‘ଭାରତ ବର୍ଜନ’ ପ୍ରଚାରକୁ ସମାଲୋଚନା କଲେ ପ୍ରଧାନମନ୍ତ୍ରୀ ହାସିନା

ଢାକା,୧ା୪: ଶେଖ୍‌ ହାସିନା ପୁନର୍ବାର ବାଂଲାଦେଶ ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ପରେ ଅନ୍‌ଲାଇନରେ ଭାରତ ବିରୋଧୀ ମାନସିକତା ବଢ଼ିଛି। ସେଠାରେ ଭାରତୀୟ ସାମଗ୍ରୀ ବର୍ଜନ ଲାଗି ପ୍ରଚାର ଜୋର୍‌ ଧରିଥିବାବେଳେ କେତେଜଣ ବିରୋଧୀ ନେତା ଏହାକୁ ସମର୍ଥନ କରୁଛନ୍ତି। ପ୍ରଧାନମନ୍ତ୍ରୀ ହାସିନା ଏଭଳି ଭାରତ ବିରୋଧୀ ପ୍ରଚାରକୁ ବିରୋଧ କରିଛନ୍ତି। ଅନ୍ୟପକ୍ଷରେ ହାସିନା ଏବଂ ତାଙ୍କ ଦଳ ଆଓ୍ବାମୀ ଲିଗ୍‌ ସବୁଠୁ ବଡ଼ ଭାରତୀୟ ଉତ୍ପାଦ ବୋଲି ବିରୋଧୀ ନେତାମାନେ ଅଭିଯୋଗ କରିଛନ୍ତି।

ଭାରତ ସହ ହାସିନାଙ୍କ ଘନିଷ୍ଠତା ରହିଛି। ସେ କ୍ରମାଗତ ଚତୁର୍ଥ ଥର ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ପରେ ବିରୋଧୀ ନେତାମାନେ ଭାରତ ବିରୋଧୀ ମାନସିକତାର ପ୍ରସାର କରାଇବାକୁ ଉଦ୍ୟମ ଚଳାଇଛନ୍ତି। କିଛି ମାସର ନୀରବତା ପରେ ହାସିନା ବିରୋଧୀଙ୍କୁ ମୁକାବିଲା କରିବା ଲାଗି ବାହାରିଛନ୍ତି। ସେ ବିରୋଧୀଙ୍କୁ ସମାଲୋଚନା କରିବା ସହ ଭାରତୀୟ ଶାଢ଼ିକୁ ଭଲ ପାଆନ୍ତି ବୋଲି କହିଛନ୍ତି।

Share