ବ୍ରିଟେନରୁ ହଟିବ କଟକଣା

ଇଂଲଣ୍ଡ,୨୩ା୨ : ମହାମାରୀ କରୋନାର ପ୍ରକୋପ ଦୀର୍ଘ ଦୁଇ ବର୍ଷରୁ ଅଧିକ ଦିନ ଧରି ସାରା ବିଶ୍ୱ ଦେଖୁଛି। ତେବେ କୋଭିଡ ସଂକ୍ରମଣ ଦ୍ୱାରା ବ୍ରିଟେନରେ ଅଧିକ ଜୀବନହାନି ହୋଇଥିବାବେଳେ ବର୍ତ୍ତମାନ ଦେଶରୁ କଟକଣା ହଟାଯିବା ନେଇ ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌। ସୋମବାର ପାର୍ଲାମେଣ୍ଟରେ ଉଦବୋଧନ ଦେବା ସମୟରେ ସେ ଏକଥା କହିଛନ୍ତି। ପ୍ରଭାବିତ ଅର୍ଥନୀତିରେ ସୁଧାର ଆଣିବା ପାଇଁ ଦେଶରେ ଲାଗୁ କରୋନା କଟକଣା ହଟାଯିବା ଆବଶ୍ୟକ। ଆସନ୍ତା ଏପ୍ରିଲ ୧ ତାରିଖରୁ ଦେଶରୁ ସମ୍ପୂର୍ଣ୍ଣ କଟକଣା ହଟିବ। କାରଣ ଏହି ସମୟରେ କୋଭିଡ ଭୂତାଣୁ କମ୍‌ ସଂକ୍ରମିତ ହୋଇଥାଏ।

Share