Posted inଜାତୀୟ

ସଂଖ୍ୟାବଳର ଅହଂକାର

ନୂଆଦିଲ୍ଲୀ/ଇମ୍ଫାଲ,୨୯ା୭: (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ୩ ମାସ ପୂରିବାକୁ ବସିଲାଣି ମଣିପୁର ହିଂସାକୁ। ସରକାର ହିସାବ ଦେଇପାରୁ ନାହାନ୍ତି କେତେ ମୃତ, କେତେ ଆହତ ଓ କେତେଜଣ ମହିଳାଙ୍କୁ ବଳାତ୍କାର ଏବଂ/କିମ୍ବା ହତ୍ୟା କରାଗଲାଣି। ଭାଜପା ଶାସିତ ଏହି ଉତ୍ତର-ପୂର୍ବ ରାଜ୍ୟର କୋଣ ଅନୁକୋଣେ ଅରାଜକତାର ଅଖଣ୍ଡ ରାଜୁତି। ଶାସନ ବୋଲି କିଛି ନାହିଁ। ଡବଲ୍‌ ଇଞ୍ଜିନ୍‌ ଲାଇନଚ୍ୟୁତ। ଜାତିଆଣ ହିଂସାର ନିଅଁା ପୂରା ମଣିପୁରକୁ ବ୍ୟାପିଥିବାବେଳେ ଅପରାଧ ଧାରାରେ ମଧ୍ୟ ବ୍ରେକ୍‌ ଲାଗୁନାହିଁ। ବିରୋଧୀଙ୍କ ମତରେ ଅଣଭାଜପା ଶାସିତ ରାଜ୍ୟ ହୋଇଥିଲେ କେବେଠୁ ରାଷ୍ଟ୍ରପତି ଶାସନ ଜାରି କରିସାରନ୍ତେଣି। ଅନ୍ତତଃ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଲାମେଣ୍ଟ ଭିତରେ ମଣିପୁର ପ୍ରସଙ୍ଗରେ ବିବୃତି ରଖିବା କଥା। କିନ୍ତୁ ସେ ମୁହଁ ଖୋଲୁ ନ ଥିବାରୁ ଚାପ ସୃଷ୍ଟି ଉଦ୍ଦେଶ୍ୟରେ ବିରୋଧୀ ବ୍ଲକ୍‌ ଇଣ୍ଡିଆ ଆଣିଛି ଅନାସ୍ଥା ପ୍ରସ୍ତାବ। ତଥାପି ଦେଶର ପ୍ରଧାନ ସେବକ ଗୃହକୁ ଆସୁନାହାନ୍ତି। ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଶାସିତ ରାଜସ୍ଥାନରେ ଗେହଲଟ୍‌ ସରକାରଙ୍କୁ ସେ ‘ଲାଲ ଡାଏରି’ ଉପାଖ୍ୟାନ ଶୁଣାଇ ଜନ ଅଦାଲତର କାଠଗଡ଼ାରେ ଛିଡ଼ା କରାଉଛନ୍ତି। କିନ୍ତୁ ମଣିପୁରରେ କୁକି ମହିଳାଙ୍କୁ ଉଲଗ୍ନ ପରେଡ୍‌ କରାଇବା ଭଳି ଅତି ସମ୍ବେଦନଶୀଳ ଘଟଣା ବିଶ୍ୱ ଦରବାରରେ ଭାରତର ମୁଣ୍ଡ ତଳକୁ କରିଦେଇଥିବାବେଳେ ଏହା ଉପରେ ସଂସଦରେ ଦୁଇପଦ କହିବା ପାଇଁ ସମୟ ପାଉନାହାନ୍ତି। ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବିରେ ଅଡ଼ିବସିଥିବା ବିପକ୍ଷ ସଦସ୍ୟମାନେ ହୋହଲ୍ଲା କରୁଥିବାବେଳେ ୨୬ ଦଳୀୟ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ମଣିପୁର ଗସ୍ତ ଅବ୍ୟବହିତ ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ସେମାନଙ୍କୁ ଚ୍ୟାଲେଞ୍ଜ କରିଛନ୍ତି, ତୁମର ସଂଖ୍ୟାବଳ ଥିଲେ ଆମର ବିଲ୍‌ଗୁଡ଼ିକୁ ଅଟକାଅ। ନିରଙ୍କୁଶ କ୍ଷମତା ଉପଭୋଗ କରୁଥିବା ଏକ ସରକାରର ଜଣେ ବରିଷ୍ଠ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ କେହି କେହି କହୁଛନ୍ତି, ସଂଖ୍ୟାବଳର ଅହଂକାର।
