ଅମୂଲ୍ୟ ସମ୍ପଦ ଇତିହାସ

ଏପ୍ରିଲ ୨୨ରେ ପହଲଗାମ୍‌ରେ ଆତଙ୍କବାଦୀମାନେ ୨୬ ଜଣ ପର୍ଯ୍ୟଟକଙ୍କୁ ହତ୍ୟା କଲେ। ତା’ର ପ୍ରତିଶୋଧ ନେବାକୁ ଭାରତ ‘ଅପରେଶନ୍‌ ସିନ୍ଦୂର’ ଆରମ୍ଭ କଲା ଓ ପରେ ଅସ୍ତ୍ର ବିରତି ହେଲା। ଯୁଦ୍ଧର ଆଶଙ୍କା ଦୂର ହେଲା। କିଏ ଲେଖୁ ବା ନ ଲେଖୁ ଭାରତର ଇତିହାସରେ ଏହା ଅଲିଭା ଅକ୍ଷରରେ ଲିପିବଦ୍ଧ ହୋଇଗଲା।
ଷୋଡ଼ଶ ଶତାବ୍ଦୀରେ ଭାରତର ଶାସନକର୍ତ୍ତା ଥିଲେ ମୋଗଲ ସମ୍ରାଟ ଜାହାଙ୍ଗୀର୍‌ (୧୬୦୫- ୧୬୨୭)। ବ୍ରିଟେନ୍‌ର ୱିଲିୟମ୍‌ ହକିନ୍ସ ଭାରତରେ ବ୍ୟବସାୟ କରିବାକୁ ଜାହାଙ୍ଗୀର୍‌ଙ୍କ ଦରବାରକୁ ଆସିଲେ। ଜାହାଙ୍ଗୀର୍‌ଙ୍କ କନିଷ୍ଠ କନ୍ୟା ବାହାର୍‌ ବାନୁ ବେଗମ୍‌ ସେତେବେଳେ ଅସୁସ୍ଥ ଥିଲେ। ଭାରତର ଚିକିତ୍ସକମାନେ ତାଙ୍କୁ ଆରୋଗ୍ୟ କରିପାରିଲେ ନାହିଁ। ୱିଲିୟମ୍‌ ହକିନ୍ସ ବ୍ରିଟେନ୍‌ରୁ ଚିକିତ୍ସକ ଆଣି ବାହାର୍‌ ବାନୁଙ୍କ ଚିକିତ୍ସାର ବ୍ୟବସ୍ଥା କଲେ ଏବଂ ବାହାର ବାନୁ ସୁସ୍ଥ ହେଲେ। ହକିନ୍ସ ଜାହାଙ୍ଗୀରଙ୍କ ଅନୁକମ୍ପାର ସୁଯୋଗ ନେଇ ୧୬୧୨ ମସିହାରେ ସୁରଟଠାରେ ପ୍ରଥମ ବାଣିଜ୍ୟ କୋଠି ସ୍ଥାପନ କଲେ। ଆରମ୍ଭ ହେଲା ଇଷ୍ଟ ଇଣ୍ଡିଆ କମ୍ପାନୀର ଯୁ୍‌ଗ। ଇଷ୍ଟ ଇଣ୍ଡିଆ କମ୍ପାନୀ କେମିତି ସାରା ଭାରତକୁ ପରାଧୀନତା ଭିତରକୁ ଟାଣି ନେଲା, ଭାରତର ସ୍ବାଧୀନତା ଆନ୍ଦୋଳନ କେମିତି ହେଲା ଏବଂ ସର୍ବଶେଷରେ ଭାରତ କେମିତି ସ୍ବାଧୀନ ହେଲା, ତାହା ଆମ ସମସ୍ତଙ୍କୁ ପ୍ରାୟ ଜଣା। ଏହାକୁ କେହି ବିକୃତ କରିପାରିବେ ନାହିଁ। ଅନେକ ତଥାକଥିତ ଓ ବରାଦିଆ ଐତିହାସିକ ସ୍ବାଧୀନତା ଆନ୍ଦୋଳନକୁ ଭିନ୍ନ ଭାବେ ଚିତ୍ରଣ କରିବାକୁ ଅପଚେଷ୍ଟା କରିଛନ୍ତି। ତଥାପି ସଫଳ ହୋଇ ନାହାନ୍ତି। ଏଠାରେ ସୂଚନାଯୋଗ୍ୟ ଯେ କିଛି ବର୍ଷ ପୂର୍ବେ ମାଧ୍ୟମିକ ଇତିହାସରେ ‘ଭଗତ୍‌ ସିଂ ଜଣେ ସନ୍ତ୍ରାସବାଦୀ ଥିଲେ’ ବୋଲି ଉଲ୍ଲେଖ ହୋଇଥିଲା। ସେହିପରି ‘ଏକ ବିଶେଷ ପରିସ୍ଥିତିରେ ମହାମତ୍ା ଗାନ୍ଧୀ ନିହତ ହୋଇଥିଲେ’ ବୋଲି ଏକ ମନଗଢ଼ା ତଥ୍ୟ ଇତିହାସ ବହିରେ ସ୍ଥାନ ପାଇଥିଲା। ବିଭିନ୍ନ ସ୍ତରରୁ ପ୍ରତିବାଦ ହେବାରୁ ମାଧ୍ୟମିକ ଶିକ୍ଷା ବୋର୍ଡ଼ ତାକୁ ପ୍ରତ୍ୟାହାର କରି ନେଇଥିଲା। ମଝିରେ ମଝିରେ ଏମିତି ଭୁଲ୍‌ ତଥ୍ୟ ଛାତ୍ରୀଛାତ୍ରମାନଙ୍କୁ ଦିଆଯାଉଥିବା ଦେଖିବାକୁ ମିଳେ।
