Categories: ବାଣିଜ୍ୟ

ୱାଲର୍‌ଡ ଫୁଡ୍‌ ଇଣ୍ଡିଆକୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୪ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତମଣ୍ଡପମ୍‌ଠାରେ ଆୟୋଜିତ ଓ୍ବାର୍ଲଡ ଫୁଡ୍‌ ଇଣ୍ଡିଆ-୨୦୨୩ ର ୨ୟ ସଂସ୍କରଣକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସୁଦୃଢ଼ କରିବା ପାଇଁ ସେ ୧ ଲକ୍ଷରୁ ଅଧିକ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ମୂଳ ପୁଞ୍ଜି ସହାୟତା ପ୍ରଦାନ କରିଥିଲେ। ପ୍ରଦର୍ଶିତ ପ୍ରଦର୍ଶନୀକୁ ମଧ୍ୟ ମୋଦି ପରିଦର୍ଶନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ଭାରତକୁ ବିଶ୍ୱର ଖାଦ୍ୟ ଝୁଡ଼ି ଭାବେ ପ୍ରଦର୍ଶିତ କରିବା ଏବଂ ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ଭାବେ ପାଳନ କରିବା। ସମାବେଶକୁ ସମ୍ବୋଧିତକରି ପ୍ରଧାନମନ୍ତ୍ରୀ ଏହି ଅବସରରେ ପ୍ରଦର୍ଶିତ ଟେକ୍ନୋଲୋଜି ଓ ଷ୍ଟାର୍ଟଅପ୍‌ ପ୍ୟାଭିଲିୟନ୍‌ ଏବଂ ଫୁଡ୍‌ ଷ୍ଟ୍ରିଟ୍‌କୁ ମଧ୍ୟ ପ୍ରଶଂସା କରିବା ସହ ପ୍ରଯୁକ୍ତି ବିଦ୍ୟା ଏବଂ ସ୍ବାଦର ମିଶ୍ରଣ ଭବିଷ୍ୟତର ଅର୍ଥନୀତି ପାଇଁ ପଥ ପ୍ରଶସ୍ତ କରିବ ବୋଲି ବିସ୍ତୃତ ଭାବେ କହିଥିଲେ। ପ୍ରଧାନମନ୍ତ୍ରୀ ଆଜିର ପରିବର୍ତ୍ତନଶୀଳ ବିଶ୍ୱରେ ଖାଦ୍ୟ ନିରାପତ୍ତାର ଅନ୍ୟତମ ପ୍ରମୁଖ ଆହ୍ବାନ ଉପରେ ବିସ୍ତୃତ ଆଲୋକପାତ କରିବା ସହ ୱାଲର୍‌ଡ ଫୁଡ୍‌ ଇଣ୍ଡିଆର ଗୁରୁତ୍ୱ ଉପରେ ମଧ୍ୟ ବିସ୍ତୃତ ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମର ଫଳାଫଳ ଦେଶର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ଏକ ପ୍ରମୁଖ କ୍ଷେତ୍ର ଭାବେ ସ୍ବୀକୃତି ଦେବାର ଏକ ବଡ଼ ଉଦାହରଣ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦି ଗୁରୁତ୍ୱାରୋପ କରିଥିଲେ।

Share