
ନିକୋସିଆ, ୧୫ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସାଇପ୍ରସ୍ରେ ପହଞ୍ଚିଛନ୍ତି। ୨ ଦିନିଆ ଗସ୍ତର ପ୍ରଥମ ଭାଗରେ ସେ ସାଇପ୍ରସ୍ ଓ କ୍ରୋଏସିଆରେ ଦ୍ୱିପାକ୍ଷିକ ଆଲୋଚନାରେ ଭାଗ ନେବାକୁ ଥିବା ବେଳେ କାନାଡ଼ାରେ ହେବାକୁ ଥିବା ଜି୭ ସମିଟ୍ରେ ଯୋଗଦେବେ।
ଆତଙ୍କବାଦ ବିରୋଧରେ ଭାରତର ଅପରେଶନ ସିନ୍ଦୂର ପରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ବିଦେଶ ଗସ୍ତ। ରିପବ୍ଲିକ୍ ଅଫ୍ ସାଇପ୍ରସ୍ର ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୌଲିଡେସ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲାର୍କାନା ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍ବାଗତ କରିଥିଲେ।
୨ ଦଶନ୍ଧି ପରେ ସାଇପ୍ରସ୍କୁ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ଗସ୍ତ। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ସେ ସାଇପ୍ରସ୍ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ। ବିମାନବନ୍ଦରରେ ସ୍ବତନ୍ତ୍ର ସ୍ବାଗତ ପାଇଁ ମୋଦି ରାଷ୍ଟ୍ରପତି ନିକୋସ୍ଙ୍କୁ କୃତଜ୍ଞତା ଜଣାଇଛନ୍ତି।