Posted inଜାତୀୟ

ଓଡ଼ିଶା ଦମ୍ପତିଙ୍କ ‘ଗୋଟ୍‌ ବ୍ୟାଙ୍କ’ ଉପକ୍ରମକୁ ଉଚ୍ଚ ପ୍ରଶଂସା ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୫।୨: ‘ଗୋଟ ବ୍ୟାଙ୍କ’ ଉପକ୍ରମ ମାଧ୍ୟମରେ ଗୋଷ୍ଠୀ ସ୍ତରରେ ଛେଳି ପାଳନ ବଢ଼ାଇବା ସହ ପ୍ରାଣୀପାଳନ କ୍ଷେତ୍ରରେ ଗ୍ରାମବାସୀଙ୍କୁ ସ୍ବାବଲମ୍ବୀ ହେବାରେ ସହାୟତା କରିଥିବା ଓଡ଼ିଶାର ଏକ ଦମ୍ପତିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍‌ କୀ ବାତ୍‌ରେ ପ୍ରଧାନମନ୍ତ୍ରୀ କହିଥିଲେ, ପଶୁପାଳନ କଥା କହିଲେ, ଲୋକେ ସାଧାରଣତଃ ଗାଈ ଏବଂ ମଇଁଷିରେ ସୀମିତ ରହିଥାନ୍ତି। କିନ୍ତୁ ଛେଳି ସମ୍ପର୍କରେ ଆଲୋଚନା କରି ନ ଥାନ୍ତି। ଦେଶର ବିଭିନ୍ନ ଭାଗରେ ଲୋକେ ଛେଳି ପାଳୁଥିବାବେଳେ ଓଡ଼ିଶାର କଳାହାଣ୍ଡି ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଏହା ଲୋକଙ୍କ ରୋଜଗାର ବଢ଼ାଇବାରେ ଏକ ବଡ଼ ମାଧ୍ୟମ ପାଲଟିଛି। ବେଙ୍ଗାଲୁରୁରେ ମ୍ୟାନେଜ୍‌ମେଣ୍ଟ ବୃତ୍ତିରେ ନିୟୋଜିତ ଥିବା ଜୟନ୍ତୀ ମହାପାତ୍ର ଓ ତାଙ୍କ ସ୍ବାମୀ ବୀରେନ୍‌ ସାହୁ ଉକ୍ତ କାର୍ଯ୍ୟରୁ ବିରତି ନେଇ କଳାହାଣ୍ଡିର ସାଲେଭଟା ଗ୍ରାମକୁ ଆସି ଗ୍ରାମାଞ୍ଚଳ ଲୋକଙ୍କ ସମସ୍ୟା ସମାଧାନ ଲାଗି କିଛି କରିବାକୁ ଚାହିଁଥିଲେ। ସେମାନେ ମନିକାସ୍ତୁ ଆଗ୍ରା ନାମରେ ସଂସ୍ଥା ସ୍ଥାପନ କରି ଚାଷୀଙ୍କ ସହ କାମ କରିବାକୁ ଲାଗିଲେ। ଏଥିସହିତ ସେମାନେ ମଣିକାସ୍ତୁ ଗୋଟ୍‌ ବ୍ୟାଙ୍କ ପ୍ରତିଷ୍ଠା କରି ଗୋଷ୍ଠୀ ସ୍ତରରେ ଛେଳିପାଳନକୁ ପ୍ରୋତ୍ସାହିତ କଲେ। ଏଥିରେ ଚାଷୀଙ୍କୁ ୨ଟି ଛେଳି ଦିଆଯାଉଥିବାବେଳେ ସେମାନେ ୨ ବର୍ଷରେ ୯ରୁ ୧୦ଟି ଛୁଆ ଜନ୍ମ କରୁଥିଲେ। ସେଥିରୁ ୬ଟି ଛୁଆଙ୍କୁ ବ୍ୟାଙ୍କ ପାଖରେ ରଖୁଥିଲା। ଅନ୍ୟ ୩ କିମ୍ବା ୪ଟିକୁ ସମ୍ପୃକ୍ତ ଚାଷୀଙ୍କୁ ଦିଆଯାଉଥିଲା। ଏଥିସହିତ ଆବଶ୍ୟକ ଚିକିତ୍ସା ସୁବିଧା ମଧ୍ୟ ଯୋଗାଯାଉଥିଲା। ଏବେ ୫୦ଟି ଗାଁରୁ ୧,୦୦୦ରୁ ଊର୍ଦ୍ଧ୍ୱ ଚାଷୀ ଛେଳିପାଳନକୁ ପେସା କରି ଆତ୍ମନିର୍ଭରଶୀଳ ହୋଇପାରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
ଆଗକୁ ଲୋକ ସଭା ନିର୍ବାଚନ ଥିବାରୁ ଯୁବ ଭୋଟରମାନେ ଦେଶ ପାଇଁ ଭୋଟ ଦେବାକୁ ମୋଦି ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମ ଜରିଆରେ ପରାମର୍ଶ ଦେଇଛନ୍ତି। ନୂଆ ଭୋଟରମାନେ ରେକର୍ଡ ସଂଖ୍ୟାରେ ମତଦାନ କରିବାକୁ ସେ କହିଛନ୍ତି। ନିର୍ବାଚନ ଥିବାରୁ ଆଗାମୀ ୩ ମାସ ପର୍ଯ୍ୟନ୍ତ ମନ୍‌ କୀ ବାତ୍‌୍‌ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଡ୍ରେନେଜ୍‌ ପାଣି, ବଢୁଛି ଅସନ୍ତୋଷ

