Categories: ଜାତୀୟ

‘ଲାଲକିଲ୍ଲାରୁ ଲୋକଙ୍କୁ ପ୍ରତାରିତ କରିଛନ୍ତି ପ୍ରଧାନମନ୍ତ୍ରୀ’

ଗୁଆହାଟୀ,୧୭।୮: ଆସାମର କାଳିଆବୋରର କଂଗ୍ରେସ ଏମ୍‌ପି ଗୌରବ ଗୋଗୋଇ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି। ଗୋଗୋଇ କହିଛନ୍ତି, ସ୍ବାଧୀନତା ଦିବସରେ ‘ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଦେଶକୁ ବିଭ୍ରାନ୍ତ କରିଥିଲା। ୬,୦୦୦ରୁ ଅଧିକ ମାରାତ୍ମକ ଅସ୍ତ୍ରଶସ୍ତ୍ର ସହିତ ଘାଟିରେ ଅଛି, ତେଣୁ ମଣିପୁରରେ କିପରି ଶାନ୍ତି ପ୍ରତିଷ୍ଠା ହୋଇପାରିବ। ପୋଲିସଠାରୁ ଲୁଟ ହୋଇଥିବା ଅସ୍ତ୍ରଶସ୍ତ୍ରଗୁଡ଼ିକୁ ଟ୍ରେଜେରୀରେ ଜମା ନ ହେବା ପର୍ଯ୍ୟନ୍ତ ସେଠାରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ ନାହିଁ।
ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ଧୀରେ ଧୀରେ ମଣିପୁରକୁ ଶାନ୍ତି ଆସୁଛି। ମଣିପୁର ସହିତ ଦେଶ ଛିଡା ହୋଇଛି, ରାଜ୍ୟରେ ସ୍ଥିରତା ଆଣିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କଠିନ ପରିଶ୍ରମ କରୁଛନ୍ତି। ଶାନ୍ତିପୂର୍ଣ୍ଣ ଭାବେ ଏହି ସମସ୍ୟାର ସମାଧାନ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

Share