Categories: ଜାତୀୟ

ପରଲୋକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’

ଅହମ୍ମଦାବାଦ,୩୦।୧୨:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ ୧୦୦ ବର୍ଷ ବୟସରେ ଅହମ୍ମଦାବାଦର ଏକ ହସ୍ପିଟାଲରେ ମୃତ୍ୟୁ ଘଟିଛି। ପ୍ରଧାନମନ୍ତ୍ରୀ ଏବେ ଅହମ୍ମଦାବାଦ ଅଭିମୁଖେ ବାହାରିଛନ୍ତି। ଅସୁସ୍ଥତା ହେତୁ ବୁଧବାର ତାଙ୍କୁ ଅହମ୍ମଦାବାଦର ୟୁଏନ୍‌ ମେହେଟ୍ଟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାବେଳେ ପ୍ରଧାନମନ୍ତ୍ରୀ ମା’ଙ୍କୁ ଭେଟିବା ପାଇଁ ହସ୍ପିଟାଲରେ ପହଞ୍ଚିଥିଲେ।
ଗୁଜରାଟ ବିଧାନସଭା ନିର୍ବାଚନରେ ଭୋଟ ଦେବା ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ମା’ଙ୍କୁ ଭେଟିବାକୁ ଯାଇଥିଲେ। କର୍ନାଟକର ମହୀଶୂରରେ ଏକ କାର ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଇ ପ୍ରହ୍ଲାଦ ମୋଦି ଆହତ ହେବାର ଗୋଟିଏ ଦିନ ପରେ ହୀରବେନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

Share