Categories: ଜାତୀୟ

ମହାମାରୀ ଲଢ଼େଇରେ ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ, କହିଲେ ନଡ୍ଡା…

ନୂଆଦିଲ୍ଲୀ,୭।୧୧: ଭାରତୀୟ ଜନତା ପାର୍ଟି ଭାଜପାର ଜାତୀୟ କାର୍ଯ୍ୟକାରିଣୀ ଦିଲ୍ଲୀରେ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ଲାଲକୃଷ୍ଣ ଆଡ଼ଓ୍ବାଣୀ, ମୂରଲୀ ମନୋହର ଯୋଶୀଙ୍କ ସମେତ ସମସ୍ତ ବଡ ନେତା ଏହି ବୈଠକରେ ଯୋଗ ଦେଇଛନ୍ତି। ଏହି ବୈଠକରେ ଜେ.ପି ନଡ୍ଡା ପ୍ରଧାନମନ୍ତ୍ରୀ ମୋଦିିଙ୍କୁ ପ୍ରଶଂସା କରିଛନ୍ତି।

ସେ କହିଛନ୍ତି ଯେ, ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ସାହସିକ ପଦକ୍ଷେପ ନେଇଛନ୍ତି ଯାହା ଅର୍ଥନୀତି ଲାଗି ବୋ ଉପଯୋଗୀ ସାବ୍ୟସ୍ତ ହୋଇଛି। ମହାମାରୀ ଲଢ଼େଇରେ ପ୍ରଧାନମନ୍ତ୍ରୀ ଲକ୍‌ଡାଉନ ଭଳି କଠୋର ନିଷ୍ପତ୍ତି ନେଇଛନ୍ତି। ଲକ୍‌ଡାଉନ ହେବାର ତିନି ମାସ ମଧ୍ୟରେ ଲୋକଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି। ସେ କହିଛନ୍ତି ଯେ ମୋଦି ହେଉଛନ୍ତି ଏକମାତ୍ର ନେତା ଯିଏକି ଦେଶର କୃଷକଙ୍କ ସୁବିଧା ପାଇଁ ପ୍ରଗତିଶୀଳ ନୀତି ଏବଂ ଆଇନ ଆଣିଛନ୍ତି।

କୋଭିଡ ଲଢ଼େଇରେ ତିନି-ଟି (ଥ୍ରୀ-ଟି) ଟ୍ରାକ, ଟେଷ୍ଟ ଏବଂ ଟ୍ରିଟ ପଦ୍ଧତି ଅନୁସରଣ କରାଯାଇଛି। ଏହାଦ୍ୱାରା ଦେଶରେ କରୋନା ସ୍ଥିତି ନିୟନ୍ତ୍ରିତ ହୋଇ ପାରିଥିବା ସେ କହିଛନ୍ତି।

ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ, ମଣିପୁର, ଗୋଆ ଏବଂ ପଞ୍ଜାବ ଆଦି ୫ ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଉପରେ ଏହି ବୈଠକରେ ବିଶେଷ ଆଲୋଚନା କରାଯିବ।

Share