Categories: ଜାତୀୟ

ମନ୍ଦିର ଦୁର୍ଘଟଣାରେ ମୃତକଙ୍କ ପରିବାରଙ୍କୁ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଚେନ୍ନାଇ,୨୭।୪: ତାମିଲନାଡୁରେ ବୁଧବାର ସକାଳେ ଏକ ବଡ଼ ଅଘଟଣ ଘଟିଛି। ତଞ୍ଜାଭୁର ଜିଲାର କାଲିମେଡୁ ନିକଟସ୍ଥ ଅପ୍ପର ମନ୍ଦିରରେ ୯୪ତମ ଗୁରୁପୂଜା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମନ୍ଦିରରେ ଶୋଭାଯାତ୍ରା ସମୟରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୧୧ଜଣଙ୍କ ମୃତ୍ୟୁ ହୋଇଛି। ସେଥିରେ ୩ଶିଶୁ ରହିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଇତିମଧ୍ୟରେ ଏହି ଖବର ପ୍ରକଟ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ଲୋକଙ୍କୁ ୨ଲକ୍ଷ ଟଙ୍କା ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍‌ ପାଣ୍ଠିରୁ ଆହତଙ୍କ ଚିକିତ୍ସା ଲାଗି ୫୦ହଜାର ଟଙ୍କା ସହାୟତା ରାଶି ଯୋଗାଇଦେବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

Share