Categories: ଜାତୀୟ

ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୮ା୭(ପିଆଇବି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଶୁକ୍ରବାର ଗୁଜରାଟରେ ବିଭିନ୍ନ ରେଳ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଗୁଜରାଟ ସାଇନ୍ସ ସିଟିଠାରେ ଆକ୍ବାଟିକ୍ସ ଓ ରୋବୋଟିକ୍ସ ଗ୍ୟାଲେରି ଏବଂ ଏକ ପ୍ରାକୃତିକ ଉଦ୍ୟାନକୁ ମଧ୍ୟ ଲୋକାର୍ପିତ କରିଛନ୍ତି। ଗାନ୍ଧୀନଗର କ୍ୟାପିଟାଲ-ବାରାଣସୀ ସୁପରଫାଷ୍ଟ ଏକ୍ସପ୍ରେସ ଓ ଗାନ୍ଧୀନଗର କ୍ୟାପିଟାଲ ଓ ଭେରେଠା ମଧ୍ୟରେ ମେମୁ ସେବା ଉଦ୍‌ଘାଟିତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, କେବଳ କଂକ୍ରିଟ ଢାଞ୍ଚା ନୁହେଁ ବରଂ ନିଜସ୍ବ ଚରିତ୍ର ଥିବା ଭିତ୍ତିଭୂମି ନିର୍ମାଣ ଦେଶର ଲକ୍ଷ୍ୟ। ପିଲାମାନଙ୍କର ପ୍ରାକୃତିକ ବିକାଶ ପାଇଁ ମନୋରଞ୍ଜନ ସହିତ ଅଧ୍ୟୟନ ଓ ସୃଜନଶୀଳତା ପାଇଁ ଅବସର ସୃଷ୍ଟି କରାଯିବା ଆବଶ୍ୟକ। ସାଇନ୍ସ ସିଟି ଏପରି ଏକ ପ୍ରକଳ୍ପ ଯେଉଁଥିରେ ଆମୋଦପ୍ରମୋଦ ସହିତ ସୃଜନଶୀଳତାର ମିଶ୍ରଣ ରହିଛି। ଏହି ଆକ୍ୱାଟିକ୍ସ ଏସିଆର ସବୁଠୁ ବଡ଼ ଆକ୍ବାରିୟମ ମଧ୍ୟରୁ ଅନ୍ୟତମ ଏବଂ ସାରା ବିଶ୍ବର ସାମୁଦ୍ରିକ ଜୈବ ବିବିଧତାର ଦୃଶ୍ୟ ଗୋଟିଏ ସ୍ଥାନରେ ଦେଖିବା ଏକ ଅଭୁତ ଅନୁଭବ ପ୍ରଦାନ କରିବ।
ଖ୍ରସହିପରି ରୋବୋଟିକ୍ସ ଗ୍ୟାଲେରି ଯୁବକମାନଙ୍କୁ ରୋବୋଟିକ୍ସ କ୍ଷେତ୍ରରେ କାମ କରିବା ଲାଗି ଅନୁପ୍ରାଣିତ କରିବ। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ଭାରତୀୟ ରେଳପଥରେ ସୁଧାର ଅଣାଯିବାର ଆବଶ୍ୟକତା ରହିଛି। ସାରା ଦେଶର ପ୍ରମୁଖ ରେଳ ଷ୍ଟେଶନଗୁଡ଼ିକର ଆଧୁନିକୀକରଣ କରାଯାଉଛି। ଓ୍ବଡ଼ନଗର ମଧ୍ୟ ଏହି ସମ୍ପ୍ରସାରଣର ଅଂଶବିଶେଷ ପାଲଟିଛି। ଏହି ନୂଆ ବ୍ରଡ୍‌ ଗେଜ ଲାଇନର ନିର୍ମାଣ ସହିତ ଓ୍ବଡ଼ନଗର-ମୋଢେରା-ପାଟନ ଐତିହ୍ୟ ସର୍କିଟ୍‌ ଉନ୍ନତ ରେଳ ସେବା ସହ ଯୋଡ଼ି ହୋଇପାରିଛି। ଆଧୁନିକତା, ଗରିବ, କୃଷକ ଓ ମଧ୍ୟମବର୍ଗଙ୍କ କଲ୍ୟାଣ ମାଧ୍ୟମରେ ନୂତନ ଭାରତର ବିକାଶ ଆଗକୁ ବଢ଼ିବ ବୋଲି ମୋଦି କହିଥିଲେ।

Share