ଭାରତରେ ମୋଗଲ ସାମ୍ରାଜ୍ୟ ପ୍ରତିଷ୍ଠା ହେଲା ୧୫୨୬ରେ। ଦିଲ୍ଲୀର ସୁଲତାନ ଇବ୍ରାହିମ୍‌ ଲୋଦୀଙ୍କୁ ପାନିପଥ ଯୁଦ୍ଧରେ ପରାସ୍ତ କରି ବାବର ପ୍ରତିଷ୍ଠା କଲେ ମୋଗଲ ସାମ୍ରାଜ୍ୟ। ତିନି ଶହ ବର୍ଷର ମୋଗଲ ଶାସନ ଭିତରେ ଆକବର ଓ ଶାହାଜାନଙ୍କ ଶାସନ କାଳ ଥିଲା ସୁବର୍ଣ୍ଣ ଯୁଗ। ରାସ୍ତାଘାଟ, ବାଣିଜ୍ୟ ବ୍ୟବସାୟ, ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଆଦି କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ଘଟିଥିଲା। ଶାହାଜାନଙ୍କ ପୁତ୍ର ଔରଙ୍ଗଜେବ ଥିଲେ ଜଣେ ଅତ୍ୟାଚାରୀ ଶାସକ। ଅଣମୁସଲମାନ ସମ୍ପ୍ରଦାୟର ଲୋକଙ୍କ ଉପରେ ସେ ଜିଜିୟା କର ଓ ଯାତ୍ରୀ କର ବସାଇଥିଲେ। ହିନ୍ଦୁ ମନ୍ଦିରକୁ ଧ୍ୱଂସ କରିବା ତାଙ୍କର ଧାର୍ମିକ ଅସହିଷ୍ଣୁତାର ନିଦର୍ଶନ ଥିଲା। ଶାସନ ଗାଦି ଅଧିକାର କରିବାକୁ ନିଜ ପିତା ଶାହାଜାନଙ୍କୁ ସେ ବନ୍ଦୀ କରି ରଖିଥିଲେ। ହିନ୍ଦୁ ଓ ମରାଠାଙ୍କୁ ସେ ହୀନ ଦୃଷ୍ଟିରେ ଦେଖୁଥିଲେ। ଦୀର୍ଘକାଳୀନ ମୋଗଲ ସମ୍ରାଟ ଭାବେ ତାଙ୍କର ଖ୍ୟାତି ଅପେକ୍ଷା ଅପଖ୍ୟାତି ଅଧିକ ଥିଲା। ମରାଠାର ଅଭ୍ୟୁଦୟ ଓ ଭାରତରେ ଇଷ୍ଟ ଇଣ୍ଡିଆ କମ୍ପାନୀର ବାଣିଜ୍ୟ କୋଠି ସ୍ଥାପନର ପରିଣତି ଭାରତରୁ ମୋଗଲ ସାମ୍ରାଜ୍ୟର ଅନ୍ତ ଘଟାଇଲା। ୧୮୫୮ରେ ମୋଗଲ ସାମ୍ରାଜ୍ୟର ଶେଷ ସମ୍ରାଟ ବାହାଦୁରଶାହା ଜାଫର ରେଙ୍ଗୁନ୍‌ରେ ନିର୍ବାସିତ ଜୀବନଯାପନ କଲେ।
ଭାରତରେ ତିନି ଶହ ବର୍ଷର ମୋଗଲ ରାଜୁତିରେ ଅନେକ କୀର୍ତ୍ତିରାଜି ଏଯାଏ ସଦର୍ପରେ ଦଣ୍ଡାୟମାନ। ପର୍ଯ୍ୟଟନ ସ୍ଥଳୀ ଭାବେ ପରିଚିତ ଉକ୍ତ କୀର୍ତ୍ତିରୁ ବର୍ଷକୁ ଶହ ଶହ କୋଟି ରାଜସ୍ବ ଆୟ ହେଉଛି। କୌଣସି ପରିସ୍ଥିତିରେ ଏହାକୁ ଅଣଦେଖା କରି ହେବ ନାହିଁ। ମୋଗଲ ସମ୍ରାଟମାନଙ୍କ ମଧ୍ୟରେ ଔରଙ୍ଗଜେବଙ୍କ ଭଳି କେତେକ ଅତ୍ୟାଚାରୀ ହୋଇଥାଇପାରନ୍ତି। ସେମାନଙ୍କ ଅତ୍ୟାଚାରର କାହାଣୀ ଏଯାବତ୍‌ ଭାରତ ତଥା ବିଶ୍ୱ ଇତିହାସରେ ଲିପିବଦ୍ଧ ହୋଇ ରହିଛି। ରହିଥିବ ମଧ୍ୟ। ପିଲାମାନଙ୍କ ପାଠ୍ୟପୁସ୍ତକରେ ଏଗୁଡ଼ିକୁ ବାଦ୍‌ ଦେଇଦେଲେ ଇତିହାସ ବିକଳାଙ୍ଗ ହେବ ନାହିଁ ସତ, କିନ୍ତୁ ଆମର ପିଲାମାନେ ଏହି ଐତିହାସିକ ଜ୍ଞାନ ଆହରଣରୁ ବଞ୍ଚତ୍ତ ହୋଇଯିବେ।
ଇତିହାସ ହେଉଛି ଭବିଷ୍ୟତର ମାର୍ଗଦର୍ଶକ। ଅତୀତକୁ ନ ଜାଣି ଭବିଷ୍ୟତରେ ପାଦ ଥାପିହେବ ନାହିଁ। ଅନେକ ତ୍ରୁଟି ବିଚ୍ୟୁତିର ସାନି ସମ୍ମୁଖୀନ ହେବାକୁ ପଡ଼ିବ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମ୍ପର୍କରେ ଆମେ ଯଦି ନ ଜାଣିବା ହିଟ୍‌ଲର, ଲେନିନ୍‌, ଷ୍ଟାଲିନ୍‌ଙ୍କ ବିଷୟରେ ନ ଜାଣିବା ତେବେ ଆମର ଜ୍ଞାନ ସୀମିତ ହୋଇଯିବ। ସେ ନେଲସନ୍‌ ମଣ୍ଡେଲା ହୁଅନ୍ତୁ, ନେପୋଲିୟନ ବୋନାପାର୍ଟ ହୁଅନ୍ତୁ, ମୁଜେବୁର ରହେମନ ହୁଅନ୍ତୁ, ଫିଡେଲ କାଷ୍ଟ୍ରୋ ହୁଅନ୍ତୁ ବା ଆଡଲଫ୍‌ ହିଟ୍‌ଲର ହୁଅନ୍ତୁ ସମସ୍ତଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଆମେ ସବିଶେଷ ଜାଣିବା ଦରକାର। ଏହା ଆମର ଜ୍ଞାନର ପରିସରକୁ ବୃଦ୍ଧି ଘଟାଇବା ସହିତ ଏକ ନୂତନ ସୁଦୃଢ଼ ଓ ବିଚାରବନ୍ତ ପିଢ଼ି ସୃଷ୍ଟି କରିବ।
ଉଲ୍ଲେଖଯୋଗ୍ୟ ଯେ ସପ୍ତମ ଶ୍ରେଣୀ ପାଠ୍ୟ ପୁସ୍ତକରୁ ଏନ୍‌ସିଇଆର୍‌ଟି ମୋଗଲ ସାମ୍ରାଜ୍ୟ ଓ ଦିଲ୍ଲୀର ସୁଲତାନ ଶାସନ ଅଧ୍ୟାୟକୁ ବାଦ୍‌ ଦେଇଛି। ଗତବର୍ଷ ତୃତୀୟ ଓ ଷଷ୍ଠ ଶ୍ରେଣୀ ନିମିତ୍ତ ଏପରି ପାଠ୍ୟ ପୁସ୍ତକ ପ୍ରଚଳନ କରିଥିଲା। ଏଥର ଚତୁର୍ଥ ଓ ସପ୍ତମ ଶ୍ରେଣୀ ବହିରେ ପରିବର୍ତ୍ତନ କରିଛି। ଦ୍ୱାଦଶ ଶ୍ରେଣୀ ଇତିହାସ ବହିରୁ ମହାମତ୍ା ଗାନ୍ଧୀ ଓ ଗୋଧ୍ରା ଦଙ୍ଗାକୁ ବାଦ ଦିଆଯାଇଛି। ଏହା ଦ୍ୱାରା ଛାତ୍ରୀଛାତ୍ରମାନେ ବୈଶ୍ୱିକ ଜ୍ଞାନର ଅଧିକାରୀ ହେବେ ନା କୂପମଣ୍ଡୁକ ପରି ଆମତ୍ଗୋପନ କରିବେ? ଏହା ଆମର ବିଚାର୍ଯ୍ୟ।
ତେଣୁ ସରକାର ନିଜ ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ । ଇତିହାସ ସମ୍ପର୍କରେ ସତ୍ୟ ତଥା ବାସ୍ତବ ଜ୍ଞାନ ଆହରଣ କରିବାକୁ ଛାତ୍ରୀଛାତ୍ରଙ୍କୁ ସୁଯୋଗ ଦିଅନ୍ତୁ। ନଚେତ୍‌ ଇତିହାସ କାହାକୁ କ୍ଷମା ଦେବନାହିଁ।

ରବିନାରାୟଣ ସାମଲ
ମୋ:୭୯୭୫୦୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri