Categories: ଜାତୀୟ

ଲୋକ ସଭା ନିର୍ବାଚନ ପ୍ରଚାର ସାରି କେଦାରନାଥ ଦର୍ଶନ କଲେ ମୋଦି

ଡେରାଡୁନ,୧୮।୫: ଆସନ୍ତା ୧୯ରେ ହେବାକୁ ଥିବା ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟ ପ୍ରଚାର ଚାଲିଛି। ପ୍ରାୟ ସବୁ ହେଭିଓ୍ବେଟ୍‌ ରାଜନେତାମାନେ ପ୍ରଚାର କାର୍ଯ୍ୟ ସାରି ଏବେ ଅପେକ୍ଷା ରଖିଛନ୍ତି ଶେଷ ପର୍ଯ୍ୟାୟ ନିର୍ବାଚନକୁ। ଶୁକ୍ରବାର ପ୍ରଚାର ସରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଦାରନାଥ ଦର୍ଶନ ପାଇଁ ବାହାରି ଯାଇଛନ୍ତି। ସକାଳ ପ୍ରାୟ ୯ଟା ସୁଦ୍ଧା ମୋଦି କେଦାରନାଥ ପହଞ୍ଚି ସେଠାରେ ପୂଜାର୍ଚ୍ଚନା କରିଛନ୍ତି। ମୋଦିଙ୍କ ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ରାଓ୍ବତ ମଧ୍ୟ କେଦାରନାଥ ଦର୍ଶନ କରିଛନ୍ତି। ମୋଦି କେଦାରନାଥଙ୍କ ଗର୍ଭ ଗୃହରେ ପାଖାପାଖି ୧୭ ମିନିଟ୍‌ ଧରି ପୂଜାର୍ଚ୍ଚନା କରିବା ସହ ମନ୍ଦିରରେ ଏକ ଘଣ୍ଟି ଚଢାଇଥିବା ଖବର ମିଳିଛି।

Share