ବରଗଡ଼,୨୯।୧(ପ୍ରେମାନନ୍ଦ ଖମାରୀ):ନୂତନ ଡ୍ରେନ ନିର୍ମାଣ, ରାସ୍ତା ପ୍ରଶସ୍ତୀକରଣ କରାଯାଇ ବରଗଡ଼ ସହର ବିକଶୀତ ହେଉଛି ବୋଲି କୁହାଯାଉଛି। ମାତ୍ର ସହର ମଧ୍ୟରେ ଏଭଳି ସମସ୍ୟା ରହିଛି, ତାହା…

ପୁଣି ଏକ ବଡ଼ଧରଣର ବିମାନ ଦୁର୍ଘଟଣା: ଟେକ୍‌ଅଫ୍‌ବେଳେ ଜଳିଗଲା, ସବୁଯାତ୍ରୀ ମୃତ

ଭେନେଜୁଏଲା,୨୯।୧: କଲମ୍ବିଆ ଏବଂ ଭେନେଜୁଏଲା ସୀମା ନିକଟରେ ଥିବା ନର୍ଟ ଡି ସାଣ୍ଟାଣ୍ଡର ପ୍ରଦେଶରେ ସାଟେନା ଏୟାରଲାଇନ୍ସର ଏକ ବାଣିଜି୍ୟକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସମସ୍ତ…

ମରିବୁ ପଛେ ମାଟି ଛାଡ଼ିବୁ ନାହିଁ: ଖଣି ଖନନକୁ ବିରୋଧ

ପଟ୍ଟାଙ୍ଗି,୨୯ା୧(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ନୂଆଗଁା ପଞ୍ଚାୟତ କାର୍ଯ୍ୟାଳୟ ପାଶର୍‌ବରେ ସେରୁବନ୍ଧ ସୁରକ୍ଷା ସମିତିର ଆହ୍ବାନକ୍ରମେ ସେମିଳିଗୁଡ଼ା ଓ ପଟ୍ଟାଙ୍ଗି ବ୍ଲକ୍‌ର ୬…

କୋଟିଆକୁ ନେଇ ତୁଟୁନି ବିବାଦ: ଓଡ଼ିଶାକୁ ଚ୍ୟାଲେଞ୍ଜ୍‌ ଦେଉଛି ଆନ୍ଧ୍ର

ପଟ୍ଟାଙ୍ଗି,୨୯ା୧(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆକୁ ନେଇ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ସହ ସୀମା ବିବାଦ ଲାଗି ରହିଛି। ଏହି ପଞ୍ଚାୟତର ୧୨ ଗ୍ରାମକୁ ଆନ୍ଧ୍ରର…

୮ମ ବେତନ କମିଶନ: ନୂଆ ଦରମା କେତେ ହେବ, ପରେ କେତେ ବଢିବ; ଜାଣନ୍ତୁ ସବୁକିଛି

ଭୁବନେଶ୍ୱର,୨୮ା୧: ୮ମ କେନ୍ଦ୍ରୀୟ ବେତନ କମିଶନ ଗଠନ ଓ ଏହାର କାର୍ଯ୍ୟକାରିତାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି। ସାଧାରଣତଃ ଦରମା କେତେ ପ୍ରତିଶତ ବଢ଼ିବ,…

OJEE ପାଇଁ ଆରମ୍ଭ ହେଲା ଆବେଦନ: ମେ’ ୪ରୁ ପରୀକ୍ଷା, ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୨୮ା୧(ସୁଚିସ୍ମିତା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)- ୨୦୨୬ ପାଇଁ ବୁଧବାରଠାରୁ ଆବେଦନ ଆରମ୍ଭ ହୋଇଛି। ମାର୍ଚ୍ଚ ୨୨ ଆବେଦନର ଶେଷ ତାରିଖ ରହିଛି। ଏପ୍ରିଲରେ…

ମୟୂରଭଞ୍ଜରେ ହେବ ପାଇଲଟ୍ ପ୍ରଶିକ୍ଷଣ, ବ୍ରହ୍ମପୁରରେ ଡ୍ରୋନ୍ ସେଣ୍ଟର

ଭୁବନେଶ୍ୱର,୨୮ା୧: ହାଇଦ୍ରାବାଦରେ ଚାଲିଥିବା ଏସିଆର ସବୁଠାରୁ ବଡ଼ ବେସାମରିକ ବିମାନ ଚଳାଚଳ ପ୍ରଦର୍ଶନୀ ‘ୱିଙ୍ଗସ ଇଣ୍ଡିଆ ୨୦୨୬’ ଅବସରରେ ଓଡ଼ିଶା ସରକାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (MoU)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri