Posted inଜାତୀୟ

ପ୍ରଭୁ ମହାକାଳଙ୍କୁ ଜଳାଭିଷେକ କରି ପାରିବେନି ପ୍ରଧାନମନ୍ତ୍ରୀ, କାରଣ ସମ୍ପର୍କରେ ସୂଚନା ଦେଲେ ପୂଜାରୀ…

ଉଜ୍ଜୟନୀ,୧୧।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍ଜୟନୀରେ ଶ୍ରୀ ମହାକାଳେଶ୍ୱର ମନ୍ଦିରରେ ଶ୍ରୀ ମହାକାଳ ଲୋକ ର ଲୋକାର୍ପଣ କରିବେ। ଶ୍ରୀ ମହାକାଳ ଲୋକରେ ଶ୍ରଦ୍ଧାଳୁ ଭଗବାନ ଶିବଙ୍କର ବିଭିନ୍ନ ରୂପ ଦେଖିବାର ସୌଭାଗ୍ୟ ଲାଭ କରିବେ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ ୨୦୧୭ରେ ଆମର ଏକ ସ୍ବପ୍ନ ଥିଲା ଯାହା ବର୍ତ୍ତମାନ ପୂରଣ ହେଉଛି।

ପ୍ରଧାନମନ୍ତ୍ରୀ ମୋଦି ଉଜ୍ଜୟନୀରେ ପହଞ୍ଚିବା ପୂର୍ବରୁ କୁହାଯାଇଛି ଯେ ସେ ବାବା ମହାକାଳଙ୍କୁ ଜଳାଭିଷେକ କରି ପାରିବେ ନାହିଁ। ସୂଚନା ଦେଇ ମନ୍ଦିରର ଜଣେ ପୁରୋହିତ କହିଛନ୍ତି ଯେ ସନ୍ଧ୍ୟା ୫ଟା ପରେ ମନ୍ଦିରରେ ଜଳାଭିଷେକ କରାଯାଏ ନାହିଁ। ଏହା ହିଁ ମୁଖ୍ୟ କାରଣ ଯେଉଥି ପାଇଁ ପ୍ରଧାନମନ୍ତ୍ରୀ ମହାକାଳଙ୍କୁ ଜଳାଭିଷେକ କରି ପାରିବେ ନାହିଁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୦ସାଧୁଙ୍କ ଉପସ୍ଥିତିରେ ସନ୍ଧ୍ୟା ସାଢ଼େ ୬ଟାରେ ଶ୍ରୀ ମହାକାଳ ଲୋକର ଲୋକାର୍ପଣ କରିବେ। ଏହି କାର୍ଯ୍ୟକ୍ରମ ୪୦ ଟି ଦେଶରେ ସିଧା ପ୍ରସାରଣ ହେବ। ଗାୟକ କୈଳାସ ଖେର ମହାକାଳଙ୍କ ସ୍ତୁତି ପାଠ କରିବେ। ଏହା ସହିତ ମଧ୍ୟପ୍ରଦେଶ, ଗୁଜରାଟ, ଝାଡଖଣ୍ଡ, କେରଳ ସମେତ ୬ଟି ରାଜ୍ୟର କଳାକାରମାନେ ଏହି ଏହି ଉତ୍ସବରେ ପ୍ରଦର୍ଶନ କରିବେ। ଇନ୍ଦୋରରୁ ଉଜ୍ଜୟନୀ ପର୍ଯ୍ୟନ୍ତ ୬୦ କିଲୋମିଟର ଅଞ୍ଚଳକୁ ଆଲୋକାରେ ସଜାଯାଇଛି।

ଶ୍ରୀ ମହାକାଳ ଲୋକରେ ଭଗବାନ ଶିବଙ୍କ ଉପରେ ଆଧାରିତ ୧୯୦ ଟି ପ୍ରତିମା ସ୍ଥାପନ କରାଯାଇଛି। କମ୍ପ୍ଲେକ୍ସରେ ୧୦୮ ସ୍ତମ୍ଭ ସ୍ଥାପନ କରାଯାଇଛି, ଯେଉଁଥିରେ ଭଗବାନ ଶିବଙ୍କ ଅଦ୍ଭୁତ ସ୍ଥିତି ଏବଂ ତାଙ୍କର ବିଭିନ୍ନ ମୁଦ୍ରା ଖୋଦିତ ହୋଇଛି। ଏଠାରେ ଆଠଟି ୧୮ ଫୁଟ ଉଚ୍ଚ ପ୍ରତିମା ସ୍ଥାପନ କରାଯାଇଛି। ଏଥିରେ ନଟରାଜ, ଗଣେଶ, କାର୍ତ୍ତିକେୟ, ଦତ୍ତାତ୍ରେୟ ଅବତାର, ପଞ୍ଚମୁଖୀ ହନୁମାନ, ଚନ୍ଦ୍ରଶେଖର ମହାଦେବଙ୍କ କାହାଣୀ ଶିବ ଏବଂ ସତୀ, ସମୁଦ୍ର ମନ୍ଥନର ଦୃଶ୍ୟ ରହିଛି।

ଦୁଇଟି ପର୍ଯ୍ୟାୟରେ କରାଯାଉଥିବା ମହାକାଳ ଲୋକର ନିର୍ମାଣ ପାଇଁ ୮୫୬ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ ଛୋଟ ଏବଂ ବଡ ରୁଦ୍ରସାଗର, ହରସିଦ୍ଧ ମନ୍ଦିର, ଚାର ଧାମ ମନ୍ଦିର, ବିକ୍ରମ ଟିଲା ଇତ୍ୟାଦି ପ୍ରଭୁ ଶ୍ରୀ ମହାକାଳେଶ୍ୱରଙ୍କ ମନ୍ଦିର ପରିସରର ବିକାଶରେ ୩୫୦ କୋଟି ଟଙ୍କା ବ୍ୟୟ ହେବ। ସେଥିମଧ୍ୟରେ ମହାକାଳ ପ୍ଲାଜା, ମହାକାଳ କରିଡର, ମିଡ-ୱେ ଜୋନ, ମହାକାଳ ଥିମ ପାର୍କ, ଘାଟ ଏବଂ ଡିଏସି କ୍ଷେତ୍ର, ନଟାନ ସ୍କୁଲ କମ୍ପ୍ଲେକ୍ସ ଏବଂ ଗଣେଶ ବିଦ୍ୟାଳୟ କମ୍ପ୍ଲେକ୍ସର କାର୍ଯ୍ୟ ଅନ୍ତର୍ଭୁକ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନୁ ୪୪୦ ବୋଲ୍ଟର ଝଟ୍‌କା ଦେଲା ICC: ସବୁ ସର୍ତ୍ତ….

ନୂଆଦିଲ୍ଲୀ,୯।୨: ଟି୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମ୍ୟାଚ ପାଖେଇ ଆସୁଛି। ଏହା ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ (PCB)…

ପଞ୍ଜାବରେ ଆଇନ ଛାତ୍ରୀଙ୍କୁ ଗୁଳି କରି ହତ୍ୟା

ଚଣ୍ଡିଗଡ଼,୯।୨: ପଞ୍ଜାବର ‘ଉସ୍ମା ଲ’ କଲେଜରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କଲେଜ ଭିତରେ ସମସ୍ତଙ୍କ ସମ୍ମୁଖରେ ଜଣେ ଆଇନ ଛାତ୍ରୀଙ୍କୁ ଗୁଳି କରି ହତ୍ୟା…

ହଠାତ୍‌ ବିଗିଡିଲା ଶରଦ ପାୱାରଙ୍କ ସ୍ବାସ୍ଥ୍ୟାବସ୍ଥା, ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ,୯।୨:ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଛି। ତାଙ୍କୁ ଚିକିତ୍ସା ପାଇଁ ପୁଣେର ରୁବି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଜିତ ପାୱାରଙ୍କ ମୃତ୍ୟୁ ପରେ, ଶରଦ ପାୱାର…

ମୋହନା ମେଡିକାଲ ଇନ୍‌ଚାର୍ଜଙ୍କୁ ଘରେ ତାଲା ପକାଇଲେ ଆଶାକର୍ମୀ

ମୋହନା,୯ା୨(ମନ୍ମଥ ମିଶ୍ର): ମୋହନା ମେଡିକାଲ ଇନ୍‌ଚାର୍ଜଙ୍କୁ ଘରେ ତାଲା ପକାଇଲେ ଆଶାକର୍ମୀ । ୨୦୦ରୁ ଅଧିକ ଆଶା କର୍ମୀ ଧାରଣାରେ ବସିଛନ୍ତି । ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ…

‘ଆମେ ଦୁଇ ଆମର ଦୁଇ ଡଜନ, ମୋ ମା’ଙ୍କର ୭୨ ନାତୁଣୀ-ନାତି’, ମୋହନ ଭାଗବତଙ୍କୁ କଡ଼ା ଟାର୍ଗେଟ କଲେ AIMIM ନେତା

ନୂଆଦିଲ୍ଲୀ,୯।୨: ଉତ୍ତର ପ୍ରଦେଶର ମୁରାଦାବାଦରେ, ଅସଦୁଦ୍ଦିନ ଓୱେସିଙ୍କ ଦଳ AIMIMର ୟୁପି ରାଜ୍ୟ ସଭାପତି ଶୌକତ ଅଲି ଜନସଂଖ୍ୟା ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ଏକ…

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ କ୍ଷୀର

ନିୟମିତ କ୍ଷୀର ପିଇଲେ ତାହା ଆମ ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ତେବେ ଏହାର ଏକ ଖାସ୍‌ ଗୁଣ ରହିଛି। ତାହା କ’ଣ ଜାଣନ୍ତି?…

ଓଲିଉଡ୍‌ ଅଭିନେତା ସାତ୍ୟକି ମିଶ୍ରଙ୍କୁ ହତ୍ୟା ଧମକ, ଜୀବନରୁ ମାରିଦେବାକୁ…

ଭୁବନେଶ୍ବର,୯।୧: ଓଲିଉଡ୍‌ ଅଭିନେତା ସାତ୍ୟକି ମିଶ୍ରଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ଦୁଇ ବଡ଼ବାପାଙ୍କ ପୁଅଙ୍କ ବିରୋଧରେ ଅଭିଯୋଗ ଆଣିଲେ ସାତ୍ୟକି…

ଯୌତୁକ ଜୁଇରେ ଜଳିଗଲେ ଜ୍ୟୋତ୍ସ୍ନା: ସ୍ବାମୀ-ଦିଅର ଫେରାର

ବାଣପୁର,୯।୨(ଦିଲ୍ଲୀପ କୁମାର ସ୍ବାଇଁ): ଯୌତୁକ ଜୁଇରେ ପୁଣି ଜଣେ ବଧୂ। ଶାଶୁ ଘର ନିର୍ଯାତନା ଦେବା ସହ ବଧୂକୁ ଜୀବନରେ ମାରି ଦେଇଥିବା ଅଭିଯୋଗ ହୋଇଛି। ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri