ପୁଣି ୨୦ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର,୧୨।୫: ପୁଣି ଆସନ୍ତା ୨୦ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି। ଏହି ଗସ୍ତ ସମୟରେ ସେ ପୁରୀରେ ରୋଡ୍‌ ଶୋ କରିବେ। ଏହାସହିତ କଟକ ଓ ଅନୁଗୁଳରେ ଜନସଭାକୁ ସମ୍ବୋଧିତ କରିବେ। ଏନେଇ ରାଜ୍ୟ ଭାଜପା ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

ସେହିଭଳି ୧୫ ତାରିଖରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଗସ୍ତ ସମୟରେ ରାଉରକେଲା, କଣ୍ଟାବାଞ୍ଜି, ସୋରଡ଼ାରେ ଶାହା ସମାବେଶ କରିବେ। ସେହିପରି ୧୭ ତାରିଖରେ ଓଡ଼ିଶା ଗସ୍ତ କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ସେ ସୁନ୍ଦରଗଡ଼, ହିଞ୍ଜିଳି ଓ ପଦ୍ମପୁର ଗସ୍ତ କରି ସମାବେଶ କରିବେ।

ଚଳିତ ମାସରେ ମୋଦି ଦୁଇଥର ଓଡ଼ିଶା ଆସି ସାରିଲେଣି। ମେ’ ୬ରେ ଓଡ଼ିଶାରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଥିଲେ ମୋଦି। ବୁଧବାର ମୋଦି ବରଗଡରେ ସମାବେଶକୁ ସମ୍ବୋଧିତ କରି ରାଜ୍ୟ ସରକାରଙ୍କୁ ଘେରିଥିଲେ।

ବରଗଡରେ ସେ କହିଥିଲେ ”ପ୍ରକୃତି ସବୁକିଛି ଦେଇଛି। ଏଠାରେ ଅପାର ଧନସମ୍ପଦ, ପ୍ରାକୃତିକ ସମ୍ପଦ ଭରି ରହିଛି। ତଥାପି ବିଜେଡି ସରକାର ରାଜ୍ୟରେ ଦାରିଦ୍ର୍ୟକୁ ହଟାଇ ପାରିନାହିଁ ଏବଂ ରାଜ୍ୟର ଭାତହାଣ୍ଡିକୁ ଖାଲି କରି ଦେଇଛି ବୋଲି ଶନିବାର ବରଗଡ଼ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ମୋଦି କହିଥିଲେ, ଓଡ଼ିଶାର ସଂସ୍କୃତି, ପରମ୍ପରା ମହାନ୍‌। କିନ୍ତୁ ବିଜେଡି ସରକାର ୨୫ବର୍ଷ ଶାସନରେ ଓଡ଼ିଶାକୁ ବରବାଦ କରି ଦେଇଛି। ଏଠାରେ କୃଷକ, ବୁଣାକାର ସମସ୍ତଙ୍କ ଦୁଃଖ ବଢ଼ି ଚାଲିଛି। କୃଷକଙ୍କ ସମେତ ସବୁବର୍ଗର ଲୋକଙ୍କ ପାଇଁ ଦିନରାତି ପରିଶ୍ରମ କରୁଛନ୍ତି ବୋଲି ମୋଦି କହିଥିଲେ।

