ନୂଆଦିଲ୍ଲୀ,୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ନିଶାମୁକ୍ତ ଯୁବପିଢ଼ି ପାଇଁ ବିକଶିତ ଭାରତ ସଂକଳ୍ପ ଅଭିଯାନ’ – ନିଶାଦ୍ରବ୍ୟ ଅପବ୍ୟବହାର ବିରୁଦ୍ଧରେ ଏକ ସ୍ବତନ୍ତ୍ର ୧୦୦ ସପ୍ତାହ ଅଭିଯାନ – ଆରମ୍ଭ କରିବା ଅବସରରେ ଦେଶକୁ ସମ୍ବୋଧିତ କରିଥିଲେ। ନିଶାଦ୍ରବ୍ୟ ଅପବ୍ୟବହାରକୁ ସମାଜ ଏବଂ ଦେଶର ଭବିଷ୍ୟତ ପାଇଁ ଏକ ଗମ୍ଭୀର ଚ୍ୟାଲେଞ୍ଜ ଭାବରେ ବର୍ଣ୍ଣନା କରି, ଏହା ବିରୁଦ୍ଧରେ ଲଢ଼େଇରେ ଜନଭାଗୀଦାରୀ ବୃଦ୍ଧି କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।