ସଂଖ୍ୟାବଳ ନ ଥିବାରୁ ଅନସ୍ଥା ପ୍ରସ୍ତାବ କାଟ୍‌ ଖାଇବା ଜାଣି ସୁଦ୍ଧା ବିରୋଧୀ ଲୋକ ସଭାରେ ଏହାକୁ ଆଗତ କରିଛନ୍ତି। ନିମ୍ନ ସଦନର ୫୪୩ ଆସନରୁ ୫ ଖାଲିପଡ଼ିଛି। ଭାଜପା ନେତୃତ୍ୱାଧୀନ ଏନ୍‌ଡିଏର ୩୩୧ ସଦସ୍ୟ ଥିବାବେଳେ ବିରୋଧୀ ଇଣ୍ଡିଆ ସଦସ୍ୟଙ୍କ ସଂଖ୍ୟା ହେଉଛି ୧୪୪। ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍‌ମୋହନ୍‌ ରେଡ୍ଡୀଙ୍କ ଓ୍ବାଇଏସ୍‌ଆର୍‌ କଂଗ୍ରେସର ୨୨ ଏମ୍‌ପି ଅନାସ୍ଥା ପ୍ରସ୍ତାବ ବିରୋଧରେ ଯିବା ସ୍ପଷ୍ଟ ହୋଇଥିବାବେଳେ
ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ବିଆର୍‌ଏସ୍‌ର ୯ ଏମ୍‌ପି ସପକ୍ଷରେ ଭୋଟ ଦେଇପାରନ୍ତି। କାରଣ ଇଣ୍ଡିଆ ପକ୍ଷରୁ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିଥିବାବେଳେ ବିଆର୍‌ଏସ୍‌ ମଧ୍ୟ ପୃଥକ୍‌ ଭାବେ ନୋଟିସ ଦେଇଛି। ଶାସକ କିମ୍ବା ବିରୋଧୀ ମେଣ୍ଟରେ ସାମିଲ ହୋଇ ନ ଥିବା ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ପକ୍ଷରୁ ମଣିପୁର ଉଭୟ ପକ୍ଷଙ୍କୁ ଟାର୍ଗେଟ କରାଯାଉଛି। ତେଣୁ ମାୟାବତୀଙ୍କ ୯ ଲୋକ ସଭା ସଦସ୍ୟ କେଉଁ ଆଡ଼କୁ ଢଳିବେ ଜଣାପଡ଼ୁନାହିଁ। ଏମିତିରେ ସମଦୂରତ୍ୱ ଅବଲମ୍ବନ କରୁଥିବା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ (ବିଜେଡି)ର ୧୨ ଏମ୍‌ପିଙ୍କ ଉପରେ ନଜର ରହିଛି। ତେବେ ଅତୀତରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କେନ୍ଦ୍ରକୁ ବିଜେଡି ସମର୍ଥନ କରିଥିବାରୁ ଅନାସ୍ଥା ପ୍ରସ୍ତାବ ବେଳେ ସରକାରଙ୍କ ସପକ୍ଷରେ ଯାଇପାରେ। କିନ୍ତୁ ମହିଳା ସଂରକ୍ଷଣ ବିଲ୍‌ ଗୃହୀତ କରାଇବା ପାଇଁ ଜୋର୍‌ ଦେଇଆସୁଥିବା ବିଜେଡି ମହିଳା ବିରୋଧୀ ହିଂସା ପ୍ରସଙ୍ଗରେ କେନ୍ଦ୍ରକୁ ସମର୍ଥନକଲେ ତାକୁ ଓଡ଼ିଶାବାସୀ କିଭଳି ଗ୍ରହଣ କରିବେ ଦେଖିବା କଥା।

