Categories: ଜାତୀୟ

ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟର ଗୌରବ: ଏଏପିର ନବନିର୍ବାଚିତ ବିଧାୟକ

ଅହମ୍ମଦାବାଦ୍‌,୧୧।୧୨: ଗୁଜୁରାଟ ବିଧାନସଭା ନିର୍ବାଚନ ପାଞ୍ଚଟି ଆସନ ଜିତିଥିବା ଆମ ଆଦମୀ ପାର୍ଟି(ଏଏପି)କୁ ଖୁବ ଶୀଘ୍ର ରାଜ୍ୟରେ ଝଟ୍‌କା ଲାଗିପାରେ। ଏଏପିର ୫ ବିଧାୟକଙ୍କ ମଧ୍ୟରୁ ଜଣେ ବିଧାୟକ ଶାସକ ଭାଜପାରେ ଯୋଗ ଦେଇପାରନ୍ତି। ସୂଚନାରୁ ପ୍ରକାଶ ଯେ,ଏଏପିର ନବନିର୍ବାଚିତ ବିଧାୟକ ଭୂପତ ଭାୟାନୀ ଭାଜପାକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ଖୁବ ଶୀଘ୍ର ଭାଜପାରେ ଯୋଗ ଦେଇପାରନ୍ତି।
ଭାୟାନୀ କହିଛନ୍ତି,ତାଙ୍କ ନିର୍ବାଚନମଣ୍ଡଳୀର ଲୋକ, ତାଙ୍କ ସମର୍ଥକ ଏବଂ କୃଷକଙ୍କୁ ଭେଟିବା ପରେ ସେ ଭାଜପାରେ ଯୋଗଦେବା ପାଇଁ ନିଷ୍ପତ୍ତି ନେବେ। ଯଦି ମୋ ଅଞ୍ଚଳର ଲୋକମାନେ କୁହନ୍ତି ମୁଁ ଭାଜପାରେ ଯୋଗଦେବି। ମୁଁ ପିଲାଦିନରୁ ଆରଏସଏସ ସହ ଜଡିତ। ଏଣୁ ମୋ ବିଚାରଧାରା ସ୍ପଷ୍ଟ। ଆରଏସଏସ ଏକ ଭଲ ସଂଗଠନ।
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରି ଭୂପତ ଭାୟାନୀ କହିଛନ୍ତି, ମୁଁ ନରେନ୍ଦ୍ର ମୋଦିଙ୍କୁ ପସନ୍ଦ କରେ। ସେ ହେଉଛନ୍ତି ଦେଶର ଗର୍ବ। ସମସ୍ତ ଗୁଜରାଟୀ ମୋଦିଙ୍କ ପାଇଁ ଗର୍ବିତ।
ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ଜୁନାଗଡ ଜିଲାର ବିଶାବଦର ନିର୍ବାଚନମଣ୍ଡଳୀରେ ଭୂପତ ଭାୟାନୀ ଭାଜପା ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି।

Share