Categories: ଜାତୀୟ

ସିଭିଲ ସର୍ଭିସ ଡେ’ର ଉଦ୍‌ଯାପନୀ ଦିବସରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୧।୪: ୧୬ ତମ ସିଭିଲ ସର୍ଭିସ ଡେ କାର୍ଯ୍ୟକ୍ରମର ଉଦ୍‌ଯାପନୀ ଦିବସର ପୁରସ୍କାର ବିତରଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି। ସକାଳ ୧୧ଟାରୁ ଦିଲ୍ଲୀର ବିଜ୍ଞାନ ଭବନରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ବର୍ତ୍ତମାନ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଛନ୍ତି।

ସୂଚନାଯୋଗ୍ୟ, ଦେଶରେ ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା ସମସ୍ତ ଅଧିକାରୀଙ୍କ କାର୍ଯ୍ୟ ବିଷୟରେ ଆଲୋଚନା କରିବା ଏବଂ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରତିବର୍ଷ ୨୧ଏପ୍ରିଲରେ ସିଭିଲ ସର୍ଭିସ ଡେ ପାଳନ କରାଯାଏ।

ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶ ରାମପୁରର ଜିଲା ମାଜିଷ୍ଟ୍ରେଟ ରବିନ୍ଦ୍ର କୁମାର ମନ୍ଦର ଏବଂ ମଧ୍ୟ ପ୍ରଦେଶ ଚିତ୍ରକୁଟର ଜିଲା ମାଜିଷ୍ଟ୍ରେଟ ଅଭିଷେକ ଆନନ୍ଦଙ୍କୁ ପ୍ରଶାସନିକ ସେବା କ୍ଷେତ୍ରରେ ନିଜର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ସମ୍ମାନିତ କରିବେ। ଏହି ସମ୍ମାନ ପାଇବାରେ ୟୁପି ସବୁଠୁ ଆଗରେ ରହିଛି।

Share