Posted inଜାତୀୟ

ବିଶ୍ୱର ସର୍ବବୃହତ ‘ଗଙ୍ଗା ବିଳାସ କ୍ରୁଜ୍‌’ ଉଦ୍‌ଘାଟନ କଲେ ମୋଦି

ବାରାଣସୀ,୧୩।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣାସୀ-ଦିବ୍ରୁଗଡ ମଧ୍ୟରେ ଯାତ୍ରା କରୁଥିବା ବିଶ୍ୱର ସର୍ବବୃହତ ରିଭର କ୍ରୁଜ୍‌ ଏମଭି ଗଙ୍ଗା ବିଳାସକୁ ଶୁକ୍ରାବର ଭର୍ଚୁଆଲ ଭାବେ ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଏସ ସୋନୋୱାଲ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଅଛନ୍ତି। ଭର୍ଚୁଆଲ ଇଭେଣ୍ଟରେ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଏବଂ ଆସାମ ମୁଖ୍ୟମନ୍ତ୍ରୀ ଏଚବି ସରମା ଯୋଗ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ ପରେ କହିଛନ୍ତି, ‘ରିଭର କ୍ରୁଜ ଗଙ୍ଗା ବିଳାସ’ ଆରମ୍ଭ କରାଯାଇଛି। ଗଙ୍ଗା ନଦୀ କେବଳ ଆମ ପାଇଁ ଏକ ଜଳଧାରା ନୁହେଁ, ବରଂ ପ୍ରାଚୀନ କାଳରୁ ତପ-ତପସ୍ବୀଙ୍କ ସାକ୍ଷୀ ରହିଆସିଛି। ଗଙ୍ଗା ସ୍ଥିତିକୁ ପରିବର୍ତ୍ତନ କରିବା ଆବଶ୍ୟକ ଥିଲା ଏବଂ ଆମେ ନୂତନ ଚିନ୍ତାଧାରା ସହିତ କାମ କରିବା ଆରମ୍ଭ କରିଥିଲୁ। ଗୋଟିଏ ପଟେ ନମାମି ଗଙ୍ଗା ମାଧ୍ୟମରେ ଗଙ୍ଗାର ସ୍ବଚ୍ଛତା ପାଇଁ କାମ କରିଥିଲୁ। ଏହି କ୍ରୁଜ ୟୁପି, ବିହାର, ଆସାମ, ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଗସ୍ତ ସମୟରେ ସମସ୍ତ ପ୍ରକାର ସୁବିଧା ଯୋଗାଇବ। ପ୍ରଥମ ଯାତ୍ରା ଆରମ୍ଭ କରିବାକୁ ଯାଉଥିବା ସମସ୍ତ ବିଦେଶୀ ପର୍ଯ୍ୟଟକଙ୍କୁ ମୁଁ ବିଶେଷ ଅଭିନନ୍ଦନ ଜଣାଉଛି।
‘ଏମ୍‌ଭି ଗଙ୍ଗା ବିଲାସ’ କ୍ରୁଜରେ ୩୬ ପର୍ଯ୍ୟଟକ ଯିବାର କ୍ଷମତା ରହିଛି। କ୍ରୁଜରେ ପଞ୍ଚତାରକା ହୋଟେଲ ଭଳି ସୁବିଧା ରହିଛି। ଏଥିରେ ଜିମ, ସ୍ପା ସେଣ୍ଟର୍‌, ଲାଇବ୍ରେରୀ ଏବଂ ଅନ୍ୟାନ୍ୟ ଜିନିଷ ଅଛି। ଏହି କ୍ରୁଜ୍‌ ଭାରତରେ ନିର୍ମାଣ କରାଯାଇଛି। ଏହି ଅତ୍ୟାଧୁନିକ ଜାହାଜର ଲମ୍ବ ୬୨ ମିଟର, ଚଉ ୧୨ ମିଟର ଓ ଉଚ୍ଚତା ୯ ମିଟର ରହିଛି। ଏହା ୫୧ ଦିନରେ ୩,୨୦୦ କିମି ଯାତ୍ରା କରିପାରିବ। ପ୍ରଥମ ଦଫାରେ ୩୨ ଜଣ ସ୍ବିଜରଲାଣ୍ଡ ପର୍ଯ୍ୟଟକ ଏହି କ୍ରୁଜରେ ଯାତ୍ରା କରିବେ। ଏହା ବାଂଲାଦେଶ ଦେଇ ଆସାମର ଦିବ୍ରୁଗଡରେ ପହଞ୍ଚିବ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri