Categories: ଜାତୀୟ

ଭଦୋଦରାରେ ପହଞ୍ଚିଲେ ମୋଦି, କରିବେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

ଗାନ୍ଧିନଗର,୧୮।୬: ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭଦୋଦରା ଠାରେ ପହଞ୍ଚିଛନ୍ତି। ସେଠାରେ ପ୍ରାୟ ୨୧ ହଜାର କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ତାଙ୍କ ସହ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଉପସ୍ଥିତ ଅଛନ୍ତି।ଏହା ସହ ପ୍ରଧାନମନ୍ତ୍ରୀ ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀମାନେ ଭଦୋଦରାରରେ ଗୁଜୁରାଟ ଗୌରବ ଅଭିଯାନରେ ଅଂଶ ଗ୍ରହଣ କରିବେ। ଏହା ପରେ ୧୬ ହଜାର କୋଟି ଟଙ୍କାରୁ ଅଧିକ ରେଳ ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ । ଏଥିରେ ୩୫୭ କିଲୋମିଟର ଦୀର୍ଘ ନିଉ ପାଲାନପୁର- ମଦର ସେକ୍ସନର ରହିଥିବାବେଳେ, ୧୬୬ କିଲୋମିଟର ଦୀର୍ଘ ଅହମ୍ମଦାବାଦ- ବୋଟାଡ଼ ସେକ୍ସନର ରେଳପଥ ପ୍ରଶସ୍ତିକରଣ, ୮୧ କିଲୋମିଟର ଦୀର୍ଘ ପାଲାନପୁର-ମିଥା ସେକ୍ସନର ବିଦ୍ୟୁତକରଣ ଇତ୍ୟାଦି ରହିଛି ।

 

Share