Posted inଜାତୀୟ

ଜନ୍ମଦିନରେ ନଡ୍ଡାଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨।୧୨: ଭାଜପା ସଭାପତି ଜେପି ନଡ୍ଡା ୬୨ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଡାଙ୍କୁ ଟୁଇଟ୍‌ ଯୋଗେ ଶୁଭେଚ୍ଛା ଜଣାଇ ତାଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ କରି ଲେଖିଛନ୍ତି, ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଜୀଙ୍କୁ ଅନେକ ଜନ୍ମଦିନର ଶୁଭେଚ୍ଛା। ସେ ତାଙ୍କ ନେତୃତ୍ୱ କ୍ଷମତା ସହିତ ଭାଜପାରେ ନୂତନ ଉତ୍ସାହ ଏବଂ ନୂତନ ଶକ୍ତି ପୂରଣ କରିବାର କାର୍ଯ୍ୟ କରିଛନ୍ତି। ଭଗବାନ ତାଙ୍କୁ ଦୀର୍ଘ ଏବଂ ସୁସ୍ଥ ଜୀବନ ଦିଅନ୍ତୁ।
ନଡ୍ଡା ଜାନୁଆରୀ ୨୦୨୦ରେ ଭାଜପାର ଜାତୀୟ ସଭାପତି ଭାବରେ ତିନି ବର୍ଷ ପାଇଁ ମନୋନୀତ ହୋଇଥିଲେ। ନଡ୍ଡାଙ୍କ ତିନି ବର୍ଷର କାର୍ଯ୍ୟକାଳ ଆସନ୍ତା ବର୍ଷ ଜାନୁଆରୀରେ ଶେଷ ହେବ। ତେବେ, ୨୦୨୪ ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ହାଇକମାଣ୍ଡ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିପାରନ୍ତି।
ନଡ୍ଡା ବିହାରର ରାଜଧାନୀ ପାଟନାରେ ଜନ୍ମଗ୍ରହଣ କରିଥିଲେ। ସେ ପାଟନାରୁ ବିଏ ଏବଂ ଏଲଏଲବି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେ ଆରମ୍ଭରୁ ଏବିଭିପି ସହିତ ଜଡିତ ଥିଲେ। ତାଙ୍କ ରାଜନୈତିକ କ୍ୟାରିୟରରେ ନଡ୍ଡା ଜମ୍ମୁ-କଶ୍ମୀର, ପଞ୍ଜାବ, ହରିୟାଣା, ଛତିଶଗଡ, ତେଲେଙ୍ଗାନା, କେରଳ, ରାଜସ୍ଥାନ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟ ଦାୟିତ୍ୱରେ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟଙ୍କ ବଡ଼ ରାୟ: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ କୁଟ୍ରୁପଲା ଗାଁରେ ୨୦୧୪ରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି।…

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଇରାନର ସାମରିକ ଘାଟି

ବାଗଦାଦ୍‌,୩୦।୭: ଆମେରିକୀୟ ସେନା ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ବଡ଼ ଜବାବ ଦେଇଛି ଆମେରିକା। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ ଇରାନର ବିପ୍ଳବୀ ଗାର୍ଡ କୋର୍‌(ଆଇଆରଜିସି)ର…

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଲୋକ ସଭା ପରେ ରାଜ୍ୟ ସଭାରେ ବି ମୋହର; ପାରିତ ହେଲା ‘ଆଣ୍ଟି-ପେପର ଲିକ୍ ବିଲ୍’, ଦୋଷୀଙ୍କୁ ହେବ ୧୦ ବର୍ଷ ଜେଲ୍

ନୂଆଦିଲ୍ଲୀ,୩୦।୭: ଲୋକ ସଭାରେ ଆଣ୍ଟି-ପେପର ଲିକ୍ ବିଲ୍ ଗୃହୀତ ହେବା ପରେ, ରାଜ୍ୟ ସଭାରେ ପାସ୍ ହୋଇଛି। ଅଧ୍ୟକ୍ଷ ସି.ଭି. ରାଧାକୃଷ୍ଣନ୍ ଏହାକୁ ଭଏସ୍ ଭୋଟ୍ ଦ୍ୱାରା…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri