ଅମୂଲ୍ୟ ସମ୍ପଦ ଇତିହାସ

ଏପ୍ରିଲ ୨୨ରେ ପହଲଗାମ୍‌ରେ ଆତଙ୍କବାଦୀମାନେ ୨୬ ଜଣ ପର୍ଯ୍ୟଟକଙ୍କୁ ହତ୍ୟା କଲେ। ତା’ର ପ୍ରତିଶୋଧ ନେବାକୁ ଭାରତ ‘ଅପରେଶନ୍‌ ସିନ୍ଦୂର’ ଆରମ୍ଭ କଲା ଓ ପରେ ଅସ୍ତ୍ର ବିରତି ହେଲା। ଯୁଦ୍ଧର ଆଶଙ୍କା ଦୂର ହେଲା। କିଏ ଲେଖୁ ବା ନ ଲେଖୁ ଭାରତର ଇତିହାସରେ ଏହା ଅଲିଭା ଅକ୍ଷରରେ ଲିପିବଦ୍ଧ ହୋଇଗଲା।
ଷୋଡ଼ଶ ଶତାବ୍ଦୀରେ ଭାରତର ଶାସନକର୍ତ୍ତା ଥିଲେ ମୋଗଲ ସମ୍ରାଟ ଜାହାଙ୍ଗୀର୍‌ (୧୬୦୫- ୧୬୨୭)। ବ୍ରିଟେନ୍‌ର ୱିଲିୟମ୍‌ ହକିନ୍ସ ଭାରତରେ ବ୍ୟବସାୟ କରିବାକୁ ଜାହାଙ୍ଗୀର୍‌ଙ୍କ ଦରବାରକୁ ଆସିଲେ। ଜାହାଙ୍ଗୀର୍‌ଙ୍କ କନିଷ୍ଠ କନ୍ୟା ବାହାର୍‌ ବାନୁ ବେଗମ୍‌ ସେତେବେଳେ ଅସୁସ୍ଥ ଥିଲେ। ଭାରତର ଚିକିତ୍ସକମାନେ ତାଙ୍କୁ ଆରୋଗ୍ୟ କରିପାରିଲେ ନାହିଁ। ୱିଲିୟମ୍‌ ହକିନ୍ସ ବ୍ରିଟେନ୍‌ରୁ ଚିକିତ୍ସକ ଆଣି ବାହାର୍‌ ବାନୁଙ୍କ ଚିକିତ୍ସାର ବ୍ୟବସ୍ଥା କଲେ ଏବଂ ବାହାର ବାନୁ ସୁସ୍ଥ ହେଲେ। ହକିନ୍ସ ଜାହାଙ୍ଗୀରଙ୍କ ଅନୁକମ୍ପାର ସୁଯୋଗ ନେଇ ୧୬୧୨ ମସିହାରେ ସୁରଟଠାରେ ପ୍ରଥମ ବାଣିଜ୍ୟ କୋଠି ସ୍ଥାପନ କଲେ। ଆରମ୍ଭ ହେଲା ଇଷ୍ଟ ଇଣ୍ଡିଆ କମ୍ପାନୀର ଯୁ୍‌ଗ। ଇଷ୍ଟ ଇଣ୍ଡିଆ କମ୍ପାନୀ କେମିତି ସାରା ଭାରତକୁ ପରାଧୀନତା ଭିତରକୁ ଟାଣି ନେଲା, ଭାରତର ସ୍ବାଧୀନତା ଆନ୍ଦୋଳନ କେମିତି ହେଲା ଏବଂ ସର୍ବଶେଷରେ ଭାରତ କେମିତି ସ୍ବାଧୀନ ହେଲା, ତାହା ଆମ ସମସ୍ତଙ୍କୁ ପ୍ରାୟ ଜଣା। ଏହାକୁ କେହି ବିକୃତ କରିପାରିବେ ନାହିଁ। ଅନେକ ତଥାକଥିତ ଓ ବରାଦିଆ ଐତିହାସିକ ସ୍ବାଧୀନତା ଆନ୍ଦୋଳନକୁ ଭିନ୍ନ ଭାବେ ଚିତ୍ରଣ କରିବାକୁ ଅପଚେଷ୍ଟା କରିଛନ୍ତି। ତଥାପି ସଫଳ ହୋଇ ନାହାନ୍ତି। ଏଠାରେ ସୂଚନାଯୋଗ୍ୟ ଯେ କିଛି ବର୍ଷ ପୂର୍ବେ ମାଧ୍ୟମିକ ଇତିହାସରେ ‘ଭଗତ୍‌ ସିଂ ଜଣେ ସନ୍ତ୍ରାସବାଦୀ ଥିଲେ’ ବୋଲି ଉଲ୍ଲେଖ ହୋଇଥିଲା। ସେହିପରି ‘ଏକ ବିଶେଷ ପରିସ୍ଥିତିରେ ମହାମତ୍ା ଗାନ୍ଧୀ ନିହତ ହୋଇଥିଲେ’ ବୋଲି ଏକ ମନଗଢ଼ା ତଥ୍ୟ ଇତିହାସ ବହିରେ ସ୍ଥାନ ପାଇଥିଲା। ବିଭିନ୍ନ ସ୍ତରରୁ ପ୍ରତିବାଦ ହେବାରୁ ମାଧ୍ୟମିକ ଶିକ୍ଷା ବୋର୍ଡ଼ ତାକୁ ପ୍ରତ୍ୟାହାର କରି ନେଇଥିଲା। ମଝିରେ ମଝିରେ ଏମିତି ଭୁଲ୍‌ ତଥ୍ୟ ଛାତ୍ରୀଛାତ୍ରମାନଙ୍କୁ ଦିଆଯାଉଥିବା ଦେଖିବାକୁ ମିଳେ।
ଭାରତରେ ମୋଗଲ ସାମ୍ରାଜ୍ୟ ପ୍ରତିଷ୍ଠା ହେଲା ୧୫୨୬ରେ। ଦିଲ୍ଲୀର ସୁଲତାନ ଇବ୍ରାହିମ୍‌ ଲୋଦୀଙ୍କୁ ପାନିପଥ ଯୁଦ୍ଧରେ ପରାସ୍ତ କରି ବାବର ପ୍ରତିଷ୍ଠା କଲେ ମୋଗଲ ସାମ୍ରାଜ୍ୟ। ତିନି ଶହ ବର୍ଷର ମୋଗଲ ଶାସନ ଭିତରେ ଆକବର ଓ ଶାହାଜାନଙ୍କ ଶାସନ କାଳ ଥିଲା ସୁବର୍ଣ୍ଣ ଯୁଗ। ରାସ୍ତାଘାଟ, ବାଣିଜ୍ୟ ବ୍ୟବସାୟ, ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଆଦି କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ଘଟିଥିଲା। ଶାହାଜାନଙ୍କ ପୁତ୍ର ଔରଙ୍ଗଜେବ ଥିଲେ ଜଣେ ଅତ୍ୟାଚାରୀ ଶାସକ। ଅଣମୁସଲମାନ ସମ୍ପ୍ରଦାୟର ଲୋକଙ୍କ ଉପରେ ସେ ଜିଜିୟା କର ଓ ଯାତ୍ରୀ କର ବସାଇଥିଲେ। ହିନ୍ଦୁ ମନ୍ଦିରକୁ ଧ୍ୱଂସ କରିବା ତାଙ୍କର ଧାର୍ମିକ ଅସହିଷ୍ଣୁତାର ନିଦର୍ଶନ ଥିଲା। ଶାସନ ଗାଦି ଅଧିକାର କରିବାକୁ ନିଜ ପିତା ଶାହାଜାନଙ୍କୁ ସେ ବନ୍ଦୀ କରି ରଖିଥିଲେ। ହିନ୍ଦୁ ଓ ମରାଠାଙ୍କୁ ସେ ହୀନ ଦୃଷ୍ଟିରେ ଦେଖୁଥିଲେ। ଦୀର୍ଘକାଳୀନ ମୋଗଲ ସମ୍ରାଟ ଭାବେ ତାଙ୍କର ଖ୍ୟାତି ଅପେକ୍ଷା ଅପଖ୍ୟାତି ଅଧିକ ଥିଲା। ମରାଠାର ଅଭ୍ୟୁଦୟ ଓ ଭାରତରେ ଇଷ୍ଟ ଇଣ୍ଡିଆ କମ୍ପାନୀର ବାଣିଜ୍ୟ କୋଠି ସ୍ଥାପନର ପରିଣତି ଭାରତରୁ ମୋଗଲ ସାମ୍ରାଜ୍ୟର ଅନ୍ତ ଘଟାଇଲା। ୧୮୫୮ରେ ମୋଗଲ ସାମ୍ରାଜ୍ୟର ଶେଷ ସମ୍ରାଟ ବାହାଦୁରଶାହା ଜାଫର ରେଙ୍ଗୁନ୍‌ରେ ନିର୍ବାସିତ ଜୀବନଯାପନ କଲେ।
ଭାରତରେ ତିନି ଶହ ବର୍ଷର ମୋଗଲ ରାଜୁତିରେ ଅନେକ କୀର୍ତ୍ତିରାଜି ଏଯାଏ ସଦର୍ପରେ ଦଣ୍ଡାୟମାନ। ପର୍ଯ୍ୟଟନ ସ୍ଥଳୀ ଭାବେ ପରିଚିତ ଉକ୍ତ କୀର୍ତ୍ତିରୁ ବର୍ଷକୁ ଶହ ଶହ କୋଟି ରାଜସ୍ବ ଆୟ ହେଉଛି। କୌଣସି ପରିସ୍ଥିତିରେ ଏହାକୁ ଅଣଦେଖା କରି ହେବ ନାହିଁ। ମୋଗଲ ସମ୍ରାଟମାନଙ୍କ ମଧ୍ୟରେ ଔରଙ୍ଗଜେବଙ୍କ ଭଳି କେତେକ ଅତ୍ୟାଚାରୀ ହୋଇଥାଇପାରନ୍ତି। ସେମାନଙ୍କ ଅତ୍ୟାଚାରର କାହାଣୀ ଏଯାବତ୍‌ ଭାରତ ତଥା ବିଶ୍ୱ ଇତିହାସରେ ଲିପିବଦ୍ଧ ହୋଇ ରହିଛି। ରହିଥିବ ମଧ୍ୟ। ପିଲାମାନଙ୍କ ପାଠ୍ୟପୁସ୍ତକରେ ଏଗୁଡ଼ିକୁ ବାଦ୍‌ ଦେଇଦେଲେ ଇତିହାସ ବିକଳାଙ୍ଗ ହେବ ନାହିଁ ସତ, କିନ୍ତୁ ଆମର ପିଲାମାନେ ଏହି ଐତିହାସିକ ଜ୍ଞାନ ଆହରଣରୁ ବଞ୍ଚତ୍ତ ହୋଇଯିବେ।
ଇତିହାସ ହେଉଛି ଭବିଷ୍ୟତର ମାର୍ଗଦର୍ଶକ। ଅତୀତକୁ ନ ଜାଣି ଭବିଷ୍ୟତରେ ପାଦ ଥାପିହେବ ନାହିଁ। ଅନେକ ତ୍ରୁଟି ବିଚ୍ୟୁତିର ସାନି ସମ୍ମୁଖୀନ ହେବାକୁ ପଡ଼ିବ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମ୍ପର୍କରେ ଆମେ ଯଦି ନ ଜାଣିବା ହିଟ୍‌ଲର, ଲେନିନ୍‌, ଷ୍ଟାଲିନ୍‌ଙ୍କ ବିଷୟରେ ନ ଜାଣିବା ତେବେ ଆମର ଜ୍ଞାନ ସୀମିତ ହୋଇଯିବ। ସେ ନେଲସନ୍‌ ମଣ୍ଡେଲା ହୁଅନ୍ତୁ, ନେପୋଲିୟନ ବୋନାପାର୍ଟ ହୁଅନ୍ତୁ, ମୁଜେବୁର ରହେମନ ହୁଅନ୍ତୁ, ଫିଡେଲ କାଷ୍ଟ୍ରୋ ହୁଅନ୍ତୁ ବା ଆଡଲଫ୍‌ ହିଟ୍‌ଲର ହୁଅନ୍ତୁ ସମସ୍ତଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଆମେ ସବିଶେଷ ଜାଣିବା ଦରକାର। ଏହା ଆମର ଜ୍ଞାନର ପରିସରକୁ ବୃଦ୍ଧି ଘଟାଇବା ସହିତ ଏକ ନୂତନ ସୁଦୃଢ଼ ଓ ବିଚାରବନ୍ତ ପିଢ଼ି ସୃଷ୍ଟି କରିବ।
ଉଲ୍ଲେଖଯୋଗ୍ୟ ଯେ ସପ୍ତମ ଶ୍ରେଣୀ ପାଠ୍ୟ ପୁସ୍ତକରୁ ଏନ୍‌ସିଇଆର୍‌ଟି ମୋଗଲ ସାମ୍ରାଜ୍ୟ ଓ ଦିଲ୍ଲୀର ସୁଲତାନ ଶାସନ ଅଧ୍ୟାୟକୁ ବାଦ୍‌ ଦେଇଛି। ଗତବର୍ଷ ତୃତୀୟ ଓ ଷଷ୍ଠ ଶ୍ରେଣୀ ନିମିତ୍ତ ଏପରି ପାଠ୍ୟ ପୁସ୍ତକ ପ୍ରଚଳନ କରିଥିଲା। ଏଥର ଚତୁର୍ଥ ଓ ସପ୍ତମ ଶ୍ରେଣୀ ବହିରେ ପରିବର୍ତ୍ତନ କରିଛି। ଦ୍ୱାଦଶ ଶ୍ରେଣୀ ଇତିହାସ ବହିରୁ ମହାମତ୍ା ଗାନ୍ଧୀ ଓ ଗୋଧ୍ରା ଦଙ୍ଗାକୁ ବାଦ ଦିଆଯାଇଛି। ଏହା ଦ୍ୱାରା ଛାତ୍ରୀଛାତ୍ରମାନେ ବୈଶ୍ୱିକ ଜ୍ଞାନର ଅଧିକାରୀ ହେବେ ନା କୂପମଣ୍ଡୁକ ପରି ଆମତ୍ଗୋପନ କରିବେ? ଏହା ଆମର ବିଚାର୍ଯ୍ୟ।
ତେଣୁ ସରକାର ନିଜ ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ । ଇତିହାସ ସମ୍ପର୍କରେ ସତ୍ୟ ତଥା ବାସ୍ତବ ଜ୍ଞାନ ଆହରଣ କରିବାକୁ ଛାତ୍ରୀଛାତ୍ରଙ୍କୁ ସୁଯୋଗ ଦିଅନ୍ତୁ। ନଚେତ୍‌ ଇତିହାସ କାହାକୁ କ୍ଷମା ଦେବନାହିଁ।

ରବିନାରାୟଣ ସାମଲ
ମୋ:୭୯୭୫୦୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri