

ନୂଆବର୍ଷରେ କବିତା ଲେଖିଲେ ମୋଦି

ନୂଆଦିଲ୍ଲୀ,୧ ।୧: ବିଦାୟ ନେଇଛି ପୁରୁଣା ବର୍ଷ ୨୦୨୦ । ଏକ ନୂଆ ସକାଳ ନେଇ ପାଦ ଥାପି ସାରିଛି ଇଂରାଜୀ ନୂଆବର୍ଷ ୨୦୨୧ । ନୂଆବର୍ଷକୁ ନେଇ ସମସ୍ତଙ୍କ ମନରେ ଅନେକ ଉତ୍ସାହ କାରଣ ପୁରୁଣା ବର୍ଷ ପ୍ରାୟ ସମସ୍ତ ବିଶ୍ୱବାସୀଙ୍କୁ ଦେଇଛି କିଛି ନା କିଛି ଦୁଃଖ । ନୂଆବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ କବିତା ଲେଖିବା ସହ ଏହାକୁ ଟୁଇଟରରେ ଶେୟାର କରିଛନ୍ତି । ଏହି କବିତାର ଶୀର୍ଷକ ରହିଛି ‘ଅଭିତୋ ସୁରଜ ଉଗା ହେ’ । ଏହାକୁ ଦେଖିବା ପରେ ଦେଶବାସୀଙ୍କ ମନରେ ପୁଣିଥରେ ନୂଆ ସୁରୁଜ ନୂଆ ସମ୍ଭାବନା ଆଣିବ ବୋଲି ଆଶା କରାଯାଇଛି । ଏବେ ଯଦିଓ କରୋନା ଭାଇରସକୁ ନେଇ ଦେଶବାସୀଙ୍କ ମନରେ ଭୟ ରହିଛି ତଥାପି ଅନେକ ଆଶା ଆଣିଛି ନୂଆବର୍ଷ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି କବିତାକୁ @mygovindia ଟୁଇଟର ହ୍ୟାଣ୍ଡେଲରେ ଶେୟାର କରାଯାଇଛି । ମୋଦି ଏହି କବିତା ଲେଖିବା ସହ ଆବୃତ୍ତି ମଧ୍ୟ କରିଛନ୍ତି । ଏହାସହ ମୋଦି ଦେଶବାସୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ନୂଆବର୍ଷ ଆପଣଙ୍କ ଜୀବନରେ ଭଲ ସ୍ୱାସ୍ଥ୍ୟ, ଖୁସି ଓ ସମୃଦ୍ଧି ଆଣିଦେଉ । ଆଶା ଓ କଲ୍ୟାଣର ଭାବନା ବୃଦ୍ଧି ହେଉ ବୋଲି ମୋଦି କାମନା କରିଛନ୍ତି ।

Share