Categories: ଜାତୀୟ

କାନପୁର ଗସ୍ତରେ ପ୍ରଧାନମନ୍ତ୍ରୀ

କାନପୁର,୨୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କାନପୁର ଗସ୍ତରେ ଯିବେ। କାନପୁର ମେଟ୍ରୋ ରେଳ ପ୍ରକଳ୍ପ ଏବଂ ବିନା-ପଙ୍କି ମଲ୍ଟି-ପ୍ରଡକ୍ଟ ପାଇପଲାଇନ ପ୍ରକଳ୍ପର ସମ୍ପୂର୍ଣ୍ଣ ବିଭାଗର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ଆଇଆଇଟି-କାନପୁରର ୫୪ ତମ ସମାରୋହକୁ ମଧ୍ୟ ସମ୍ବୋଧିତ କରିବେ।
ପ୍ରଧାନମନ୍ତ୍ରୀ ସକାଳ ୧୦.୨୫ରେ ଚାକେରୀ ବିମାନବନ୍ଦରରେ ପହଞ୍ଚି ମଧ୍ୟାହ୍ନ ୧୨.୫୦ ରେ ଚନ୍ଦ୍ରଶେଖର ଆଜାଦ ବିଶ୍ୱବିଦ୍ୟାଳୟ ଯିବାର କାର୍ଯ୍ୟକ୍ରମ ରହିଛି। ପରେ ୧.୧୦ ରେ ଏକ ସାଧାରଣ ସଭା ଏବଂ ନିରାଲା ନାଗର ରେଳ ପଡିଆରେ ପ୍ରକଳ୍ପର ଉଦ୍‌ଘାଟନ କରିବେ। ଅପରାହ୍ନ ୨.୪୫ରେ ସେ ଚାକେରୀ ବାୟୁସେନା ଷ୍ଟେଶନରେ ପହଞ୍ଚି ଅପରାହ୍ନ ୩.୨୦ରେ ଦିଲ୍ଲୀରେ ପହଞ୍ଚିବେ। ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Share