ସଂଖ୍ୟା ଥିଲେ ବିଲ୍‌କୁ ହରାନ୍ତୁ ବିରୋଧୀ: ପ୍ରହ୍ଲାଦ ଜୋଷୀ

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ କହିଛନ୍ତି, ଲୋକ ସଭାରେ ଯଦି ବିରୋଧୀ ଦଳଗୁଡ଼ିକର ସଂଖ୍ୟାବଳ ଅଛି ତେବେ ସେମାନେ ଗୃହରେ ସରକାର ଆଗତ କରୁଥିବା ବିଲ୍‌ଗୁଡ଼ିକୁ ହରାନ୍ତୁ। ଲୋକ ସଭାରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ବିଚାରାଧୀନ ଥିବାବେଳେ ବିପକ୍ଷ ସଦସ୍ୟଙ୍କ ହଟ୍ଟଗୋଳରେ ଗୃହକାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ଦର୍ଶାଇ ପ୍ରହ୍ଲାଦ ଏହି ମନ୍ତବ୍ୟ ଦେଇଛନ୍ତି। ପାର୍ଲାମେଣ୍ଟ ବାହାରେ ସେ ଆହୁରି କହିଛନ୍ତି, ବିରୋଧୀ ହଠାତ୍‌ ଅନାସ୍ଥା ପ୍ରସ୍ତାବ ଆଣିବାର ମାନେ ନୁହେଁ ଯେ, କୌଣସି ସରକାରୀ କାର୍ଯ୍ୟ କରାଯିବ ନାହିଁ। ଏହା ପୂର୍ବରୁ ଗୃହ ଭିତରେ ମଧ୍ୟ ପ୍ରହ୍ଲାଦ ବିରୋଧୀ ଦଳଗୁଡ଼ିକୁ ଏହି ଚ୍ୟାଲେଞ୍ଜ ଦେଇଥିଲେ।

ଅନାସ୍ଥା ଆଲୋଚନା ନିଷ୍ପତ୍ତି ସୋମବାର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସପ୍ତାହରେ ପାର୍ଲାମେଣ୍ଟରେ ଉପସ୍ଥିତ ରହିବେ। ଏହି ସମୟରେ ବିରୋଧୀଙ୍କ ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ଆରମ୍ଭ ହେବ। କେବେ ଆଲୋଚନା ହେବ ତାହା ସେନେଇ ସୋମବାର ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ନିଷ୍ପତ୍ତି ନେବେ ବୋଲି ସୂତ୍ରରୁ ପ୍ରକାଶ। ଅଗଷ୍ଟ ୧ (ମଙ୍ଗଳବାର)ରେ ମୋଦି ମହାରାଷ୍ଟ୍ର ଯାଇପାରନ୍ତି। ତେଣୁ ମଙ୍ଗଳବାର ଓ ବୁଧବାର ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

ଜଣେ ବିବାହିତ ପୁରୁଷ ଲିଭ-ଇନରେ ରହିପାରିବେ କି? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଆଲ୍ଲାହାବାଦ,୨୭।୩: ଜଣେ ବିବାହିତ ପୁରୁଷ ଲିଭ-ଇନ ସମ୍ପର୍କରେ ରହିପାରିବେ କି ନାହିଁ ଏହାକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର କୋର୍ଟ ଏକ…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

