Categories: ଜାତୀୟ

ଉତ୍କଳ ଦିବସରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧ା୪: ଉତ୍କଳ ଦିବସରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ‘ଏକ୍ସ’ରେ କହିଛନ୍ତି, ସମସ୍ତଙ୍କୁ ଉତ୍କଳ ଦିବସର ହାର୍ଦ୍ଦିକ ଶୁଭେଚ୍ଛା! ଏହି ଦିନ ଆମକୁ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟ ଏବଂ କର୍ମତତ୍ପର ଜନସାଧାରଣଙ୍କ ବିଷୟରେ ସ୍ମରଣ କରାଇଥାଏ। ରାଷ୍ଟ୍ରର ପ୍ରଗତିରେ ରାଜ୍ୟର ଉଲ୍ଲେଖନୀୟ ଯୋଗଦାନ ରହିଛି। ମୁଁ ଓଡ଼ିଶାବାସୀଙ୍କ ସଫଳତା ଓ ସମୃଦ୍ଧି କାମନା କରୁଛି।

Share