Posted inଜାତୀୟ

୮ ଜୁଲାଇରେ ରାଜସ୍ଥାନ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୫।୭: ରାଜସ୍ଥାନରେ ହେବାକୁ ଥିବା ରାଜସ୍ଥାନ ବିଧାନସଭା ନିର୍ବାଚନ୨୦୨୩ ପାଇଁ କେବଳ କିଛି ମାସ ବାକି ଅଛି। ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ଭାଜପା) ଆଲର୍ଟ ମୋଡରେ ଆସିଛି। ଏହାର ବରିଷ୍ଠ ନେତାଙ୍କ ଯାତ୍ରା ଆରମ୍ଭ ହୋଇସାରିଛି। ଏହା ସହିତ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇ ୮ରେ ବିକାନେର ଗସ୍ତ କରିବାକୁ ଯାଉଛନ୍ତି, ଯାହାକି ରାଜସ୍ଥାନର ମିଶନ ଅନ୍ତର୍ଗତ ଗତ ୭୦ଦିନ ମଧ୍ୟରେ ତୃତୀୟ ଗସ୍ତ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିକାନେର ଗସ୍ତ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଚାଲିଛି। ଏଥି ସହ ଭାଜପା ମଧ୍ୟ ନିଜ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାରୀ କାର୍ଯ୍ୟକ୍ରମ ବ୍ୟତୀତ ଭାଜପାର ଏକ ସଭାର ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଏହି ବୈଠକକୁ ସମ୍ବୋଧିତ କରିବେ। ଭାରତୀୟ ଜନତା ଦଳର ରାଜ୍ୟ ସଭାପତି ସିପି ଯୋଶୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକାନେର ଗସ୍ତ ପାଇଁ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ନେଇ ଭାଜପା ପ୍ରସ୍ତୁତ ରହିଛି। ପ୍ରଧାନମନ୍ତ୍ରୀଙ୍କ ବିକାନେର ଡିଭିଜନ ଗସ୍ତରେ ରାଜସ୍ଥାନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ପରେ ଲୋକ ସଭା ନିର୍ବାଚନ ପୂର୍ବରୁ ଦଳ ଆଲର୍ଟ ମୋଡକୁ ଆସିଛି। ସେ ଡିଭିଜନରେ ବିଧାନସଭା ଏବଂ ଲୋକ ସଭା ଆସନ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି। ଏଥର ସେ ଅମୃତସର-ଜାମନଗର ଏକ୍ସପ୍ରେସ ରାଜପଥ ଉଦ୍‌ଘାଟନ କରିବାକୁ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ସଫଳ କରିବା ପାଇଁ ଭାଜପା ପ୍ରସ୍ତୁତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ: ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବରଗଡ଼,୭।୮(ପ୍ରେମାନନ୍ଦ ଖମାର):ବରଗଡ଼ କୋର୍ଟ ସମ୍ମୁଖରେ ଗୁରୁବାର ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ସହରାଞ୍ଚଳ ଗୋଷ୍ଠୀ…

ପ୍ରଦୂଷଣର ହେଉନି ସ୍ଥାୟୀ ପ୍ରତିକାର: ୭ଦିନରେ ୯ହୋଟେଲକୁ ନୋଟିସ

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଦୂଷଣ ବଢ଼ି ଚାଲିଛି। ସହର ରାସ୍ତାକଡ଼ଠାରୁ ଆରମ୍ଭ କରି ନାଳ ନର୍ଦ୍ଦମା, କେନାଲ ଯେଉଁଆଡ଼େ ଦେଖିଲେ ପଡ଼ି ରହିଛି କୁଢ଼କୁଢ଼ ମଇଳା ଆବର୍ଜନା।…

ବିପଦପୂର୍ଣ୍ଣ ରାସ୍ତା, ଲୋକେ ହଟହଟା: ବୁର୍ଡ଼ା-ଅର୍ଜୁନପୁର ପିଡବ୍ଲ୍ୟୁଡି ରାସ୍ତା କଲଭର୍ଟ ଭୁଶୁଡ଼ି ଗର୍ତ୍ତ

ଲୋଇସିଂହା,୭।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ବୁର୍ଡା ଛକରୁ ଅର୍ଜୁନପୁର ପିଡବ୍ଲୁଡି ରାସ୍ତାର କୁମୁଣ୍ଡେ ଶୁଳିଆ ଛକ ନିକଟ କଲଭର୍ଟ ଭାଙ୍ଗି ଗର୍ତ୍ତ ସୃଷ୍ଟି ହୋଇଛି। ଏହାର…

କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ୨୫ ପ୍ରତିଶତ ବୋନସ: ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ଏମ୍‌ପି

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ):ଓଡ଼ିଶାରେ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ୧୨ଲକ୍ଷ କେନ୍ଦୁପତ୍ର ଶ୍ରମିକ କେନ୍ଦୁପତ୍ର ତୋଳାଳି, ସିଜିନାଲ କର୍ମଚାରୀ,ବନ୍ଧେଇ ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାର ଯଥାକ୍ରମେ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ…

ପୁଣି PM ମୋଦିଙ୍କ ଆଗରେ ବଡ଼ ଦାବି ରଖିଲେ ଅଭିଜିତ ଦୀପକେ: ୧୫ ଅଗଷ୍ଟରେ Gen Z ଙ୍କ ପାଇଁ…

ନୂଆଦିଲ୍ଲୀ, ୭।୮: ଜନ୍ତର ମନ୍ତରରେ ପ୍ରତିବାଦ କରିବା ପରେ ବର୍ତ୍ତମାନ କକରୋଚ ଜନତା ପାର୍ଟି (CJP) ନୂଆ ପ୍ରସଙ୍ଗଗୁଡ଼ିକୁ ନେଇ ଆଲୋଚନା କରୁଛି। ସିଜେପିର କୋର୍‌ ଟିମ୍‌ର…

୧୧ କୋଟି ଟଙ୍କାର ଲଟେରି ଟିକେଟ ଅଳିଆରୁ ଉଦ୍ଧାରକଲେ ସଫେଇ କର୍ମଚାରୀ

ରୋମ୍‌,୭ା୮:ଇଟାଲୀରେ ଜଣେ ମହିଳା ୧୧ କୋଟି ଟଙ୍କା (୧ ମିଲିୟନ/ପ୍ରାୟ ୧୦.୯ କୋଟି ଟଙ୍କା)ର ମେଗା ଲଟେରି ଜିତିବା ପରେ ଭୁଲବଶତଃ ତାହାକୁ ଅଳିଆ ଗଦାରେ ଫିଙ୍ଗି…

କେନ୍ଦ୍ର କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ଜାଣନ୍ତୁ କେଉଁ ପ୍ରସ୍ତାବ ଉପରେ ଲାଗିଲା ମୋହର

ନୂଆଦିଲ୍ଲୀ,୬ା୮: ଦେଶରେ କମ୍ପ୍ରେସଡ୍‌ ବାୟୋଗ୍ୟାସ୍‌ (ସିବିଜି) ଉତ୍ପାଦନକୁ ତ୍ୱରାନ୍ବିତ କରିବା ଏବଂ ଜୀବାଶ୍ମ ଇନ୍ଧନ ଆମଦାନୀ ଉପରୁ ନିର୍ଭରଶୀଳତା ହ୍ରାସ କରିବା ପାଇଁ କେନ୍ଦ୍ର କ୍ୟାବିନେଟ ଗୁରୁବାର…

ୟୁପିଆଇ ଉପରେ ଶୁଳ୍କ ଲାଗୁ ନେଇ ଲୋକ ସଭାରେ ବିଲ୍‌ ପାରିତ

ନୂଆଦିଲ୍ଲୀ, ୭ା୮(ପି.ଟି.): ଗୁରୁବାର ଅପରାହ୍ନ ୨ଟାରେ ଗୃହ କାର୍ଯ୍ୟ ପୁନଃ ଆରମ୍ଭ ହେବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ‘କର ଓ ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଲ୍‌,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri