Categories: ଜାତୀୟ

ଭୋପାଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ୧୧ତମ ବନ୍ଦେ ଭାରତ ଏକ୍ସପ୍ରେସର କରିବେ ଶୁଭାରମ୍ଭ

ଭୋପାଳ,୧।୪: ଭୋପାଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପହଞ୍ଚିବା ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ ରାଜ୍ୟପାଳ ମଙ୍ଗୁଭାଇ ପଟେଲ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି। ଏହି ଗସ୍ତ ସମୟରେ ଶନିବାର ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟର ପ୍ରଥମ ତଥା ଦେଶର ୧୧ତମ ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ।

ସୂଚନାନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜ୍ୟରେ ଭାଜପା ପକ୍ଷରୁ ରୋଡ ଶୋ’ ଏବଂ ଭବ୍ୟ ସ୍ବାଗତ ପାଇଁ ଯୋଜନା କରିଥିଲା। ହେଲେ ଇନ୍ଦୋରରେ ରାମ ନବମୀ ମହୋତ୍ସବରେ ଘଟିଥିବା ଘଟଣାକୁ ଦୃଷ୍ଟିରେ ରଖି ଭାଜପା ଏହି କାର୍ଯ୍ୟକ୍ରମକୁ ବାତିଲ କରିଦେଇଛି।

କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଅପରାହ୍ନ ୩.୦୫ରେ କୁଶଭାଉ ଠାକ୍‌ରେ ଅଡିଟୋରିୟମରୁ କାର୍‌ ଯୋଗେ ବାହାରି ଅପରାହ୍ନ ୩ଟା୧୫ରେ ରାଣୀ କମଲାପାଟୀ ରେଳ ଷ୍ଟେଶନରେ ପହଞ୍ଚି ୧୧ତମ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ। ଏହାପରେ ୩.୩୫ରେ ରେଳ ଷ୍ଟେଶନରୁ ବାହାରି ବିୟୁ କ୍ୟାମ୍ପସକୁ ଯିବେ। ସେଠାରୁ ବିୟୁ ହେଲିପ୍ୟାଡ ଯୋଗେ ଭୋପାଳ ବିମାନବନ୍ଦର ଅଭିମୁଖେ ଯାତ୍ରା କରିବେ ଏବଂ ଅପରାହ୍ନ ୪ଟାରେ ଭୋପାଳ ବିମାନବନ୍ଦରରୁ ଦିଲ୍ଲୀ ଫେରିଯିବେ।

Share