Advertisement
Posted inଜାତୀୟ

ଖାର୍ଗେଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୯।୧୦: ହିମାଚଳ ପ୍ରଦେଶ ଏବଂ ଗୁଜରାଟରେ ହେବାକୁ ଥିବା ନିର୍ବାଚନ ମଧ୍ୟରେ ବୁଧବାର କଂଗ୍ରେସର ନୂତନ ସଭାପତି ନିର୍ବାଚିତ ହୋଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ମଲ୍ଲିକାର୍ଜୁନ ଖାର୍ଗେ ଶଶି ଥରୁରଙ୍କୁ ବିପୁଳ ବ୍ୟବଧାନରେ ପରାସ୍ତ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖାର୍ଗେଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି ଲେଖିଛନ୍ତି, କଂଗ୍ରେସ ଅଧ୍ୟକ୍ଷ ଭାବରେ ତାଙ୍କର ନୂତନ ଦାୟିତ୍ୱ ପାଇଁ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ମୋର ଶୁଭେଚ୍ଛା। ତାଙ୍କର ଭବିଷ୍ୟତ କାର୍ଯ୍ୟକାଳ ଫଳପ୍ରଦ ହେଉ।
୧୭ ଅକ୍ଟୋବରରେ କଂଗ୍ରେସ ସଭାପତି ପଦ ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା। ଏହି ର୍ନିବାଚନରେ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଶଶି ଥରୁରଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ହୋଇଥିଲା। ବୁଧବାର ଚନ ଫଳାଫଳ ପ୍ରକାଶ ପାଇଛି। ଖାର୍ଗେ ୭୮୯୭ ଖଣ୍ଡ ଭୋଟ ପାଇଥିବାବେଳେ ଶଶି ଥରୁର ମାତ୍ର ୧୦୭୨ ଖଣ୍ଡ ଭୋଟ ପାଇଛନ୍ତି। ୨୪ ବର୍ଷ ପରେ ପ୍ରଥମ ଥର ପାଇଁ ଗାନ୍ଧୀ ପରିବାର ବାହାରୁ ଖାର୍ଗେ କଂଗ୍ରେସର ନେତୃତ୍ୱ ନେବେ। ଏହାପୂର୍ବରୁ ସୀତାରାମ କେସରୀ ଅଣଗାନ୍ଧୀ ନେତା ଭାବେ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଚ ପଦବୀରେ ପୁଣି ଜଣେ ଓଡ଼ିଆ : ଜମ୍ମୁ-କଶ୍ମୀରର ପ୍ରଥମ ଉପ ରାଜ୍ୟପାଳ ହେଲେ ଗିରୀଶ ଚନ୍ଦ୍ର ମୁର୍ମୁ

ନୂଆଦିଲ୍ଲୀ,୨୫ା୧୦(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନିଷ୍ଠ ଭାବେ ପରିଚିତ ଓଡ଼ିଆ ଆଇଏଏସ୍‌ ଅଫିସର ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ୧୯୮୫...

ରାତ୍ର ୯ରୁ ଭୋର୍‌ ୫: ଘରୁ ବାହାରିବା ମନା

ଚଣ୍ଡିଗଡ଼,୧୮।୩: ପଞ୍ଜାବରେ କରୋନା ସଂକ୍ରମଣ ବଢ଼ିଚାଲିଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨ ହଜାର ୪୫...

ବିରୋଧୀଙ୍କ ବୈଠକରେ ଓଓ୍ବାଇସିଙ୍କୁ ନିମନ୍ତ୍ରଣ

ନୂଆଦିଲ୍ଲୀ,୨୦।୬: ରାଷ୍ଟ୍ରପତି ନିର୍ବାଚନକୁ ନେଇ ଏପର୍ଯ୍ୟନ୍ତ ସରକାର ଏବଂ ବିରୋଧୀ ପକ୍ଷରୁ କୌଣସି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇନାହିଁ। ଚଳିତ ଥର ବିରୋଧୀ ମିଳିତ ଭାବେ...

ୟୁଏନ୍‌ଏସ୍‌ସିରେ କଶ୍ମୀର ପ୍ରସଙ୍ଗ ଉଠାଇବାକୁ ଚାଇନାର ଉଦ୍ୟମ

ନୂଆଦିଲ୍ଲୀ,୭ା୮(ପି.ଟି./ଆଇଏନ୍‌ଏସ୍‌):କଶ୍ମୀର ପ୍ରସଙ୍ଗକୁ ଚାଇନା ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଉଠାଇବାକୁ ଉଦ୍ୟମ କରୁଥିବାବେଳେ ଭାରତ ଏହାର ସମାଲୋଚନା କରିବା ସହ ବେଜିଂକୁ କଡ଼ା ଚେତାବନୀ ଦେଇଛି।...

ଖୋଲିବ ଐତିହାସିକ ମୋଗଲ ଗାର୍ଡେନ

ନୂଆଦିଲ୍ଲୀ,୧୧।୨: ରାଷ୍ଟ୍ରପତି ଭବନରେ ଅବସ୍ଥିତ ଐତିହାସିକ ତଥା ବିଶାଳ ମୋଗଲ ଗାର୍ଡେନ ଫେବୃୟାରୀ ୧୨ରୁ ଖୋଲିବ। ଚଳିତ ବର୍ଷ କରୋନା ସଂକ୍ରମଣର ବୃଦ୍ଧି ହେତୁ ଏହାକୁ...

ଆସନ୍ତା ୩୦ରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଜଗନମୋହନ ରେଡ୍ଡି: ଭେଙ୍କଟେଶ୍ୱରେଲୁ

ହାଇଦ୍ରାବାଦ,୨୩।୫: ଆନ୍ଧ୍ର ପ୍ରଦେଶ ବିଧାନସଭା ଲାଗି ଚାଲିଥିବା ଭୋଟ ଗଣତିରେ ଏବେ ସୁଦ୍ଧା ଓ୍ବାଇଏସ୍‌ଆର୍‌ କଂଗ୍ରେସ ଦଳ ପାଖାପାଖି ୧୪୯ ଆସନରେ ଆଗୁଆ ଥିବା ବେଳେ...

ପିଏଫ୍‌ଆଇର କେରଳ ସମ୍ପାଦକ ଗିରଫ

ନୂଆଦିଲ୍ଲୀ,୨୯।୧୦: ବେଆଇନ ଘୋଷିତ ସଂଗଠନ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ)ର କେରଳ ସାଧାରଣ ସମ୍ପାଦକ ସି.ଏ. ରୌଫ୍‌ଙ୍କୁ ପଲକ୍କଡର ପଟ୍ଟାମ୍ବିରୁ ଜାତୀୟ ତଦନ୍ତକାରୀ ସଂସ୍ଥା...

କ୍ୟାପଟେନ କୁଲଙ୍କ ଟୁଇଟର ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ୍‌

ନୂଆଦିଲ୍ଲୀ,୬।୮: ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ନିଜ କାର୍ଯ୍ୟକଳାପ, ଫ୍ୟାଶନ ଓ ହେୟାର ଷ୍ଟାଇଲକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ହେଲେ...

Advertisement
Archives

Model This Week