ନୂଆଦିଲ୍ଲୀ,୮।୧୧: ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଆଲୋକର ପର୍ବ ଦୀପାବଳି ପାଇଁ ଶୁଭେଚ୍ଛା ଜଣାଇଥିଲେ।
ରାଷ୍ଟ୍ରପତି ଭବନର ଅଫିସିଆଲ X ହ୍ୟାଣ୍ଡେଲରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ମୁର୍ମୁଙ୍କ ମଧ୍ୟରେ ହୋଇଥିବା ସାକ୍ଷାତର ଫଟୋ ସେୟାର କରାଯାଇଛି। ଫଟୋରେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ପରସ୍ପରକୁ ଶୁଭେଚ୍ଛା ଜଣାଉଥିବାର ଦେଖିବାକୁ ମିଳୁଛି।
ଏପରିକି ପ୍ରଧାନମନ୍ତ୍ରୀ ମୋଦି ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନଙ୍କୁ ଭେଟି ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଉପରାଷ୍ଟ୍ରପତିଙ୍କ ବାସଭବନରେ ପହଞ୍ଚିବା ପରେ ସି.ପି. ରାଧାକୃଷ୍ଣନ ତାଙ୍କୁ ସ୍ବାଗତ କରିଥିଲେ। ଉପରାଷ୍ଟ୍ରପତିଙ୍କ ଦ୍ୱାରା ମିଳିଥିବା ସ୍ବାଗତ ଏବଂ ଶୁଭେଚ୍ଛା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ‘ଏକ୍ସ’ (X) ପ୍ଲାଟଫର୍ମରେ କୃତଜ୍ଞତା ଜ୍ଞାପନ କରିଛନ୍ତି।
ରିବବାର ପ୍ରଧାନମନ୍ତ୍ରୀ ମୋଦି ଛତିଶଗଡ଼ ବସ୍ତରରେ ସେନା ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି। ସେ କହିଛନ୍ତି, ଏହା ହେଉଛି ପ୍ରଥମ ଦୀପାବଳି ଯେଉଁଥିରେ ଦେଶର ପ୍ରତ୍ୟେକ ଜିଲା ମାଓବାଦୀ ମୁକ୍ତ ହୋଇଛି ଏବଂ କୋଟି କୋଟି ନାଗରିକ ବର୍ତ୍ତମାନ ମାଓବାଦୀ ହିଂସା ଏବଂ ଭୟରୁ ମୁକ୍ତ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।