ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ: ତେନ୍ତୁଳି ଗଛ ତଳେ ଚାଲିଛି ପିଲାଙ୍କ ପାଠପଢା

ଥୁଆମୂଳ ରାମପୁର,୪।୮(ଦୁର୍ଗା କୀର୍ତ୍ତି):ସରକାର ବିଦ୍ୟାଳୟ ପ୍ରତି ଛାତ୍ରୀଛାତ୍ରମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଦ୍ୟାଳୟର ଭିତ୍ତିଭୂମି ସଜାଡିବାରେ ଲାଗିଛନ୍ତି। ଛାତ୍ରୀଛାତ୍ରଙ୍କ ନିମନ୍ତେ ମଧ୍ୟାହ୍ନଭୋଜନଠାରୁ ଆରମ୍ଭ କରି ବହି, ଡ୍ରେସ, ଜୋତା ଓ ସାଇକେଲ ବଣ୍ଟନ ଆଦି କେତେ କଣ ଯୋଜନା କରୁଛନ୍ତି। କିନ୍ତୁ ଆଜି ବି ଦୁର୍ଗମ ଅଞ୍ଚଳରେ ଏମିତି ଅନେକ ବିଦ୍ୟାଳୟ ରହିଛି, ଯେଉଁଠି ମୌଳିକ ସୁବିଧା ଖଣ୍ଡିଏ ପହଞ୍ଚିପରୁ ନାହିଁ। ଏଭଳି ଏକ ବିଦ୍ୟାଳୟ ହେଉଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବିରିକୋଟ ଗ୍ରାମପଞ୍ଚାୟତ ଅଧିନସ୍ଥ ତୁମୁନୀ ଖୋଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ।
୨୦୦୯ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୩୦ ଜଣ ଛାତ୍ରୀଛାତ୍ରଙ୍କୁ ନେଇ ଜଣେ ପ୍ରଧାନ ଶିକ୍ଷକ ଭାବେ ରାମ ସିଂ ମାଝୀ ଏବଂ ଜଣେ ସହ ଶିକ୍ଷକ ଭାବେ ପ୍ରମୋଦ ଦଣ୍ଡସେନା ଶିକ୍ଷାଦାନ କରୁଛନ୍ତି। ଏଭଳି ସ୍ଥିତିରେ ଉକ୍ତ ବିଦ୍ୟାଳୟରେ ଆବଶ୍ୟକ ଶ୍ରେଣୀଗୃହ, ସ୍କୁଲ ପାଇଁ ପାଚେରୀ, ଶୌଚାଳୟ, ପିଲାଙ୍କ ପାଇଁ ବିଶୁଦ୍ଧ ପାଣି, ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ ଗୃହ ନ ଥିବାରୁ ଏଠିକାର ଛାତ୍ରୀଛାତ୍ରୀଙ୍କ ଭାବିଷ୍ୟତ ଅନ୍ଧାର ଆଡ଼କୁ ଗତି କରୁଛି l
ଗତ ଏପ୍ରିଲ ମାସର କାଳବୈଶାଖୀ ବର୍ଷା ସମୟରେ ପ୍ରବଳ ବେଗରେ ପବନ ବହିବା ସହିତ ତୁହାକୁତୁହା ବର୍ଷା ହେବାରୁ ଉକ୍ତ ବିଦ୍ୟାଳୟର ଆଜବେଷ୍ଟ ଉଡିଯାଇଥିଲା। ଫଳରେ ବର୍ତ୍ତମାନ ପାଇଁ ଛାତ୍ରଛାତ୍ରୀମାନଙ୍କର ପାଠ ପଢିବାରେ ଅସୁବିଧା ହେଉଥିବାବେଳେ ଆମେ ଏମିତି ସ୍କୁଲ ବାରଣ୍ଡାରେ ବସି ପିଲାଙ୍କୁ ପାଠ ପଢ଼ାଉଛୁ ଏବଂ ବାକି ଖରା କିମ୍ବା ଅନ୍ୟାନ୍ୟ ସମୟ ଏମିତି ବିଦ୍ୟାଳୟ ପାଖ ତେନ୍ତୁଳି ଗଛ ତଳେ ପାଠ ପଢ଼ାଉଛୁବୋଲି ପ୍ରଧାନଶିକ୍ଷକ ଆମ ଧରିତ୍ରୀକୁ ସୂଚନା ଦେବା ସହ ଏନେଇ ଆମେ ଅନେକ ଥର ସ୍କୁଲ ପରିଚାଳନା କମିଟି ଏବଂ ଅଭିଭାବକ, ଶିକ୍ଷକ ମିଶି ପୂର୍ବରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ଦରଖାସ୍ତ ମାଧ୍ୟମରେ ଜଣାଇଥିଲୁ ହେଲେ ଆଜିକୁ ୪ମାସ ହେବାକୁ ବସିଲାଣି ଏଥିପ୍ରତି କାହାରି ଦୃଷ୍ଟି ନାହିଁ l

ଏଣୁ ଆମେ ପୁନର୍ବାର ସୋମବାର ବିଡ଼ିଓଙ୍କ ଦ୍ବାରସ୍ଥ ହୋଇ ପିଲାଙ୍କ ଭବିଷ୍ୟତ ପାଇଁ ଲିଖିତ ଅନୁରୋଧ କରୁଛୁ ବୋଲି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବଳରାମ ମାଝୀ ଏବଂ ପ୍ରଧାନ ଶିକ୍ଷକ ରାମ ସିଂ ମାଝୀ ସୂଚନା ଦେଇଛନ୍ତି l ଏଥିପ୍ରତି ସରକାର ଦୃଷ୍ଟି ଦେବା ସହ ଆବଶ୍ୟକ ଭିତ୍ତିଭୂମି ଯୋଗାଇଦେବାକୁ ବିଭିନ୍ନ ମହଲରୁ ଦାବି ହେବା ସହ ଏଦିଗରେ ବ୍ଳକ ପ୍ରଶାସନ ଗୁରୁତ୍ୱ ଦେଇ ବିଦ୍ୟାଳୟ ମରାମତି କାର୍ଯ୍ୟ ଯଥା ସମ୍ଭବ ଆରମ୍ଭ କରାଯାଏ, ତେବେ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ଆଶା କରାଯାଉଛି l

ଏନେଇ ବିଡ଼ିଓ ଧ୍ରୁବ ଚରଣ ମୁଦୁଲିଙ୍କୁ ପଚାରିବାରୁ ବିଭାଗୀୟ ଯନ୍ତ୍ରୀଙ୍କୁ ବିଦ୍ୟାଳୟ ଯାଇ ସ୍ଥିତି ଅନୁଧ୍ୟାନ କରି ମୋତେ ତଥ୍ୟ ଦେବାପାଇଁ ନିର୍ଦ୍ଦେଶ ଦେବିଏବଂ ଆଗାମୀ ଦିନରେ କ’ଣ ହୋଇପାରିବ ଆମେ ତା’ର ବ୍ୟବସ୍ଥା କରିବୁ ବୋଲି କହିଛନ୍ତି l ତେବେ ଦେଖିବାକୁ ବାକିରହିଲା ବିଡ଼ିଓ ଦୁର୍ଗମ ଅଞ୍ଚଳର କୋମଳବତି ପିଲାଙ୍କ ପାଇଁ କେତେ ଯତ୍ନବାନ ହେଉଛନ୍ତି ଏବଂ ଏମାନଙ୍କ ଦୁଃଖ ଶୁଣୁଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri