Categories: ଜାତୀୟ

୪୯୭ ଦିନ ପରେ ପ୍ରଥମଥର ବିଦେଶ ଯିବେ ପ୍ରଧାନମନ୍ତ୍ରୀ ମୋଦି

କୋଲକାତା,୫।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ୪୯୭ ଦିନ ପରେ ବିଦେଶ ଗସ୍ତରେ ଯିବେ। କରୋନା ସଂକ୍ରମଣ ସମୟ ଆରମ୍ଭ ହେବା ପରେ ପ୍ରଧାନମନ୍ତ୍ରୀ ପ୍ରଥମ ବାଂଲେଦେଶ ଗସ୍ତରେ ଯିବେ। ୨୬ ଏବଂ ୨୭ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ବାଂଲାଦେଶରେ ପହଞ୍ଚିବେ। ପଡୋଶୀ ଦେଶ ସ୍ବାଧୀନତାର ୫୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସେ ଯୋଗଦେବେ। ଭାରତ କରୋନା ଅବଧି ସମୟରେ ବାଂଲାଦେଶକୁ ଟିକା ଯୋଗାଇ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ମଜବୁତ କରିବାକୁ ଚେଷ୍ଟା କରିଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ମତୁଆ ସମ୍ପ୍ରଦାୟର ଧାର୍ମିକ ନେତା ହରିଚନ୍ଦ୍ର ଠାକୁରଙ୍କ ଜନ୍ମସ୍ଥାନ ଏବଂ ତୀର୍ଥସ୍ଥାନ ପରିଦର୍ଶନ କରିବେ।

Share