Categories: ଜାତୀୟ

ବିରୋଧି ଯେତେ ପ୍ରଚାର କଲେ ବି ଭାଜପା ଗଢିବ ସରକାର: ମୋଦି

କାନପୁର,୨୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନିର୍ବାଚନ ପ୍ରଚାର ଲାଗି କନ୍ନୌଜ ପହଞ୍ଚିଥିଲେ। ସେଠାରେ ସେ ଲୋକଙ୍କ ଭିଡକୁ ଦେଖି ସେମାନଙ୍କୁ ହୃଦୟର ସହ ସମ୍ମାନ ଜଣାଇଥିବା ପ୍ରକାଶ କରିଥିଲେ। ମୋଦି ଏହି ସଂକଳ୍ପ ଶୋଭାଯାତ୍ରାରେ ବିରୋଧିଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି। ସେ କହିଛନ୍ତି ବିରୋଧି ଯେତେ ପ୍ରଚାର କଲେ ମଧ୍ୟ ମୋଦି ସରକାର ଗଢିବେ। କେବେ ଆତଙ୍କବାଦକୁ ଘୃଣା କରି ନ ଥିବା ବିରୋଧି କିନ୍ତୁ ମୋଦିଙ୍କୁ ସମାଲୋଚନା କରିଛନ୍ତି। ହେଲେ ଦେଶର ଜନତା ମୋଦିଙ୍କୁ ଜିତାଇବାକୁ ପ୍ରାର୍ଥନା କରୁଛନ୍ତି। ପ୍ରଚଣ୍ଡ ଖରାରେ ଏତେ ଲୋକଙ୍କ ଭିଡ ଏହା ପ୍ରମାଣ କରୁଛି କି ପୁଣି ଥରେ ମୋଦି ସରକାର ଗଢୁଛନ୍ତି।

Share