ମୋଦି ଆହୁରି କହିଥିଲେ, ଏବେ କୃଷକମାନେ ୟୁରିଆ ସାର ପାଇଁ ହଇରାଣ ହେଉନାହାନ୍ତି। ୩ ହଜାର ଟଙ୍କାରେ ଯେଉଁ ୟୁରିଆ ସାର କିଣୁଥିଲେ, ମୋଦି ସରକାରର ତାହା ଏବେ ୩ଶହ ଟଙ୍କାରେ ଯୋଗାଇ ଦେଉଛି। ତାଳଚେର ସାର କାରଖାନା ନିର୍ମାଣ ଦ୍ରୁତଗତିରେ ଚାଲିଛି। କୃଷକଙ୍କ ବିକାଶ ପାଇଁ ୧୨ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇ ଥିବାବେଳେ ଅନାର୍‌ ଭଣ୍ଡାର ଯୋଜନା କାର୍ଯ୍ୟକାରୀ ହୋଇଛି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ବରଗଡ଼ର ଚାଷୀଙ୍କୁ ୪୦୦କୋଟି ଟଙ୍କା ଯୋଗାଇ ଦିଆଯାଇଛି। ଅପରପକ୍ଷେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ପ୍ରାୟ ୨୨୦୦ ଟଙ୍କା ଥିବାବେଳେ ରାଜ୍ୟର ଚାଷୀଙ୍କୁ ୧୬୦୦ରୁ ୧୭୦୦ଟଙ୍କା ମିଳୁଛି। ବାକି ଟଙ୍କା ବିଜେଡି ସରକାରଙ୍କ ଦଲାଲ ହାତକୁ ଯାଉଛି। ସେଭଳି ଭ୍ରଷ୍ଟାଚାରକୁ ରୋକାଯିବା କଥା କି ନୁହେଁ ବୋଲି ମୋଦି ଉପସ୍ଥିତ ଜନତାଙ୍କୁ ପ୍ରଶ୍ନ କରିଥିଲେ। ସେହିପରି ଶାସନକୁ ଆସିଲେ ଧାନ ଦର କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ଲେଖାଏ କରାଯିବ ଏବଂ ୪୮ଘଣ୍ଟା ମଧ୍ୟରେ କୃଷକଙ୍କୁ ବିକ୍ରିଧାନର ପ୍ରାପ୍ୟରାଶି ମିଳିବ ବୋଲି ଓଡ଼ିଶା ଭାଜପା ଘୋଷଣା କରି ସାରିଛି। ପଡ଼ୋଶୀ ଛତିଶଗଡ଼ରେ ଚାଲିଥିବା ଭାଜପା ସରକାର କୃଷକଙ୍କୁ ଧାନବିକ୍ରିରେ ସେଭଳି ଦର ଦେଉଛି ଏବଂ ଏହା ହିଁ ହେଉଛି ମୋଦି ଗ୍ୟାରେଣ୍ଟି ବୋଲି ସେ କହିଥିଲେ। ମୋଦି କହିଥିଲେ, ସମ୍ବଲପୁରୀ ଶାଢ଼ି ସାରା ଦୁନଆରେ ନାଁ କରିଛି। ମୋଦି ସରକାର ମଧ୍ୟ ଟେକ୍ସଟାଇଲକୁ ଗୁରୁତ୍ୱ ଦେଇ ଆସୁଛି। ବୁଣାକାର ପରିବାରର ଛାତ୍ରୀଛାତ୍ରଙ୍କୁ ୨ଲକ୍ଷ ଟଙ୍କା ଲେଖାଏ ଛାତ୍ରବୃତ୍ତି ଦିଆଯାଉ ଥିବାବେଳେ ଗତ ୧୦ବର୍ଷ ମଧ୍ୟରେ ୬୦୦ରୁ ଅଧିକ ହ୍ୟାଣ୍ଡଲୁମ କ୍ଲଷ୍ଟର ସ୍ଥାପନ କରାଯାଇ ବୁଣାକାରଙ୍କୁ ତାଲିମ ଦିଆଯାଉଛି। ସେହିପରି ଶାସନକୁ ଆସିଲେ ଭାଜପା ରାଜ୍ୟରେ ୩ ହ୍ୟାଣ୍ଡଲୁମ ପାର୍କ ପ୍ରତିଷ୍ଠା କରିବାକୁ ଘୋଷଣା କରିଛି ବୋଲି ମୋଦି କହିଥିଲେ।
ଦେଶରେ ଆଦିବାସୀମାନେ ଉଭୟ ରାଜନୈତିକ ଏବଂ ଆର୍ଥିକ କ୍ଷେତ୍ରରେ ଅବହେଳିତ ଥିଲେ। କିନ୍ତୁ ମୋଦି ସରକାର ଆସିବା ପରେ ଆଦିବାସୀଙ୍କ କଲ୍ୟାଣ ପାଣ୍ଠି ୫ ଗୁଣା ବୃଦ୍ଧି ପାଇଥିବାବେଳେ ବିର୍ସା ମୁଣ୍ଡାଙ୍କ ଜନ୍ମଦିନକୁ ଜନଜାତି ଗୌରବ ଦିବସ ଭାବେ ପାଳନ କରାଯାଉଥିବା ମୋଦି କହିଥିଲେ। ସେହିପରି ଓଡ଼ିଶାର ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁ ଆଜି ଦେଶର ରାଷ୍ଟ୍ରପତି ହେବା ଗର୍ବ, ଗୌରବର ବିଷୟ। କିନ୍ତୁ କଂଗ୍ରେସ ରାଷ୍ଟ୍ରପତି ମୁର୍ମୁଙ୍କୁ ଯେଭଳି ଅପମାନ କରୁଛି, ତାହା ଆମ ସଭିଁଙ୍କ ପାଇଁ ଅପମାନ। ସେହିପରି କଂଗ୍ରେସ ସମ୍ବିଧାନକୁ ବଦଳାଇବାକୁ ଚେଷ୍ଟା କରୁଛି। କିନ୍ତୁ ସମ୍ବିଧାନରେ ହାତ ଲଗାଇବା ପାଇଁ କାହାରି ଶକ୍ତି ନାହିଁ। ଏଭଳି ସ୍ଥିତିରେ କଂଗ୍ରେସକୁ ସମ୍ପୂର୍ଣ୍ଣ ମୂଳପୋଛ କରିବାକୁ ସେ ଆହ୍ବାନ କରିଥିଲେ।

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ମୋଦି ବିଜେଡି ସରକାରକୁ ସମାଲୋଚନା କରିଥିବାବେଳେ ଧନୁଯାତ୍ରା ଭଳି ଭାଜପାର ସଂକଳ୍ପ ସମାବେଶରେ ଦଳକୁ ଆଶୀର୍ବାଦ ପାଇଁ ଜନସମୁଦ୍ର ହୋଇଥିବାରୁ ଏହା ବି କିଛି କମ୍‌ ନୁହେଁ ବୋଲି ମୋଦି କହିଥିଲେ ଏବଂ ଦଳର ଏମ୍‌ପି ଏବଂ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ୍‌ ଦେବା ପାଇଁ ନିବେଦନ କରିଥିଲେ।”


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri