ଟମାଟୋ ଦର ଆକାଶଛୁଆଁ, ଗ୍ରାହକ ଅତିଷ୍ଠ

ପଟ୍ଟାମୁଣ୍ଡାଇ,୧୮ା୫(ସ୍ବ.ପ୍ର.):ପଟ୍ଟାମୁଣ୍ଡାଇ ଓ ତାର ଆଖପାଖ ଅଞ୍ଚଳରେ ଟମାଟୋ ଦର ଆକାଶଛୁଆଁ ହୋଇଛି। ସାଧାରଣ ଖାଉଟି ଟମାଟୋ ବଜାରରୁ କିଣି ପାରୁନାହିଁ। ୨ ସପ୍ତାହ ମଧ୍ୟରେ ଟମାଟୋ ଦର ୪୦ ଟଙ୍କାରୁ ବୃଦ୍ଧି ପାଇ ୮୦ ଟଙ୍କାରେ ପହଞ୍ଚତ୍ଛି। ଅନ୍ୟପକ୍ଷେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କାରଣରୁ ଟମାଟୋ ଗଛଗୁଡିକ ଭୁରୁଙ୍ଗା ମାରିଯିବା ଫଳରେ ଫଳ ଧରୁନି। ଗାଡିଆ ପୋଖରୀ ସବୁ ଶୁଖିଲା ପଡିଥିବାରୁ ଚାଷୀମାନେ ଟମାଟୋ ଫସଲରେ ପାଣି ମଡାଇ ପାରୁନାହାନ୍ତି। ଫଳରେ ଗଛଗୁଡିକ ମରିବାକୁ ବସିଛି। ଟମାଟେ ଫସଲ ଉଜୁଡି ଯାଉଥିବାରୁ ଦର ବଢ଼ିଛି ବୋଲି ଚାଷୀମାନେ କହୁଛନ୍ତି। ଅନ୍ୟପକ୍ଷେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଶୀତଳଭଣ୍ଡାର ନ ଥିବାରୁ ଟମାଟୋକୁ ସଂରକ୍ଷଣ କରାଯାଇପାରୁନାହିଁ ବୋଲି ସ୍ଥାନୀୟ ବ୍ୟବସାୟୀମାନେ କହିଛନ୍ତି । ଟମାଟୋ ଆମଦାନୀ କମ ହେଉଥିବାରୁ ଏହା ଲୋକଙ୍କ ଚାହିଦା ପୂରଣ କରିବାରେ ସକ୍ଷମ ହେଉନାହିଁ। ଏହି ସୁଯୋଗରେ ପାଇକରୀ ବିକ୍ରେତାମାନେ ଦର ବଢ଼ାଇ ଚାଲିଛନ୍ତି ବୋଲି ବହୁ ଗ୍ରାହକ କହିଛନ୍ତି।