Categories: ଜାତୀୟ

ମଲ୍ଲିକାର୍ଜୁନଙ୍କ ସହିତ ମଧ୍ୟାହ୍ନ ଭୋଜନ କଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୦।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସଂସଦରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କ ସହିତ ମଧ୍ୟାହ୍ନ ଭୋଜନ କରିଛନ୍ତି। ଏହି ସମୟରେ ସେମାନଙ୍କୁ ବାଜରାରେ ପ୍ରସ୍ତୁତ ଡିସ ପରସା ଯାଇଥିଲା । ପ୍ରଧାନମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଲେଖିଛନ୍ତି, ଆମେ ୨୦୨୩ ବର୍ଷକୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବରେ ପାଳନ କରିବାକୁ ପ୍ରସ୍ତୁତ ହେଉଛୁ। ସଂସଦରେ ମଧ୍ୟାହ୍ନ ଭୋଜନ ପାଇଁ ଆମକୁ ମିଲେଟ ଡିସ ପରସା ଯାଇଥିଲା। ପାର୍ଟି ଲାଇନରୁ ଦୂରେଇ ସମସ୍ତ ରାଜନୈତିକ ଦଳ ଏଥିରେ ଅଂଶ ଗ୍ରହଣ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ପ୍ରାୟ ଚାଳିଶ ମିନିଟ ଏହି କାର୍ଯ୍ୟକ୍ରମରେ ରହିଥିଲେ। ଭୋଜନ ସମୟରେ କୃଷି ମନ୍ତ୍ରୀ ନରେନ୍ଦ୍ର ତୋମାର, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡା ପ୍ରଧାନମନ୍ତ୍ରୀଙ୍କ ସହ ବସିଥିଲେ। କୃଷ ରାଷ୍ଟ୍ର ମନ୍ତ୍ରୀ ଶୋଭା କରନ୍ଦଲାଜେ କହିଛନ୍ତି, ଆମେ ବାଜରା ଏବଂ ରାଗିରେ ତିଆରି ରୋଟି ଏବଂ ମିଠା ସହିତ ଖାଦ୍ୟ ପ୍ରସ୍ତୁତ କରିଥିଲୁ। ଯେଉଁଥିପାଇଁ କର୍ନାଟକରୁ ରୋଷେୟାମାନଙ୍କୁ ସ୍ବତନ୍ତ୍ର ଭାବେ ଅଣାଯାଇଥିଲା। ମୁଁ ଖୁସି ଯେ ପ୍ରଧାନମନ୍ତ୍ରୀ ଏଠାରେ ତାଙ୍କ ଭୋଜନକୁ ଉପଭୋଗ କରିଥିଲେ।

ପ୍ରସ୍ତୁତ ହୋଇଥିବା ଖାଦ୍ୟରେ ବାଜରା ଖେଚୁଡ଼ି, ରାଗି ଦୋସା, ରାଗି ରୋଟି, ବାଜରା ରୋଟି ଆଦି ଥିଲା। ମିଠା ଖାଦ୍ୟରେ ବାଜରା କ୍ଷୀରି, ବାଜରା କେକ ଇତ୍ୟାଦି ଥିଲା।

 

Share