ଗୋଟିଏ ଦିନରେ କେତେ ପେଟ୍ରୋଲ କିଣିପାରିବେ? ଯୁଦ୍ଧ ଭିତରେ ଜାଣିନିଅନ୍ତୁ ନିୟମ…

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାରୁ ଏବଂ ଇନ୍ଧନ ଯୋଗାଣ ସମ୍ପର୍କରେ ଚିନ୍ତା ଜାରି ରହିଥିବାରୁ, ଭାରତର କିଛି ସ୍ଥାନରେ ପେଟ୍ରୋଲ ଏବଂ ଡିଜେଲର ଆତଙ୍କ କ୍ରୟ…

ଭାରତର ବଡ଼ ବାଜି: ଏବେ ରୁଷିଆରୁ ଆସିବ LNGର ଭଣ୍ଡାର!

ନୂଆଦିଲ୍ଲୀ/ମସ୍କୋ,୨୭।୩: ମଧ୍ୟପ୍ରାଚ୍ୟକୁ ଗ୍ରାସ କରୁଥିବା ବିନାଶକାରୀ ଅଶାନ୍ତିର ନିଆଁ ଏବେ ଭାରତର ରୋଷେଇ ଘରଠାରୁ ଆରମ୍ଭ କରି କାରଖାନା ପର୍ଯ୍ୟନ୍ତ ସବୁଠି ପହଞ୍ଚିଛି। ସାମ୍ପ୍ରତିକ ରଏଟର୍ସ ରିପୋର୍ଟ…

ଟେନ୍‌ସନ୍‌ରେ ଆମେରିକା: ଇରାନ ବିକଶିତ କରୁଛି ଏମିତି ଜିନିଷ

ଓ୍ବାଶିଂଟନ୍‌,୨୭।୩: ଯୁଦ୍ଧ ମଧ୍ୟରେ ଇରାନ ଏକ ଜ୍ୟାକେଟ ଯୁକ୍ତ ପରମାଣୁ ବୋମା ବିକଶିତ କରିପାରେ। ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏହି ଚିନ୍ତା ପ୍ରକାଶ କରିଛନ୍ତି। ଭାନ୍ସ…

ମୁଖ୍ୟମନ୍ତ୍ରୀଙ୍କୁ ଆଖି ବନ୍ଦ କରିବାକୁ କହିଲେ କୁନି ଝିଅ, ହାତରେ ଧରାଇ ଦେଲେ ଏମିତି ଜିନିଷ: Video ଦେଖିଲେ ଅଟକାଇ ପାରିବେନି ହସ

ଲକ୍ଷ୍ନୌ,୨୭।୩: ଗୋରଖନାଥ ମନ୍ଦିର ପରିସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିୟମିତ ପ୍ରାତଃଭ୍ରମଣ ସମୟରେ ଅତ୍ୟନ୍ତ ଭାବପ୍ରବଣ ଘଟଣା ଘଟିଥିଲା। କାନପୁରର ପାଞ୍ଚ ବର୍ଷୀୟା ଯଶସ୍ବିନୀ ସିଂ ମୁଖ୍ୟମନ୍ତ୍ରୀଙ୍କୁ…

ଶିଶୁ ସେନା ନେବେ ଖାମେନେଇଙ୍କ ମୃତ୍ୟୁର ପ୍ରତିଶୋଧ? ଇରାନୀ ସେନାରେ ଭର୍ତ୍ତି ହେଲେଣି ୧୨ ବର୍ଷ ବୟସ୍କ ପିଲା!

ତେହରାନ୍‌,୨୭।୩: ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଏକ ନୂତନ ପଦକ୍ଷେପ ଅଧୀନରେ ସୁରକ୍ଷା ଏବଂ ଯୁଦ୍ଧ ସହାୟତା କାର୍ଯ୍ୟ ପାଇଁ ସର୍ବନିମ୍ନ ବୟସ ସୀମାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri