Posted inଜାତୀୟ

ସୁଖବିନ୍ଦର ସିଂ ସୁଖୁଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଶିମ୍‌ଲା,୧୧।୧୨: ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ସୁଖବିନ୍ଦର ସିଂ ସୁଖୁ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସୁଖୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି, ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରି ସୁଖବିନ୍ଦର ସିଂ ସୁଖୁଙ୍କୁ ଅନେକ ଅଭିନନ୍ଦନ। ମୁଁ ହିମାଚଳ ପ୍ରଦେଶର ବିକାଶ ପାଇଁ କେନ୍ଦ୍ରର ସମସ୍ତ ସମ୍ଭାବ୍ୟ ସହଯୋଗକୁ ନିଶ୍ଚିତ କରୁଛି।
ନିକଟରେ ଶେଷ ହୋଇଥିବା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ୬୮ଟି ସିଟ ମଧ୍ୟରୁ ୪୦ଟି ଜିତି ବହୁମତ ହାସଲ କରିଛି। ସ୍ବାଧୀନ ପ୍ରାର୍ଥୀମାନେ ୩ଟି ଆସନ ଜିତିଥିବା ବେଳେ ଭାଜପା ୨୫ଟି ଆସନ ଜିତିଛି। ରବିବାର ହିମାଚଳ ରାଜ୍ୟପାଳ ଆର.ଭି ଆର୍ଲେକର ସୁଖବିନ୍ଦର ସିଂ ସୁଖୁଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ମୁକେଶ ଅଗ୍ନିହୋତ୍ରୀଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲେ।
ଏହି ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ, କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଧାର ତ୍ରୁଟି ପାଇଁ ବିବାହ ବନ୍ଦ

ଆନ୍ଧ୍ରପ୍ରଦେଶ,୨୫।୬: ଆଧାରକାର୍ଡରେ ତ୍ରୁଟି ଯୋଗୁ ଯୁବକ ଯୁବତୀଙ୍କ ଭାଙ୍ଗିଲା ବିବାହ। ଏହାପରେ ନ୍ୟାୟ ପାଇଁ ଯୁବତୀ ଜଣଙ୍କ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି। ଏଭଳି ଅଭାବନୀୟ ଦୃଶ୍ୟ...

ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌…

ନୂଆଦିଲ୍ଲୀ,୧୪।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪...

ଜମ୍ମୁ ତାୱି-ଗୁଆହାଟି ଏକ୍ସପ୍ରେସ ଟ୍ରେନରେ ଲଗାଇଦେଲେ ନିଆଁ

ପାଟନା,୧୭।୬: ସେନାରେ ନୂତନ ନିଯୁକ୍ତି ଯୋଜନା ‘ଅଗ୍ନିପଥ’ ବିରୋଧରେ ଲଗାତାର ତୃତୀୟ ଦିନ ପାଇଁ ବିହାରରେ ତୀବ୍ର ପ୍ରଦର୍ଶନ କରାଯାଇଛି। ଆଜି ସକାଳେ ବିହାରର ସାମସ୍ତିପୁରରେ...

ଭାଜପାକୁ ସୁବ୍ରମଣ୍ୟମ ସ୍ବାମୀଙ୍କ ମହଲତ

ନୂଆଦିଲ୍ଲୀ,୧୦ା୯: ଭାଜପାର ରାଜ୍ୟ ସଭା ସଦସ୍ୟ ସୁବ୍ରମଣ୍ୟମ ସ୍ବାମୀ ନିଜ ଦଳକୁ ମହଲତ ଦେଇଛନ୍ତି। ଭାଜପାର ସୂଚନା ଓ ପ୍ରଯୁକ୍ତିବିଦ୍ୟା (ଆଇଟି) ସେଲ ମୁଖ୍ୟ ଅମିତ...

ବିହାର ନିର୍ବାଚନ ପୂର୍ବରୁ ଆର୍‌ଜେଡିକୁ ଝଟ୍‌କା

ପାଟନା,୧୦ ।୯: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)କୁ ବଡ ଝଟ୍‌କା ଲାଗିଛି । ଆର୍‌ଜେଡିର ପୂର୍ବତନ ଉପାଧ୍ୟକ୍ଷ ତଥା...

କୋଭିଡ୍‌ ନେଗେଟିିଭ୍‌ ସାର୍ଟିଫିକେଟ୍‌ ବିନା ମହାରାଷ୍ଟ୍ର ମନା

ମୁମ୍ବାଇ, ୨୪ା୧୧: ମହାରାଷ୍ଟ୍ର ସରକାର ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ ଓ ଗୋଆବାସୀଙ୍କ ଯାତ୍ରା ଉପରେ ସୋମବାର କଟକଣା ଲଗାଇଛନ୍ତି। କରୋନା ଆର୍‌ଟିପିସିଆର୍‌ ନେଗେଟିଭ୍‌ ସାର୍ଟିଫିକେଟ ବିନା...

ବିଜୟନଙ୍କ ସରକାର ପକେଟମାରଙ୍କଠାରୁ ବି ହୀନ: ବିରୋଧୀ ଦଳ ନେତା…

ଥିରୁଭାନନ୍ତପୁରମ୍‌,୧୪।୨ : କେରଳ ବିଧାନସଭାରେ ବିରୋଧୀଦଳର ନେତା ଭି ଡି ସାତିଶନ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ ନେତୃତ୍ୱାଧୀନ ବାମପନ୍ଥୀ ସରକାରଙ୍କ ଇନ୍ଧନ ବନ୍ଦ କରିବା...

ବିଲକିସ ବାନୋ ମାମଲା, ୧୩୪ ପୂର୍ବତନ ଅଧିକାରୀ ସିଜେଆଇଙ୍କୁ ଲେଖିଲେ ଚିଠି, ଭୁଲ ଫଇସଲାକୁ ସୁଧାରିବାକୁ ଅନୁରୋଧ…

ନୂଆଦିଲ୍ଲୀ, ୨୭।୮ : ବିଲକିସ ବାନୋ ମାମଲାରେ ଶନିବାର ୧୩୪ ଜଣ ପୂର୍ବତନ ସରକାରୀ ଅଧିକାରୀ ୧୧ ଜଣ ଦୋଷୀଙ୍କୁ ସମୟପୂର୍ବରୁ ମୁକ୍ତ କରିବା ବିରୋଧରେ...

Advertisement
Archives

Model This Week