ଆରମ୍ଭ ହେଲା କ୍ୱାଡ ସମ୍ମିଳନୀ

ଟୋକିଓ,୨୪ ।୫: ଜାପାନ ଗସ୍ତର ଦ୍ୱିତୀୟ ଦିନରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୱାଡ ନେତାଙ୍କ ସହ ଚତୁର୍ଥ ଶିଖର ବୈଠକରେ ଯୋଗ ଦେଇଛନ୍ତି । କ୍ୱାଡ ସମ୍ମିଳନୀ ଆରମ୍ଭ ହୋଇଯାଇଛି । ଏଠାରେ ୪ ଦେଶର ରାଷ୍ଟ୍ର ମୁଖ୍ୟ ହିନ୍ଦ ପ୍ରଶାନ୍ତ କ୍ଷେତ୍ରରେ ସହଯୋଗ ସହ ଯୁକ୍ରେନ୍ ଉପରେ ରୁଷିଆ ଆକ୍ରମଣକୁ ନେଇ ଚର୍ଚ୍ଚା କରିପାରନ୍ତି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା ଓ ଅଷ୍ଟ୍ରେଲିଆର ନୂଆ ପ୍ରଧାନମନ୍ତ୍ରୀ ଏନ୍ଥୋନି ଅଲବାନିସଙ୍କ ସହ ସକ୍ଷାତ୍ ହୋଇଛି । ତେବେ କ୍ୱାଡ ସମ୍ମିଳନୀ ପୂର୍ବରୁ ୪ ଦେଶର ନେତାଙ୍କ ମଧ୍ୟରେ ଫଟୋ ସେଶନ ବି ହୋଇଥିଲା ।

୬ଟା ୫୫ରୁ ୮ଟା ୫୫ ପର୍ଯ୍ୟନ୍ତ କ୍ୱାଡ ନେତାଙ୍କ ଶିଖର ବୈଠକ ହେବ । ଏହାପରେ ସକାଳ ୯ଟା ୧୫ରେ ଚାରି ଦେଶର ନେତା ଜାପାନ ପ୍ରଧାନମନ୍ତ୍ରୀଙ୍କ ଆବାସରେ ପହଞ୍ଚିବେ । ସେଠାରେ କ୍ୱାଡ ନେତାଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି । ଏହାପରେ ଆରମ୍ଭ ହେବ ଦୁଇ ଦୁଇ ଦେଶ ମଧ୍ୟରେ ଦିପାକ୍ଷିକ କଥାବାର୍ତ୍ତା । ଭାରତୀୟ ସମୟ ଅନୁସାରେ ସକାଳ ୧୧ଟାରେ ପ୍ରଧାନମନ୍ତ୍ରୀ ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ କଥାବାର୍ତ୍ତା ହେବ । ଦିନ ୧୨ଟା ୩୦ରେ ମୋଦି ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ କଥାବାର୍ତ୍ତା ହେବ । ୨ଟା ୪୦ରେ ପ୍ରଧାନମନ୍ତ୍ରୀ ମୋଦି ଓ ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦାଙ୍କ ମଧ୍ୟରେ କଥାବାର୍ତ୍ତା ହେବ । ଦ୍ୱିପାକ୍ଷିକ ବୈଠକ ପରେ ଦିନ ୩ଟା ୩୦ରେ ଜାପାନ ପ୍ରଧାନମନ୍ତ୍ରୀ ଡିନରର ଅୟୋଜନ କରିବେ ଏଥିରେ ୪ ଦେଶର ରାଷ୍ଟ୍ରାଧ୍ୟକ୍ଷ ଯୋଗଦେବେ ।

Share