ପାଦରେ ଚାଲି ଚାଲି ଲୋକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ, ୨୬।୧ : ଦେଶର ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ବୁଧବାର ରାଜଧାନୀ ଦିଲ୍ଲୀର ରାଜପଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଲି ଚାଲି ଲୋକଙ୍କୁ ଭେଟିଛନ୍ତି। ୨୦୧୫ଠାରୁ ଗତ ୭ ବର୍ଷ ଧରି ପ୍ରଧାନମନ୍ତ୍ରୀ ଏହି ପରମ୍ପରା ପାଳନ କରୁଛନ୍ତି।

ପରେଡ ଶେଷ ହେବା ପରେ ସେ ରାଜପଥରେ ଥିବା ତାଙ୍କ ସୁରକ୍ଷା ଘେର ମଧ୍ୟରେ ବହୁ ଦୂର ଯାଇ ସେଠାରେ ଉପସ୍ଥିତ ଲୋକଙ୍କୁ ଅଭିବାଦନ ଜଣାଇଥିଲେ।

କୋଭିଡ ପ୍ରୋଟୋକଲ ଅନୁସରଣ କରି ପ୍ରଧାନମନ୍ତ୍ରୀ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ଭେଟିଥିଲେ। ଏଥର କଳ୍ପନାଜଳ୍ପନା ହୋଇଥିଲା ଯେ ବୋଧହୁଏ ପ୍ରଧାନମନ୍ତ୍ରୀ କୋଭିଡ କାରଣରୁ ଲୋକଙ୍କ ମଧ୍ୟକୁ ଯିବେ ନାହିଁ, କିନ୍ତୁ ପରେଡ ଦେଖିବାକୁ ଆସିଥିବା ଲୋକଙ୍କୁ ସେ ନିରାଶ କରି ନ ଥିଲେ

Share