Categories: ଜାତୀୟ

ବୈଦେଶିକ ନୀତି ଉପରେ ସହମତି ବିଶ୍ୱସ୍ତରର ମଞ୍ଚ ଉପରେ ହେବା ଭାରତ ପାଇଁ ଭଲ: ମୋଦି

ନୂଆଦିଲ୍ଲୀ,୭ ।୪: ୟୁକ୍ରେନର ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଲୋକ ସଭାରେ ହୋଇଥିବା ଆଲୋଚନାର ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଉଚ୍ଚ ସ୍ତରର ଆଲୋଚନା ଦର୍ଶାଉଛି ଯେ ବୈଦେଶିକ ନୀତି ପ୍ରସଙ୍ଗରେ ଏକ ସହମତି ରହିଛି ଯାହା ବିଶ୍ୱ ମଞ୍ଚରେ ଭାରତ ପାଇଁ ଭଲ ହେବ । ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି ଗତ କିଛି ଦିନ ହେବ ୟୁକ୍ରେନର ପରିସ୍ଥିତି ଓ ଅପରେଶନ ଗଙ୍ଗା ମାଧ୍ୟମରେ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଭାରତର ଉଦ୍ୟମକୁ ନେଇ ସଂସଦରେ ଏକ ସୁସ୍ଥ ଆଲୋଚନା ହୋଇଛି । ଏହାକୁ ନେଇ ମୋଦି ସମସ୍ତ ଏମପି ସହକର୍ମୀଙ୍କୁ କୃତଜ୍ଞତା ଜଣାଇଛନ୍ତି, ଯେଉଁମାନେ ଏହି ଚିନ୍ତାଧାରାକୁ ସେମାନଙ୍କ ଚିନ୍ତାଧାରା ସହିତ ସମୃଦ୍ଧ କରିଛନ୍ତି ।

Share