Categories: ଜାତୀୟ

ମୈସୁର ପ୍ୟାଲେସରେ ଯୋଗ କଲେ ମୋଦି

ମୈସୁର,୨୧ ।୬: ଅଷ୍ଟମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ନାଟକର ମୈସୁର ପ୍ୟାଲେସରେ ଯୋଗ କରିଛନ୍ତି । ତାଙ୍କ ସହ ପ୍ରାୟ ୧୫ ହଜାର ଲୋକ ଯୋଗାଭ୍ୟାସ କରିଛନ୍ତି । ଦୁଇ ଦିନିଆ କର୍ନାଟକ ଗସ୍ତରେ ଥିବା ମୋଦି ସୋମବାର ବେଙ୍ଗାଲୁରୁ ପହଞ୍ଚିଥିଲେ । ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ମୋଦି କହିଛନ୍ତି, ଯୋଗ ଆମକୁ ଶାନ୍ତି ପ୍ରଦାନ କରିଥାଏ । ଏହା କେବଳ ଜଣେ ବ୍ୟକ୍ତିଙ୍କୁ ନୁହେଁ ବରଂ ଦେଶ ଓ ବିଶ୍ୱକୁ ଶାନ୍ତି ପ୍ରଦାନ କରିଥାଏ । ଯୋଗ ଜନତା ଓ ଦେଶକୁ ଯୋଡିଥାଏ । ଏହା ଆମ ସମସ୍ତଙ୍କର ସମସ୍ୟାର ସମାଧାନର ବାଟ ।

Share