ଅବ୍ୟବସ୍ଥା ଘେରରେ ପ୍ରାଥମିକ ବିଦ୍ୟାଳୟ

ରାୟଗଡ଼(ଗଜପତି)୨ା୧୧(ଜ୍ୟୋତି ପ୍ରସାଦ ପାଣି ): ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ। କୋମଳମତି ପିଲାମାନେ ଏକ ସୁସ୍ଥ ବାତାବରଣ ଓ ନିରାପଦ ଶ୍ରେଣୀ ଗୃହରେ ବସି ପାଠ ପଢି ନିଜ ବିଦ୍ୟା ଅର୍ଜନ କରନ୍ତୁ। ସେମାନେ ସ୍ମାର୍ଟ ଶ୍ରେଣୀରେ ବସି ପାଠ ପଢି ସ୍ମାର୍ଟ ହୁଅନ୍ତୁ ବୋଲି ୫-ଟି ଜରିଆରେ ଅନେକ ଶିକ୍ଷା ଅନୁଷ୍ଠାନର ଚିତ୍ର ବଦଳାଇ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବ। ଛାତ୍ରୀଛାତ୍ର ବସିବାକୁ ଜାଗା ନାହିଁ, କିଏ କୋଠାରୀରେ ବସୁଛନ୍ତି ତ ଆଉ କିଏ ବାରଣ୍ଡାରେ। ସେହିପରି କିଏ ଭଙ୍ଗା କୁଡିଆରେ ବସି ପାଠ ପଢୁଛନ୍ତି । ବର୍ଷା ହେଲେ ପାଠ ପଢ଼ା ବନ୍ଦ। ଶିକ୍ଷା ବ୍ୟବସ୍ଥାର ଏଭଲି ବିକଳ ଚିତ୍ର ଗଜପତି ଜିଲା ରାୟଗଡ଼ ବ୍ଲକ ଅଧିନ ଲୋବା ପଞ୍ଚାୟତ ତାଲାସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ଦେଖିବାକୁ ମିଳିଛି। ବିଦ୍ୟାଳୟକୁ ଦେଖିଲେ ତାହା ପୁରାତନ କାଳର ମୁନି ଋଷିଙ୍କ ଆଶ୍ରମକୁ ଶିକ୍ଷା ଗ୍ରହଣ କରିବାକୁ ପିଲାମାନେ ଆସିଥିବା ଭଳି ଅନୁମାନ ହେଉଛି। ଶ୍ରେଣୀ ଗୃହ ନଥିବାରୁ ପିଲାମାନେ ଗାଁ ଲୋକଙ୍କ ଦ୍ୱାରା ନିର୍ମିିତ ଝାଟିମାଟି ଘରେ ବସି ପାଠ ପଢୁଛନ୍ତି। ଫଳରେ ଅବିଭାବକ ମହଲରେ ଅନେକ ଅସନ୍ତୋଷ ଦେଖାଦେବା ସହ ଏହି ପ୍ରକାର ବିକଳ ଚିତ୍ରରୁ ପିଲାଙ୍କୁ ମୁକ୍ତି ଦେବାକୁ ସାଧାରଣରେ ଦାବି ହେଉଛି।
ପ୍ରକାଶ ଯେ, ୧୯୫୯ରେ ତାଲାସାହି ଗ୍ରାମରେ ଏହି ପ୍ରାଥମିକ ବିଦ୍ୟାଳୟଟି ସ୍ଥାପିତ ହୋଇଛି। ଭ୍ରମରସିଂ, ତମରେଙ୍ଗ, ମାଧେପୁର ଏବଂ ତାଲାସାହି ଆଦି ଗ୍ରାମର ଛାତ୍ରୀଛାତ୍ରମାନେ ଉକ୍ତ ବିଦ୍ୟାଳୟ ଉପରେ ନିର୍ଭର କରିଥାନ୍ତି। ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ପ୍ରାୟ ୫୮ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପାଠ ପଢାଇବାକୁ ନିୟୋଜିତ ହୋଇଛନ୍ତି। ତେବେ ପିଲାମାନେ ବସି ପାଠ ପଡ଼ିବାକୁ ଗୋଟିଏ ମାତ୍ର ଶ୍ରେଣୀ ଗୃହ ରହିଛି। ଆବଶ୍ୟକ ଶ୍ରେଣୀଗୃହ ନ ଥିବାରୁ ପାଠ ପଢ଼ାରେ ବାଧା ସୃଷ୍ଟି ହେଉଛି ଓ ଦୀର୍ଘ ବର୍ଷ ହେବ ଏପରି ସମସ୍ୟା ଭୋଗୁଛନ୍ତି ଛାତ୍ରୀଛାତ୍ର। ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ପାଞ୍ଚଟି ଶ୍ରେଣୀକୁ ଗୋଟିଏ କୋଠରୀ ଥିବା ବେଳେ ପାଠ ପଢ଼ା ପାଇଁ ଶିକ୍ଷକମାନେ ସ୍କୁଲ ବାରଣ୍ଡା ଓ ଗ୍ରାମବାସୀଙ୍କ ଦ୍ୱାରା ନିର୍ମିତ କୁଡ଼ିଆକୁ ଶ୍ରେଣୀ ଗୃହ ଭାବେ ବ୍ୟବହାର କରି ଆସୁଛନ୍ତି। ଫଳରେ ଶିକ୍ଷାରେ ଅନେକ ବାଧାପ୍ରାପ୍ତ ହୋଇଛି ଓ ଅତିରିକ୍ତ ଶ୍ରେଣୀ ଗୃହ ପାଇଁ ବହୁବାର ଜିଲାପ୍ରଶାସନ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନଙ୍କୁ ଗୁହାରି କଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବାରମ୍ବାର ଅଭିଯୋଗ ପରେ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଗ୍ରାମବାସୀ ବାଧ୍ୟହୋଇ ନିଜେ ଶ୍ରମଦାନ କରି ଏକ ଚାଳ ଛପର କୁଡିଆ ଘର ତିଆରି କରିଥିବା କହିଛନ୍ତି। ତେବେ ତୁରନ୍ତ ଉକ୍ତ ବିଦ୍ୟାଳୟରେ ଲାଗି ରହିଥିବା ସମସ୍ୟାର ସମାଧାନ କରିବା ପାଇଁ ପଦ୍ମଚରଣ ଭୂୟାଁ, ଲୋଚନ ମଣ୍ଡଳ, ବାଲାଜୀ ଗମାଙ୍ଗ, ମଞ୍ଜୁଳା ମଣ୍ଡଳ, ମମତା ଭୂୟାଁଙ୍କ ସମେତ ଅଭିଭାବକ, ଗ୍ରାମବାସୀ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକଙ୍କ ସହ ଯୋଗାଯୋଗ କରାଯିବାରୁ ଉକ୍ତ ସମସ୍ୟା ମୋ ନଜରକୁ ଆସିନାହିଁ। ଶୀଘ୍ର ସେଠାରେ ଆଉ ଏକ ଶ୍ରେଣୀ ଗୃହ ନିର୍ମାଣ କରାଯିବ ଏବଂ ଅନ୍ୟ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri